Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏକତରଫା ପ୍ରେମ ପାଇଁ ନାବାଳିକା ଛାତ୍ରୀକୁ ହତ୍ୟା କଲା ଟ୍ୟୁସନ ଶିକ୍ଷକ

ବାରିପଦା: ଗତକାଲି ଅଖା ଭିତରୁ  ନିଖୋଜ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ହୋଇଥିଲା ।ଏହି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ। ଏକତରଫା ପ୍ରେମ ପାଇଁ ହତ୍ୟା ହୋଇଥିବା କରଞ୍ଜିଆ ପୋଲିସ ସୂଚନା ଦେଇଛି । ତେବେ ଏକତରଫା ପ୍ରେମ ପାଇଁ ହତ୍ୟା ଅଭିଯୋଗରେ ଟ୍ୟୁସନ ଶିକ୍ଷକକୁ ଗିରଫ କରିଛି ପୋଲିସ ।…

ଓଡ଼ିଶା ଜନତା କଂଗ୍ରେସର ମହାମିଶ୍ରଣ;ମୋକିମ୍ କହିଲେ-ବିରୋଧୀ ଦଳ ଭାବେ ସାମ୍ନାକୁ ଆସିବ

ଯାଜପୁର:ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ପରିସରରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ । ନୂଆ କରି ଓଡ଼ିଶା ଜନତା କଂଗ୍ରେସ ନୂଆ ଦଳ ଗଢିଥିବା ମହମ୍ମଦ ମୋକିମ୍‌ଙ୍କ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ବହୁ…

‘ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି’

ଭୁବନେଶ୍ବର: ଗତ ୧୬ ତାରିଖରେ ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ ସମୟରେ ବିଜେଡିର ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଯାହାକୁ ନେଇ ସେମାନଙ୍କ ବିରୁଦ୍ଧରେ କଡା ଆକ୍ସନ ନେଇଛି ଦଳ । ସମସ୍ତ ୬ ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି…

ଆଗାମୀ ଦିନରେ ରାଜ୍ୟରେ ନିଲାମ କରାଯିବ ୩୪ଟି ଖଣି…

ଭୁବନେଶ୍ବର: ଓଡ଼ିଶାର ୩୪ଟି ଖଣି ନିଲାମ ହେବ । ରାଜ୍ୟ ସରକାର ରାଜ୍ୟରେ ଥିବା ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବେ । ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ । ଏହି ଖଣିଗୁଡ଼ିକ ମାଲାକାନଗିରି,…

କଳାବାଘ ଛାଲ ଡିଲ ବେଳେ ବନବଭାଗ ଚଢାଉ; ୨ ଅଟକ

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗ । ଘଟଣାରେ ୨ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ବନବିଭାଗ । ଘଟଣାସ୍ଥଳରୁ ଏକ କଳାବାଘର ଚମଡ଼ା ଜବତ କରାଯାଇଛି । ଘଟଣାରେ ଅଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହରେ ଛାନଭିନ…

Diesel Theft: ଚୋରା ଡିଜେଲ୍‌ କାରବାର; ୧୧ ଗିରଫ

କୋରାପୁଟ:ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଛି କୋରାପୁଟ ସଦର ଥାନା ପୋଲିସ । ସଦର ଥାନା ଅଧୀନରେ ଥିବା ପୋଡ଼ାଗଡ଼ ଅଞ୍ଚଳରୁ ଏକ ଟ୍ରକରୁ ଡିଜେଲ ଚୋରି କରିଥିବା ୫ ଜଣ ଯୁବକ ଏବଂ ଚୋରି ଡିଜେଲକୁ କିଣିଥିବା ୬ ଜଣ ଦୋକାନୀ ଏପରିକି ମୋଟ ୧୧ ଜଣ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୪୭୦…

CollegeStudentMurder: କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଗିରଫ

ଢେଙ୍କାନାଳ: କାମାକ୍ଷାନଗରର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଗା ସହ ଅନ୍ୟ ତିନି ଜଣ ମଧ୍ୟ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି କାମାକ୍ଷାନଗରର ଥାନା ଅନ୍ତର୍ଗତ…

ମାଓ ଡମ୍ପ୍‌ ଠାବ, ଚାଲିଥିଲା ମାଓବାଦୀଙ୍କ ପାଇଁ ବନ୍ଧୁକ ତିଆରି…

କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମପଞ୍ଚାୟତର ପଣସପଦର ଗାଁରୁ ମାଓ ଡମ୍ପ୍‌ ଠାବ ହୋଇଛି । ବ୍ରାହ୍ମଣୀ ଗାଁରେ ଅବସ୍ଥାପିତ ବିଏସଏଫ୍ ୧୩୬ ବାଟାଲିୟନର ସି.କମ୍ପାନୀ ସର୍ଚ୍ଚ ଅପରେସନ କରି ବନ୍ଧୁକ ତିଆରି କାରଖାନା ଜବତ କରିବାରେ ସଫଳ ହୋଇଛି ।…

ଭୁବନେଶ୍ୱରରେ ଦୂର ହେବ ଟ୍ରାଫିକ ସମସ୍ୟା, ତିଆରି ହେବ ୩୭ଟି ନୂଆ ରାସ୍ତା…

ଭୁବନେଶ୍ୱର: ଭୁବନେଶ୍ୱର ସହରର ବଢୁଥିବା ଭିଡ଼ ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୭ଟି ନୂଆ ରାସ୍ତା ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିମଧ୍ୟରେ ନୂଆ ରିଙ୍ଗ୍ ରୋଡ୍ ଏବଂ…

ବିଶ୍ବ ଜଳ ଦିବସ: ଖସୁଛି ରାଜଧାନୀର ଭୂତଳ ଜଳସ୍ତର

ଭୁବନେଶ୍ୱର: ଖରାଦିନ ଆସିଲେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଣିର ଉକ୍ରଟ ସମସ୍ୟା ଦେଖିବାକୁ ମିଳେ । ହେଲେ ଆଜି ବିଶ୍ୱ ଜଳ ଦିବସରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣମାନେ ମୁଣ୍ଡରେ ହାତ ଦେବେ । ଆମେ ଯେଉଁ ଘଟଣା କଥା କହୁଛୁ ତାହା ଆଶ୍ଚର୍ଯ୍ୟ ଲାଗିଲେବି ଘଟଣାଟି ସତ ।…