Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୫ ହଜାର ଟଙ୍କାରେ ଝିଅକୁ ବିକି ଦେଲେ ବାପା ମା’!

ସମ୍ବଲପୁର: ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ବିକି ଦେଲେ ବାପା ମାଆ । ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହଳି ଗାଁରୁ । ଅଭିଯୋଗ ପରେ ଚାଇଲଡ୍‌ ଲାଇନ୍‌ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। କେଉଟିବାହଳି ଗାଁର ଶଙ୍କର…

କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଶ୍ରମିକ ଅଶାନ୍ତି

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ବକେୟା ଦରମା, ଇପିଏଫ୍ ଓ ବୋନସ୍ ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ବରେ ଶ୍ରମିକମାନେ ଖଣି କାର୍ଯ୍ୟାଳୟ…

ଲଜ୍ଜା ! ବନ୍ଦ ଘରେ ନାବାଳିକାଙ୍କୁ ପାଞ୍ଚ ମାସ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ନାବାଳିକାଙ୍କୁ ପାଞ୍ଚ ମାସ ଗୋଟିଏ ଘର ଭିତରେ ବନ୍ଦ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ । ତା ନାଁ…

ନଭେମ୍ବର ୧ ରୁ ଖୋଲୁଛି ଓଡିଶାର ଏହି ଅଭୟାରଣ୍ୟ; ପର୍ଯ୍ୟଟକଙ୍କ ପାଇଁ କ’ଣ ରହିଛି ଗାଇଡ଼ଲାଇନ ଜାଣନ୍ତୁ

ବରିପଦା: ମୟୂରଭଞ୍ଜ ଜିଲ୍ଲାର ସିମିଳିପାଳ ଜାତୀୟ ଉଦ୍ୟାନ ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଟାଇଗର ରିଜର୍ଭ ଫିଲ୍ଡର ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ପାର୍କରେ କୋଭିଡ୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବ। ଆବଶ୍ୟକ ଅନୁମତି…

ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ମୋରଡା ତହସିଲଦାର

ମୟୁରଭଞ୍ଜ: ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାର । ତହସିଲଦାରଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ବଡମୁଣ୍ଢାବଣି ଗ୍ରାମବାସୀ ତହସିଲଦାରଙ୍କୁ ଅଟକ ରଖିଥିବା ଜଣାପଡିଛି । ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ପୋଲିସ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା…

ଶ୍ରୀମନ୍ଦିର ରୋଷଘର ସମ୍ପର୍କରେ ଜାଣନ୍ତୁ କିଛି ଜଣା-ଅଜଣା କଥା

ଭୁବନେଶ୍ୱର: କୋଟି ଓଡ଼ିଆର ମଉଡ଼ମଣି। ଭାବର ଠାକୁର ଲୀଳାମୟ ଜଗନ୍ନାଥ। ଭାଇ ଭଉଣୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିରରେ କରୁଛି ଲୀଳା। ଭକତ ଭାବରେ ବନ୍ଧା ସେ। ପ୍ରତିଦିନ ତାର ଦର୍ଶନ ପାଇଁ ବଡ଼ଦେଉଳରେ ଜମେ ଭକ୍ତଙ୍କ ଭିଡ଼।  ମାଆ ଲକ୍ଷ୍ମୀ ସାନ୍ତାଣୀ ଏଠାରେ ନିଜ ହାତରେ ଅନ୍ନ ରାନ୍ଧିବାର…

ରାଜଧାନୀ ପରେ ଗଂଜାମ ପାଳି, ୨ ସାମ୍ବାଦିକ ଗିରଫ ୧ ଫେରାର୍ !

ଗଂଜାମ: ପୁଣି ସାମ୍ବାଦିକତାରେ ଲାଗିଲା କଳଙ୍କର ଛିଟା । କିଛି ହାତଗଣତି ଭ୍ରଷ୍ଟ ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକତା ପେଶା । ଗତକାଲି ବଟି ଆଦାୟ ଭଳି ଅଭିଯୋଗରେ ରାଜଧାନୀରୁ ଗିରଫ ହୋଇଥଲେ ୫ ଜଣ ଆତ୍ମଘୋଷିତ ସାମ୍ବାଦିକ । ଏହି ଘଟଣାର ମାତ୍ର ଗୋଟିଏ ଦିନ ପରେ ବ୍ଲାକମେଲିଂ କରି…

‘ମନ ମୋର କାଗଜଗୁଡି’ର ମହୁରତ୍‌

ସୁମିତ୍ରା ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ହୋଇଯାଇଛି । ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହିତ…

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ

ପୁରୀ: ଆଜି ହେଉଛି ପବିତ୍ର ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଦଶହରାରେ ମହାପ୍ରଭୁଙ୍କ ସୂନାବେଶ ଅନୁଷ୍ଠିତ ହେବା ପରେ ଏକାଦଶୀ ତିଥିରେ ଅର୍ଥାତ ଆଜି ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖ ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜା ଉତ୍ସବରେ ପୂଜା ପାଉଥିବା…

ସରକାରୀ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ !

ଖୋର୍ଦ୍ଧା: କଳାହାଣ୍ଡିରୁ ରାଜଧାନୀ ଭୂବନେଶ୍ୱରକୁ ଆସୁଥିଲା ଏକ ନାଇଟ୍ କୋଚ୍ ବସ୍ । ହଠାତ୍ ଭୋର୍ ସମୟରେ ଚିତ୍କାର କରିଉଠିଥିଲେ ଜଣେ ଯୁବତୀ । କେହି କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ରୁଦ୍ର ରୂପ ଧାରଣ କରିଥିଲେ । ମାମଲା ବୁଝିବା ପାଇଁ ଗାଡି ଅଟକାଇଥିଲେ ବସ୍ କର୍ମଚାରୀ । ଶେଷରେ ଯେଉଁ…