Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରକାରଙ୍କ ବଡ଼ ନିଷ୍ପତ୍ତି, ଇ-ଚାଲାଣରେ ୫୦ ପ୍ରତିଶତ ରିହାତି

ଭୁବନେଶ୍ୱର: ଶୀଘ୍ର ପୈଠ କରିଦିଅନ୍ତୁ ଗାଡିର ବକେୟା ଚାଲାଣ। କାରଣ ମିଳୁଛି ବଡ଼ ରିହାତି। ବକେୟା ଇ-ଚାଲାଣରେ ୫୦ ପ୍ରତିଶତ ରିହାତି। ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା…

ଗଛରେ ପିଟିହେଲା ହେଲା କାର୍‌; ୨ ମୃତ

କୋରାପୁଟ: ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା। ଗଛକୁ ପିଟି ହେଲା କାର। ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ। ଗୋଟିଏ କାର ୨ ଆରୋହୀଙ୍କୁ ନେଇ ନନ୍ଦପୁର ଆଡୁ ପାଡ଼ୁଆକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ର ଆମ୍ବ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଓରେଡା ସହକାରୀ ନିର୍ଦ୍ଦେଶକ

କଟକ: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଓରେଡା(Odisha Renewable Energy Development Agency (OREDA)) ସହକାରୀ ନିର୍ଦ୍ଦେଶକ ସୀମାଦ୍ରୀ ଶ୍ରୀକାନ୍ତ ରାଓ । କଟକ ୱାଲମୀ( WALMI (Water and Land Management Institute)ରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ…

ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ; ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା

ଭୁବନେଶ୍ବର :ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟରେ ସମ୍ଭାବ୍ୟ…

ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ

କେନ୍ଦ୍ରାପଡ଼ା: ବିଷାକ୍ତ ସାପ ପଡ଼ିଥିଲା ଡାଲମା ଖାଇ ୪୦ ଅସୁସ୍ଥ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଅଭାବନୀୟ ଘଟଣା ଘଟିଛି । ଭାଗବତ ସପ୍ତାହ ଅଵସରରେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ପ୍ରସାଦ ରନ୍ଧା ଯାଇଥିଲା ।…

ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଅବମାନନା କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡିର ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ବିଜେବି ନଗର ସ୍ଥିତ ବାସଭବନ ସମ୍ମୁଖରେ ଆଜି ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ…

ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭.୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର

ଭୁବନେଶ୍ୱର: ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶାର ଖାଦ୍ୟ ଶସ୍ୟର ଏକ ଅନନ୍ୟ ପରିଚୟ ରହିଛି ନିଜର ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଗୁଣବତ୍ତା ପାଇଁ । ସମୟକ୍ରମେ ଏଥିରୁ କିଛି ଖାଦ୍ୟ ବିସ୍ମୃତ ଓ ବିଲୁପ୍ତ ପ୍ରାୟ ଅବସ୍ଥାରେ ପହଁଚିଛି। ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାର ଆଗେଇ…

Severe Accident: ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ମାଣିଆକାଠି ଗ୍ରାମର ଟିଲୁ ଗୌଡ଼, ଶଙ୍କର ଗୌଡ଼, ସିଲୁ…

ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ପ୍ରସଙ୍ଗ;ଜାତୀୟ ଅନୁସୂଚିତ ଜାତି ଆୟୋଗର ହସ୍ତକ୍ଷେପ ଲୋଡିଲା ବିଜେଡି

ଭୁବନେଶ୍ୱର: ଗୁରୁବାର ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କୁ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ମହିଳା ଓ ନାବାଳିକାଙ୍କ ଉପରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର ଘଟଣାକୁ ନେଇ ଗଭୀର…

ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ। ବାଲୁକା କଳା ମଧ୍ୟରେ ସେ ଲୋକଙ୍କୁ ସଚେତନ କରାଇବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ…