Latest Odisha News

BREAKING NEWS

Browsing Category

ରାଜନୀତି

ଗୁଜରାଟରେ ହେବନି ଭାରତ ବନ୍ଦ, ଜବରଦସ୍ତି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଗୁଜରାଟ: ବିଭିନ୍ନ କୃଷକ ସଂଗଠନ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦ କରାଯିବ । ବିଭିନ୍ନ ବିରୋଧୀ ଦଳ ମଧ୍ୟ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ହେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସ୍ପଷ୍ଟ କରିଛନ୍ତି ଯେ, ଗୁଜରାଟରେ ଭାରତ ବନ୍ଦ ହେବ ନାହିଁ ।…

ଚାଷୀଙ୍କ ଭାରତ ବନ୍ଦକୁ ବିଜେଡି ସମର୍ଥନ କରିବ କି ନାହିଁ ? ନିଷ୍ପତ୍ତି ନେବେ ନବୀନ

ଭୁବନେଶ୍ୱର: ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି । ବନ୍ଦକୁ ବିଜେଡି ସମର୍ଥନ କରିବ କି ନାହିଁ ତାଉପରେ ଏବେ ସମସ୍ତଙ୍କର ନଜର ରହିଛି । ବିଜେପି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଭାରତ ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ନିଷ୍ପତ୍ତି…

ପରୀ ପାଇଁ ନ୍ୟାୟ ଦାବି: ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ନୟାଗଡ଼ର ନାବାଳିକ ହତ୍ୟା ମାମଲାରେ ଥମୁନି ରାଜନୀତି । ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ରାଜଭବନ ଆଗରେ ଧାରଣା ଦିଆଯାଇଛି । ଅଭିଯୁକ୍ତଙ୍କ ଗିରଫ ସହ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବି…

କୃଷକଙ୍କ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ ଶରଦ ପାୱାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାୱାର । କୃଷକଙ୍କ ଆନ୍ଦୋଳନକୁ ନେଇ ଆସନ୍ତା ୯ ତାରିଖରେ ପାୱାର ରାଷ୍ଟ୍ରପତିଙ୍କୁ ଭେଟିବେ । ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦିନ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ପରବର୍ତ୍ତୀ…

କେଉଁ ଦଳ ପାଇଁ କଂଗ୍ରେସ ଛାଡିଲେ ଅଭିନେତ୍ରୀ ବିଜୟାଶାନ୍ତି ?

ହାଇଦ୍ରାବାଦ: ଅଭିନେତ୍ରୀରୁ ପଲିଟିସିଆନ୍ ପାଲଟିଥିବା ବିଜୟାଶାନ୍ତି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ୨୦୧୪ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଆସନ୍ତା ସୋମବାର ବିଜୟାଶାନ୍ତି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ । ବିଜେପିରେ ଯୋଗଦେବା ସହ ସୋମବାର…

କଂଗ୍ରେସ ସହ ମେଣ୍ଟ କରି ପଶ୍ଚାତାପ କରୁଛନ୍ତି ଏଚ୍. ଡି. କୁମାରସ୍ୱାମୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀଙ୍କ ବଡ଼ ବୟାନ । କଂଗ୍ରେସ ଉପରେ ଲଗାଇଛନ୍ତି ଗୁରୁତର ଅଭିଯୋଗ । କଂଗ୍ରେସ ସହ ମେଣ୍ଟ କରି ସେ ବରବାଦ ହୋଇଛନ୍ତି । ସବୁ କିଛି ହରାଇଛନ୍ତି । ବିଜେପିକୁ ସମର୍ଥନ ଦେଇଥିଲେ ଓ ସମ୍ପର୍କ ଭଲ ରଖିଥିଲେ ଏବେ ବି…

ରାଜନୀତିରେ ଏଣ୍ଟ୍ରି କରିବେ ରଜନୀକାନ୍ତ: ଖୁବ୍ ଶୀଘ୍ର ନେବେ ନିଷ୍ପତ୍ତି

ଚେନ୍ନାଇ: ରାଜନୀତିରେ ପ୍ରବେଶ ନେଇ ଖୁବ୍ ଶୀଘ୍ର ଘୋଷଣା କରିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ । ଆଜି ଏନେଇ ସୂଚନା ଦେଇଛନ୍ତି ରଜନୀକାନ୍ତ । ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ରଜନୀକାନ୍ତ । ଏହି ବୈଠକରେ ଆଗାମୀ ତାମିଲନାଡୁ ନିର୍ବାଚନରେ ଦଳ…

ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ତତ୍କାଳ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ…

ଚାଷୀଙ୍କ ବିରୋଧରେ ଏତଲାକୁ ରାହୁଲଙ୍କ ନିନ୍ଦା, କହିଲେ ଆମ ପାଇଁ ଜୟ କିଷାନ ଥିଲେ ରହିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକ ଏବେ ପ୍ରଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ହରିୟାଣାରେ କୃଷକଙ୍କୁ ଅଟକାଇବା ପାଇଁ ଉଦ୍ୟମ କରାଯାଇଥିଲା । ଅନେକ କୃଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ କଂଗ୍ରେସ ନେତା…

ବୈଜୟନ୍ତ ପଣ୍ଡା କରୋନା ପଜିଟିଭ୍

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାର କିଛି ଲକ୍ଷଣ ତାଙ୍କ ନିଟରେ ଦେଖାଯିବାରୁ ସେ ସ୍ୱାବ ଟେଷ୍ଟ କରିଥିଲେ । ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟ୍ୱିଟରେ…