Latest Odisha News

BREAKING NEWS

Browsing Category

ରାଜନୀତି

ପୁଣି ସୋନିଆ ଗାନ୍ଧୀ ହେଲେ କଂଗ୍ରେସ ଅଧ୍ୟକ୍ଷା

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି କ୍ରମେ ସୋନିଆ ଗାନ୍ଧୀ କଂଗ୍ରେସ ଦଳର ନୂଆ ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି । ଦୀର୍ଘ ସମୟଧରି ଶନିବାର ଦିନ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ପରିଶେଷରେ ରାହୁଲ ଗାନ୍ଧୀଙ୍କ ପରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ଭାବେ…

ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହେଲେ ଓଡିଶା ସାଂସଦ

ନୂଆଦିଲ୍ଲୀ: ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ୟ ୪ ଜଣ ରାଜ୍ୟସଭା ସାଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନ୍ୟ ୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ମହେଶ ପୋଦାର (ବିଜେପି), କେ. କେଶବ ରାଓ…

ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ କହିଲେ, ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଜନସାଧାରଣ ଯଥାଶିଘ୍ର ସେମାନଙ୍କର ନିର୍ବାଚିତ ପ୍ରତିନିଧୀଙ୍କୁ ପାଇପାରିବେ ବୋଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଜାତି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଧାରା ୩୭୦ ହଟିଯିବା ପରେ…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: କ’ଣ ପାଇଁ ଚର୍ଚ୍ଚାରେ ଏହି ଲଦାଖି ସାଂସଦ ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ମଙ୍ଗଳବାର ଦିନ ଗୃହୀତ ହେଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲଟିକୁ ସକାଳେ ଗୃହରେ ଆଗତ କରିବାପରେ ଆରମ୍ଭ ହୋଇଥିଲା ଧାରା ୩୭୦କୁ ନେଇ ଗରମାଗରମ ଆଲୋଚନା । ଆଲୋଚନାରେ ଭାଗନେଇ କିଛି ମିନିଟ ମଧ୍ୟରେ ସମଗ୍ର ଦେଶରେ…

ପ୍ରତିଶ୍ରୁତି ରକ୍ଷାକଲେ ନବୀନ, ବିଜେପୁର ଲାଗି ମଞ୍ଜୁର ହେଲା ଆଇଟିଆଇ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ବିଜୟ ହାସଲ କରିଥିଲେ । ପରେ ସେ ଏହି ଆସନଟିକୁ ଜୁଲାଇ ୨ ତାରିଖରେ ଛାଡ଼ିଦେଇଥିଲେ । ବିଜେପୁରର ସ୍ଥାନୀୟ ବାସିନ୍ଦା ତଥା ଯୁବବର୍ଗଙ୍କ ବୈଷୟିକ ଶିକ୍ଷାର…

ବିଧାନସଭାରେ ବିବାଦୀୟ ବୟାନ ପ୍ରସଙ୍ଗ: ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିଧାନସଭାର ବିଧାୟକ ଦଳ ଉପ-ନେତା ବିଷ୍ଣୁ ଚରଣ ସେଠୀ ଶେଷରେ ନିଜର ବିବାଦୀୟ ବୟାନଲାଗି ଦୁଃଖ ପ୍ରକାଶ କରିବାପରେ ଶୁକ୍ରବାର ଦିନ ଗୃହ କାର୍ଯ୍ୟ ସ୍ୱାଭାବିକ ପରିସ୍ଥିତିକୁ ଆସିଛି । ବିଧାୟକ ବିଷ୍ଣୁ ସେଠୀ ଗୁରୁବାର ଦିନ ସ୍ୱାମୀ ପରିତ୍ୟକ୍ତା ମୁସଲିମ୍…

‘ତିନି ତଲାକ୍ ବିଲ୍’ କୁ ନେଇ ବିଧାନସଭାରେ ଝଡ଼

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ‘ତିନି ତଲାକ୍ ବିଲ୍’ କୁ ନେଇ ହଟ୍ଟଗୋଳ ହେବା ପରେ ଗୃହକୁ ବାଚସ୍ପତି ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । ବିରୋଧୀ ଦଳ ଉପ-ନେତା ତଥା ବରିଷ୍ଠ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ‘ତିନି ତଲାକ୍ ବିଲ୍’ କୁ ନେଇ ମନ୍ତବ୍ୟ ପ୍ରଦାନ କରିବା ପରେ ବିରୋଧୀ କଂଗ୍ରେସ ଓ…

ବିତର୍କର ବଳୟରେ ବିବାଦୀୟ ସମାଜବାଦୀ ନେତା ଆଜମ୍ ଖାନ୍

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ସୋମବାର ଦିନ ବିଜେପି ସାଂସଦ ରମାଦେବୀଙ୍କୁ କ୍ଷମା ମାଗିଛନ୍ତି । ସପ୍ତାହକ ପୂର୍ବରୁ ବରିଷ୍ଠ ଏସପି ନେତା ଶ୍ରୀ ଖାନ୍ ଲୋକସଭାରେ ଏହି ମହିଳାନେତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲେ, ଯାହାକି ସମଗ୍ର ଦେଶରେ ହଇଚଇ ସୃଷ୍ଟି…

କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହେଲେ ୧୪ ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟର କୁମାରସ୍ୱାମୀ ସରକାର କ୍ଷମତାଚ୍ୟୁତ ହେବାପରେ ପରେ ରବିବାର ଦିନ ବାଚସ୍ପତି କେଆର ରମେଶ କୁମାର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରେ ଜେଡିଏସର ୩ ଏବଂ କଂଗ୍ରେସର…

ରାଷ୍ଟ୍ରପତି କୋବିନ୍ଦଙ୍କ ସହ ୭ଦିନିଆ ବିଦେଶ ଗସ୍ତରେ ଯିବେ ଏହି ଓଡିଆ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରବିବାର ଦିନଠାରୁ ଆଫ୍ରିକୀୟ ଦେଶ ତଥା ବେନିନ୍, ଗାମ୍ବିଆ ଓ ଗୁଇନିଆ ଆଦି ୩ ଗଣରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ପଶ୍ଚିମବଙ୍ଗ ସାଂସଦ ଦିଲ୍ଲୀପ ଘୋଷ ମଧ୍ୟ ଏହି ଗସ୍ତରେ ଯିବାର…