Latest Odisha News

BREAKING NEWS

Browsing Category

ସାହିତ୍ୟ

ପଢ଼ିବାର ଅଭ୍ୟାସ ମତେ ଲେଖିବା ପାଇଁ ପ୍ରେରିତ କଲା : ସୁବ୍ରତ କୁମାର ଜେନା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସୁବ୍ରତ କୁମାର ଜେନା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବିଶେଷ ଭାବରେ ଗୀତି କବିତା…

ଗଳ୍ପ : ବାପା

ସୁଜାତା ପତି ରାମୁ ସବୁଦିନ ବାପାଙ୍କ ସାଇକେଲରେ ସ୍କୁଲ ଯାଏ। ଘରଠାରୁ ସ୍କୁଲ ଅଳ୍ପ ଦୂର। ତା'ବାପାଙ୍କର ପାନ ଦୋକାନ... କିଛି ସମୟ ଦୋକାନ ବନ୍ଦ କରି ରାମୁକୁ ସ୍କୁଲରେ ଛାଡନ୍ତି। ସ୍କୁଲ୍ ଛୁଟି ହେଲେ ସାଙ୍ଗମାନଙ୍କ ସହିତ ଘରକୁ ଫେରେ ରାମୁ। ମାଆ ଖାଇବା ତିଆରି କରି ଟିଫିନ୍ ପ୍ରସ୍ତୁତ…

କବିତା : ପୁଲକ

ସୁଜାତା ମିଶ୍ର ଜୀବନ ରେ! ରାସ୍ତାରେ ପଡ଼ିଛି କଣ୍ଟା ଓ ପଥର କରି ନେଲି ସବୁ ଆପଣାର, କ୍ଳାନ୍ତି ଆଉ ଅବସାଦ ସାଉଁଟିଲି ଫୁଲ ପରି ପିନ୍ଧି ନେଲି ବେଣୀରେ କରି ମୁଁ ଗଜରା ମାଳ.., ଭଙ୍ଗା ଆଇନାର କାଚ ଖଣ୍ଡରେ ଦେଖିଲି ମୋ ସ୍ୱପ୍ନର ଝଲକ, ଆହତ ପକ୍ଷୀର ଡେଣାରେ ଆଙ୍କି ଦେଲି ଲୁହ…

ଭାଷା ଭାଗବତ : ଶବ୍ଦଂକୁ କରିବା ସ୍ବାଗତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ଥିଲା, ତାହାକୁ ସ୍ମରି କାହାଗେ କରିବା ଗୁହାରି ଯେତେ ମଣିଷ ସେତେ ତୁଂଡ ବହୁ ଶବ୍ଦ ହୁଅଂତି ରୁଂଡ ଏହା ଚାଲିଛି ନିରବଧି ପ୍ରକ୍ରିୟା ପାରିବାନି ରୋଧି ଅଗ୍ର-ଚିଂତକ ସଂଖ୍ୟା ଅଳ୍ପ ହେଲେ ହିଁ ଚଳେ ଗାଲୁ ଗଳ୍ପ କଲେ ଅଧିକ…

ଭାଷା ଭାଗବତ : କଠିନ, ସରଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷା କରିବା କଷ୍ଟକର ଅତ୍ୟଂତ ସହଜ ବ୍ୟାପାର ନିର୍ମଳ ଆଉ ସ୍ବାଭାବିକ ହୁଅଂତୁ ଆମର ଲେଖକ ମିଳିବ ପୁନଶ୍ଚ ଆଦର ମନରୁ ଉଭେଇବ ଡର ଦେଖାଉଥିଲେ ଶବ୍ଦ-ଜ୍ଞାନ ସ୍ବଭାଷା ହୋଇବ ନିଶ୍ଚିହ୍ନ ଏମିତି ଲେଖିବା କଠିନ ସଂଧି ସମାସ ଆଦିରେ…

କବିତା : ସମୟ

ବନ୍ଦନା ପଣ୍ଡା  କୁଆଡେ ଯାଇଛି ହଜି କୋଳାହଳ ସହରର ବ୍ୟସ୍ତ ପ୍ରହର ମଣିଷ ଖୋଜୁଥିଲା ଟିକେ ଏକାନ୍ତର ବେଳ !! କୁଆଡେ ହଜିଗଲା ବଜାର ହାଟରେ ମୂଲଚାଲ ଆଉ ଠେଲା ଦୋକାନୀରେ ବରା ପକୁଡ଼ି ପାଇଁ ଚହଳ ପହଳ?? ଚା ଦୋକାନ ଖଟି ପାନଖିଆ ପାଟି ସଫଳ ବିଫଳ ପ୍ରେମିକଙ୍କ ଉତୁରା ହସ, ବତୁରା…

ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଓଡ଼ିଶା ଲାଇବ୍ରେରୀ ଏକାଡେମୀ ପକ୍ଷରୁ ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ରାଜ୍ଯ ଗ୍ରନ୍ଥାଗାରର କର୍ମଚାରୀମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟ୍ୟମରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ଯ…

କବିତା : ଭସ୍ମାସୁର

ରାମକୃଷ୍ଣ କେତେ ବା ସମୟ ମୋତେ ଜନ୍ମ ନେବାକୁ ଘୃଣାରେ ଟିକେ ହଲଚଲ୍ ହେଲା ରକ୍ତ ତ ଲେଲିହାନ୍ ଭୋକପରି ଛିଡା ହୋଇ ପଡିଲି ତମର ଚରାଭୂଇଁରେ ପଥରେ ହେଉ ବା ନେପଥ୍ୟରେ ଯାହାର ହାତରେ ହ୍ବୁସିଲ୍ ସେ ହିଁ ମୋର ମାଲିକ ଆଉ ମୁଁ ତାର ବଶମ୍ବଦ ଭୃତ୍ୟ ଘୃଣାର ବିଷ୍ଫୋରଣ ମୁଁ ବାରୁଦର ହାତ ।…

ଭାଷା ଭାଗବତ : ଅଂଡାଳ ନିଜ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଦ୍ୟମାନ ଓ ଅଂତର୍ଧାନ ପରମେଶ୍ବରଂକର ଗୁଣ ନ କରି ଅନ୍ୟତ୍ର ସଂଧାନ ଆଗ ଅଂଡାଳ ନିଜ ମନ ସବୁଠି ଉପସ୍ଥିତ ରହି କାହାକୁ କିଛି ବି ନ କହି କରାଂତି ନିଜ ସବୁ କାର୍ଯ ସିଏ ତ ସର୍ବଦା ସ୍ବୀକାର୍ଯ ସେ ଯେଣୁ ଅନଂତ ପ୍ରେରଣା ହୁଅଂତି…

ଭାଷା ଭାଗବତ : ଦିଶୁନାହାଂତି ଚିହ୍ନାମୁହଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଦ୍ବାରରେ କରାଘାତ କରି ବଥାଏ ମୋର ହାତ ସେଠାରୁ ଆସେଁ ଶୀଘ୍ର ଫେରି ନୁହେଁ ସେଠାରେ ଦରକାରୀ ପୁଣି ପହଂଚି ଅନ୍ୟ ଠାବେ ଠିଆ ହୋଇ, ଟିକିଏ ଭାବେଁ 'ଅଛ କି ? ' ବୋଲି ଛାଡ଼େଁ ଡାକ ଉତ୍ତର ଦିଅଂତିନି ଲୋକ ସହର ସାରା ବୁଲି ବୁଲି…