Latest Odisha News

BREAKING NEWS

Browsing Category

କବିତା

ଗୋଟେ ପଟୁଆର ବିପକ୍ଷରେ

ଗୋଟେ ପଟୁଆର ବିପକ୍ଷରେ ପବିତ୍ର ମୋହନ କର ଯୁଦ୍ଧର ପ୍ରତିଟି ଗୁଳିରେ କେହି ଜଣେ ଛେଉଣ୍ଡ ହୁଏ ପୃଥିବୀରେ ମୁଣ୍ଡ ଉପରୁ ଆକାଶ, ପାଦ ତଳୁ ମାଟି ଖସିଯାଏ କା'ର ବାପ, ତ କା'ର ପୁଅ ଯାଏ ଯୁଦ୍ଧର ପ୍ରତିଟି ଗୁଳିରେ ନାରୀଟିଏ ଜଖମ ହୁଏ ପୃଥିବୀରେ ତା ନିଶ୍ୱାସରେ ପୋଡ଼ିଯାଏ ବିଶ୍ୱାସ କ୍ଷୟ…

ଗେରସ୍ତ

ଗେରସ୍ତ ପ୍ରସନ୍ନ କୁମାର ସ୍ୱାଇଁ ଆଃ କି ଗୃହପାଳିତ! ଅଭିମନ୍ତ୍ରିତ ଅନୁମୋଦିତ ଅନୁପ୍ରାଣିତ ଅନୁନାସିକ ସ୍ୱରଟିଏ। ସାରା ଫୁଲ ବଗିଚାର ମାଲିକ ସେ ପାଳଭୂତଟିଏ। ଖୋଳେ ନଈ ଗଢେ ପାହାଡ଼ ବାନ୍ଧେ ବଂଧ ତୋଳେ ଛନ୍ଦ କଣ ନଜାଣିଛିକି ଦିନ ରାତି ଆକାଶରୁ ମେଘ ପରି ଝରେ ନିରୀମାଖି…

କବିତା କେଉଁଠି ଅଛି

କବିତା କେଉଁଠି ଅଛି ସଂଘମିତ୍ରା ମିଶ୍ର ମୁଁ ଜାଣିଛି ଅକ୍ଷରର କାରୁକାର୍ଯ୍ୟ କବିତା ନୁହେଁ ତା’ ଭିତରେ ଜୀବନୀଶକ୍ତି ହିଁ କବିତା ଧାଡ଼ିଗଣି ପୃଷ୍ଠା ଓଲଟାଇ କବିତା ଲେଖାଯାଏ ନାହିଁ କବିତାରେ ଝରିଯାଏ ସାରା ସଂସାର ପାଇଁକି ଅସୁମାରି ନିରୁତା ମମତା । କବିତା ଯଦି ଶିଖିଛି ନିଜକୁ…

ଦୁଇ ଭାଗ

ଦୁଇ ଭାଗ ସୁଷମା ମିଶ୍ର ମୁଁ ହୋଇଗଲି ଦୁଇ ଭାଗ ଗୋଟିଏ ଗଛର ଏପାଖ ସେପାଖ ପରି, ଯେଉଁଦିନୁ ମୋ ଦେହଗଛର ଦୁଇଟି ଡାଳରେ ବସି ଦୁଇଟି ଚଢେଇ ଦୁଇ ବିପରୀତ ଦିଗକୁ ମୁହଁ କରି ପରସ୍ପରକୁ ଡାକ ଦିଅନ୍ତି ଅସ୍ଥିର ହୋଇ । ହଁ, ମୋ ଭିତରେ ଥିବା ନାରୀଟି ଏବେ ଜଣେ ନୁହଁ ଦୁଇଟି ଅସ୍ତିତ୍ୱ ।…

ରୂପକ

ରୂପକ ପ୍ରଦୀପ କୁମାର ପଣ୍ଡା ଶୁଖିଲା ଗଛମାନେ ମାଟି ଛାଡିବାକୁ ନାରାଜ, ମଥାରୁ ଉପୁଡି ଗଲାଣି କେଶ କୁଷ୍ଠୀ ଶରୀରରୁ ଛିଂଡି ଗଲାଣି ଆଂଗୁଠିଯାକ ଉତୁରି ଗଲାଣି ଛାଲ ମାଂସ ଦେହର, ପୋଲା ହାଡମାନ ଯାହା ଅବଲୀଳା କ୍ରମେ ତୀରେଇଛଂତି ଆକାଶମୁହାଁ କବିତାର ରୂପକ ହେବାକୁ। କାଠୁଆଗଛ ତଥାପି…

ସାବଧାନ୍

ସାବଧାନ୍ ସଂଘମିତ୍ରା ରାଏଗୁରୁ ଅମୃତ କ'ଣ ବାରବାର ମିଳେ କାହାଣୀ ପେଡିରୁ ନାଗମଣି କ'ଣ ସତ ହୋଇ ଫେରେ ତଥାପି ମୁଁ ଖୋଜୁଛି ସେ ରାତି ଖୋଜୁଛି, ରାତିକୁ ୠତୁ କରି ମୋ ଅଗଣାରେ ଟାଂଗୁଥିବା ନୀଳ ମହୁମାଛି ତାରାରେ ତିଆରିବ ଘର ଜହ୍ନକୁ କରିବ ଝରକା ଦିନେ ଦେଇଥିଲା କଥା ଅଧା…

ପରକୀୟା

ପରକୀୟା ସଂଜିତ୍ କୁମାର ବଳ ଅଂଧାର ଝରାଇ ଆକାଶ ରାତିକୁ ଗାଢ଼ କରେ । ସେ ତା’ ନୂଆ ସଂସ୍କରଣର ଅନାବରଣ ପାଇଁ ଜିରୋ ପାୱାର ବଲ୍ବର ଆଲୁଅକୁ ଅତିଥି କରେ । ବଂଦ ଥାଇବି ମୁଁ ନିଜକୁ ଖୋଲାରଖେ ମୋର ଅନେକ ବ୍ୟାକୁଳତାର ବିନମ୍ର ଅନୁରୋଧରେ । ଗୋଟେ ଛାଇର ପାଦ ଶବ୍ଦକୁ…

ଗୁଡ଼ି

ଗୁଡ଼ି ବିଭୂତି ଭୂଷଣ ଖୁଣ୍ଟିଆ ଗୁଡ଼ିର ନା ଥାଏ ପକ୍ଷୀ ନା ଡେଣା ଥାଏ ଖାଲି ଉଡ଼ିବାର ସମ୍ଭାବନା ହେଲେ, ଏକା ଏକା କେବେ ସିଏ ଉଡ଼ିପାରେନା । ତା’ ସହ ଅଭ୍ୟସ୍ତ ନ ହେଲେ ସିଏ ମୁହଁ ମାଡ଼ି ଶୋଇପଡେ଼ କାହାରି କଥା ରଖେନା । ସେ ପସନ୍ଦ କରେନା କୌଣସି ସଂକୀର୍ଣ୍ଣ ଗଳି କି…

ରାଜଧାନୀ ରଜ

 ରଜ ସ୍ୱତନ୍ତ୍ର  ରାଜଧାନୀ ରଜ ସରୋଜ ବଳ ପିଇ ଭିଟାମିନ୍‍ ପେଜ ଚିଡ଼ିଆଖାନାରେ ଡାକିଲା ଗଜ ଡାକିଲା ଗଜ ଲୋ ଆସି ପହଂଚିଲା ରଜ କାଗଜ ଖାଇଲା ଛେଳି ସପିଙ୍ଗ ମଲରେ ଭାରି ଗହଳି ଭାରି ଗହଳି ଲୋ ପଅର୍ସ ଯାଏ ତରଳି ବାଉଁଶ ପତର ନେଳି ଟିଭି ଷ୍ଟୁଡିଓରେ ଲାଗିଛି ଦୋଳି ଲାଗିଛି…

କବିର ରାଜନୀତି

କବିର ରାଜନୀତି ମୁକୁଲ୍ ମିଶ୍ର ଦେଶ ପାଇଁ ଆକ୍ରୋଶ ଓ ଆହ୍ୱାନର ଏ କିଳିକିଳା ଚିତ୍କାର ବେଳକୁ ମୋର ଏଠି, ଏମିତି ତରଳ ପ୍ରେମ କବିତାଟେ ହୋଇ ତମ ଭିତରେ ଭେଦିଯିବା କଣ ଠିକ୍? ଅବଶ୍ୟ ବନ୍ୟାଠୁ ମୁକୁଳି ବନ୍ଧ ବାନ୍ଧୁ-ବାନ୍ଧୁ ବନ୍ଧନ ଛିଣ୍ଡେଇ ବହିଯାଏ ଯିଏ ସେ ମୁଁ ନୁହେଁ ।…