Latest Odisha News

BREAKING NEWS

Browsing Category

ଅନୁବାଦ

ଅନୁବାଦ କବିତା : ସ୍ମାରକ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଆଜି ରାତି ଶ୍ରାବଣର ଏଇ ମେଘ ହଠାତ୍ ଯଦି ଫେରିଯାଏ ତେବେ ବି ପଡ଼ିବ ମନେ ଚଞ୍ଚଳ ପବନ ଯଦି ଫେରେ କେବେ ହୃଦୟର ଅଗଣାରେ ରଜନୀଗନ୍ଧାର ଅରଣ୍ୟରେ ତେବେ ବି ପଡ଼ିବ ମନେ । ଆଜି ବି ଯଦି ପକ୍ଷୀର ଡେଣା ଉଡ଼େ ସେଇ ଦୂର ଦିଗନ୍ତରେ ବନ୍ୟାର…

ଅନୁବାଦ କବିତା : ଯିବା ମୁହୂର୍ତ୍ତରେ

ମୂଳ ବଙ୍ଗଳା : ଶ୍ୟାମସୁର ରାହମାନ ମଣିଷଟେ ଯେତେ ବି ଖିଆଲି ନିର୍ବିକାର ବା ଉଦାସୀ ହୋଇଥାଉ ଯେତେବେଳେ ସେ ନିଜ ନିବାସ ଛାଡ଼ି ଦୁରକୁ ବହୁ ଦୁରକୁ ଚାଲିଯାଏ ଅବା ତାକୁ ଅନ୍ୟ କେଉଁ ଦେଶକୁ ଯିବାକୁ ପଡ଼େ, ତେବେ ସେ ମ୍ଳାନହସ ସହ କ'ଣ ଚିନ୍ତା କରେ କହିବା ମୁସ୍କିଲ୍ ସତରେ। ସେ କଣ…

ଅନୁବାଦ କବିତା : ତୁମକୁ କହିନାହିଁ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ଆକାଶରେ ମେଘର ପ୍ରବଳ ଗର୍ଜନ ଓ ବାଣ ଫୁଟିବା ପରି ଶବ୍ଦରେ କାଲିଥିଲା ତୁମର ଜନ୍ମଦିନ । ଘର ଭିତରକୁ ବର୍ଷାର ଛିଟା ଆସୁଥିଲେ ବି, ଝରକା ବନ୍ଦ କରିନି ଆଲୁଅ ଲିଭି ଯାଇଥିବା ଅନ୍ଧାରରେ ରହି ରହି ବିଦ୍ୟୁତର ଝଲକରେ ମୁଁ ଦେଖି ପାରୁଥିଲି ତୁମର…

ଅନୁବାଦ କବିତା : ଧଳା ମେଘର ଛାଇ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଶିମୁଳି ଗଛର ଶାଖା ପ୍ରଶାଖା। ଆଜି ବି ଦିଶୁଛି ଏତେ ଲାଲ ଟକ ଟକ ଅନେକ ରକ୍ତାକ୍ତ ହୃଦୟ ପରି ଆଜିବି ଶୁଖିଲା ପବନରେ ଲୋହିତ ବାସ୍ନାର ମହକ । ପିଲାଦିନେ ସେଇ ଉଡ଼ନ୍ତ ତୁଳାର ମେଘ ପଛରେ ଧାଇଁ ଧାଇଁ ଦିନେ ଆସି ନଦୀ ତଟରେ ମନ୍ତ୍ରମୁଗ୍ଧ…

ଅନୁବାଦ କବିତା : ହାୟ ଚିଲ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ ହାୟ ଚିଲ, ସୁନେଲି ଡେଣାର ଚିଲ ତୁମେ ଏଇ ବର୍ଷାଭିଜା ଦ୍ୱିପହରେ ଯେଉଁ ନଦୀ ବହିଯାଏ ଧାନ ବିଲ ଛୁଇଁ ତା ଉପରେ ଉଡ଼ି ଉଡ଼ି ତୁମେ କାନ୍ଦ ନାହିଁ। ତୁମରି କାନ୍ଦର ସ୍ଵର ଶୁଣି ମନେ ପଡ଼େ ମୋର ବେତ ଫଳ ପରି, ମ୍ଳାନ ଆଖି ତା'ର ସେ କିନ୍ତୁ ଯାଇଛି…

ଅନୁବାଦ କବିତା : ତୁମେ, ମୁଁ ଆଉ ଏ ଶୀତ

ମୂଳ ବଙ୍ଗଳା : ମହାଦେବ ସାହା ଶୀତ ଋତୁ ତୁମର ପସନ୍ଦ ଭାରି ଜୋର ଶୀତ ପଡ଼ିଲେ, ତୁମକୁ ଭଲଲାଗେ ମୁଁ କିନ୍ତୁ ଶୀତ, ଗ୍ରୀଷ୍ମ, ବସନ୍ତକୁ ଛାଡ଼ି ତୁମକୁ ସବୁଠାରୁ ବେଶୀ ଭଲପାଏ ଏବଂ ସଦାବେଳେ ତୁମ କଥା ଭାବେ। ଯେ କୌଣସି ଋତୁ, ମାସ, ବରଷା ବା ବରଫଠୁ ବଳି ମନୋରମ ସାନିଧ୍ୟ ତୁମରି…

ଅନୁବାଦ ଗଳ୍ପ : ଝଡ଼ ପରେ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୨ ମୂଳ ଇଂରାଜୀ: ଆତିଆ ହୁସେନ ଫୁଲପେନ୍ଥା ସବୁ କେମିତି ବିଚିତ୍ର ଭାବରେ ସେଇ ସରୁ ମୁହଁବାଲା ବୋତଲରେ ଖୋସା ହୋଇଇôଲା । ଏପରିକି ବୋତଲରେ ପୂର୍ବରୁ ଲାଗିଥିବା କାଗଜର ଷ୍ଟିକରଟିକୁ ସୁଦ୍ଧା ଭଲଭାବେ ଛଡ଼ାଯାଇ ନ ଥିଲା । ସେଇ…

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍  ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ ଏକ ଭଙ୍ଗା ଗଛ ତଳେ ଦିନେ କିନ୍ତୁ ମୋ ଚଉକି ଥିଲା ଚୁଲି ପରୁ ଖୁବ୍ ନିକଟରେ ପ୍ରତ୍ୟେକ ବନ୍ଧୁ ମିଳନରେ ଯେତେ ଚର୍ଚ୍ଚା ହେଉଥିଲା ପ୍ରେମ ଏବଂ ରାଜନୀତିକୁ ନେଇ ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।…

ଅନୁବାଦ ଗଳ୍ପ : ରାମ ଓ ରହୀମର କଥା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୧ ବଙ୍ଗଳା: ମହାଶ୍ୱେତା ଦେବୀ ସଜୁମଣି ବେଓରା ମନରୁ ଧର୍ମକର୍ମ ବିଶ୍ୱାସ ଯେମିତି ହଠାତ୍ ଏଇ ବର୍ଷାଦିନଟାରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା! ହଁ, ଏକଥା ସତଯେ ସଜୁମଣି କି ତା’ଭଳିଆ ଅନ୍ୟ ସ୍ତ୍ରୀଲୋକମାନେ ଏ ଈଶ୍ୱର ଫିଶ୍ୱରଙ୍କ…

ଅନୁବାଦ କବିତା : ଏଇ ଶୀତରେ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ ମୁଁ ଯଦି ମରିପାରନ୍ତି ଏଇ ଶୀତରେ ଗଛ ଯେମିତି ଶୁଖିଯାଏ ସାପ ଯେମିତି ଗାତରେ ପଶି ରହେ ଏଇ ଦୀର୍ଘ ଶୀତ ସମୟରେ। ଶୀତ ଚାଲିଗଲେ ଗଛ ନୂଆ ହୋଇ ଗଜରେ ଚେରରୁ ଉର୍ଦ୍ଧ୍ଵକୁ ଉଠେ ତରୁଣ ଜୀବନ ରସ ଚିତ୍କଣ ସବୁଜ ଡାଳ ପତ୍ରରେ ଅଜସ୍ର ଉଦ୍ଧତ ଫୁଲର ହସ।…