Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳନ୍ତା କାରରେ ଲାଗିଲା ନିଆଁ

କେନ୍ଦୁଝର: କେନ୍ଦୁଝରର ରାମଚନ୍ଦ୍ରପୁର ନିକଟସ୍ଥ ନରନପୁର-ଡୁବୁରୀ ରୋଡରେ ମଙ୍ଗଳବାର ଦିନ ଏକ କାରରେ ନିଆଁ ଲାଗିଯାଇଛି। ସୂଚନା ଅନୁଯାୟୀ ଉକ୍ତ କାରରେ ଥିବା ତିନି ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଇଲେକ୍ଟ୍ରିଟକ୍ ସର୍ଟ ସର୍କିଟ ଯୋଗୁଁ ଚଳନ୍ତା ଗାଡିରେ ନିଆଁ ଲାଗିଯାଇଥିବା ନେଇ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୦୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1321076978418470913?s=19…

ଛାତ୍ରବୃତ୍ତି ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ହେବେ ଉପକୃତ

ଭୁବନେଶ୍ୱର: ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ…

ଅଖା ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ବାଇପାସ୍ ଫ୍ଲାଏ ଓଭର ନିକଟରେ ଜଣେ ବ୍ୟକ୍ତି ମୃତଦେହ ଭର୍ତ୍ତି ଥିବା ଏକ ଅଖା ପକାଇ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କ ମୋପେଡରେ କ'ଣ ଅଛି…

ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି, ୩ ବର୍ଷ ଜେଲ୍ ଦଣ୍ଡାଦେଶ ସସ୍‌ପେଣ୍ଡ

ଭୁବନେଶ୍ୱର: କୋଲ ସ୍କାମରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ବହୁ…

ଐତିହାସିକ ସହର କଟକରେ ଶେଷ ହେଲା ମାଆଙ୍କ ଭସାଣ ଉତ୍ସବ

କଟକ: ଶେଷ ହେଲା ଚଳିତ ବର୍ଷର ଦୁର୍ଗାପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେଲେ ଜଗତଜନାନୀ ମାଆ ଦୁର୍ଗା। ଐତିହାସିକ ସହର କଟକରେ ଶେଷ ହୋଇଛି ମାଆଙ୍କ ଭସାଣ ଉତ୍ସବ। କୋଭିଡ୧୯ ଗାଇଡ଼ଲାଇନ ସହ ରୌପ୍ୟ ନଗରୀରେ ଶେଷ ହୋଇଛି ମାଆଙ୍କ ମୂର୍ତ୍ତି ବିସର୍ଜନ। ୧୬୦ ରୁ ଅଧିକ ପୂଜା ମଣ୍ଡପ ଗୁଡିକର…

ଆଇଏଏସ୍ ସ୍ତରରେ ଅଦଳବଦଳ, ପରାଗ ଗୁପ୍ତା ହେଲେ ଓଏଫଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ ଧରଣରର ଅଦଳବଦଳ । ରାଜ୍ୟ ସରକାର ୩ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।  ୧୯୮୮ ବ୍ୟାଚର ଆଇଏଏସ ପରାଗ ଗୁପ୍ତା ହୋଇଛନ୍ତି  ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ବା ଓଏଫଡିସିର ଅଧ୍ୟକ୍ଷ । ସେ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସେହିପରି…

ସମ୍ବଲପୁରର ପ୍ରସିଦ୍ଧ ବକ୍ର ଦେଉଳ; ଯେଉଁଠାରେ ମୀନ ଅବତାର ଧାରଣ କରିଥିଲେ ବିଷ୍ଣୁ ଦେବ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ମାନେଶ୍ଵର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ପୂଜା ପାଇ ଆସୁଛନ୍ତି ବାବା ବିମଳେଶ୍ଵର ମନ୍ଦିର। ଏହି ମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ । ମନ୍ଦିରକୁ ଲାଗିରହିଥିବା ଦୀଘାଟରେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କୋରାପୁଟ ସିଡିପିଓ

ଜୟପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର (ସିଡିପିଓ) ସ୍ନିଗ୍ଧାରାଣୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ନନ୍ଦପୁର ସ୍ଥିତ ବଡସନ ସାହି ଗ୍ରାମର ସ୍ନେହଲତା ଦଳପତି ନାମକ ଜଣେ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୮୮ ନୂଆ ଆକ୍ରାନ୍ତ, ୨୩୦ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୭…