Latest Odisha News

BREAKING NEWS

Browsing Category

ସାହିତ୍ୟ

ଅମରେଶ ବିଶ୍ୱାଳ ପାଇବେ ‘ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ ଲେଖକ ଅମରେଶ ବିଶ୍ୱାଳ ମନୋନୀତ ହୋଇଛନ୍ତି। ଆଗାମୀ ୧୪ ତାରିଖରେ ମହାବୀର ଅନୁଷ୍ଠାନ ତରଫରୁ ଭବାନୀପାଟଣାରେ ଅନୁଷ୍ଠିତ ଦେବାକୁ ଥିବା…

କବିତା : ଶୀତ

ମଧୁସ୍ମିତା ନାୟକ ଏବେ ଜାଣି ଜାଣି ବେଶି ସୁନ୍ଦର ଦିଶୁଛି ମୋ ଗାଁ, ପଶ୍ଚିମର ଅସ୍ତରାଗ ଗୋଧୂଳୀ ବେଳାର ସଞ୍ଜୁଆ ଆକାଶ ଢଳି ପଡୁଥାଏ ଗେରୁଆ ବସ୍ତ୍ର ପିନ୍ଧି, ପକ୍ଷୀମାନଙ୍କର ଘର ବାହୁଡା, ପୁଣି ସକାଳର ଚିକ୍ ମିକ୍ କଅଁଳ ଖରା ପୂର୍ବରେ ଲାଲ୍ ଟହ ଟହ ଠିକ୍ ଚାଲୁଣୀ ପରି, ଖୁବ୍ ଅଳ୍ପ…

ବଚନ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯାହା ଦ୍ୱାରା ବ୍ୟକ୍ତି ବା ବସ୍ତୁର ସଂଖ୍ୟା ଜଣାଯାଏ, ତାହାକୁ ବଚନ କୁହାଯାଏ । ବିଶେଷ୍ୟ ଓ ସର୍ବନାମ ପଦର ବଚନ ଥାଏ । ଏହା ଦୁଇ ପ୍ରକାରର - ଏକବଚନ ଓ ବହୁବଚନ । ଯେଉଁ ବିଶେଷ ବା ସର୍ବନାମ ପଦରୁ ବ୍ୟକ୍ତି ବା ବସ୍ତୁର ସଂଖ୍ୟା ଗୋଟିଏ ବା ଏକ ବୋଲି…

କବିତା : ସମୟର କବର ତଳେ

ସାଧନା ପଣ୍ଡା  ଆୟୁଷର କଅଁଳ ଡେଣାରେ ସମୟ ଅଜାଡି ଦିଏ କୁଢ କୁଢ ମୃତ୍ୟୁର ଅଙ୍ଗାର , କହି ହୁଏନା ଶେଷ କେଉଁଠି ! ଏଇ ତ ଆରମ୍ଭ ମାତ୍ର ବଞ୍ଚିବାର କୁହେଳିକା ଭିତରେ ଅନ୍ଧାରରେ ଦେଖେ ଆଜି ଆପଣାର ମୁହଁ ଆଉଥରେ ଆରମ୍ଭେ ସେଇଠି  !! ବନ୍ଦୀ ସେ ଚିରକାଳ ଏଇ ସମୟର କବର ତଳେ…

ଭାଷା ଭାଗବତ : ଚିତ୍ତ-ଗତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶଂକା, ସଂଦେହ ଥାଏ ମନେ ନିଶ୍ଚିଂତ ହୁଏନାହିଁ କ୍ଷଣେ ଏହି ଦୋଳାୟମାନ ସ୍ଥିତି ଯୋଗୁଁ ସଂଭବ ଚିତ୍ତ-ଗତି ଭାଷା ତ ସବୁଠି ଜଡ଼ିତ ଚିହ୍ନାଇଦିଏ ମିଛ, ସତ ଭାଷା ନୁହଇ ବହିର୍ଭୂତ ରହଇ ସମଗ୍ର ସହିତ ଯାହା ମଣିଷ ଭାବେ, ହେବ ତାହା ତ…

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ, ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ । ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ, କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି । ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ, ସୁନାରୀ ଅପ୍ସରୀ…

ଭାଷା ଭାଗବତ : ଜ୍ଞାନ ବିସ୍ତାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଜ୍ଞାନ ବିସ୍ତାର ପାଇଁ ଲୋଡ଼ା ଅଳ୍ପ ଅଧିକ ଲେଖା ପଢ଼ା କେବଳ ଜୀବନଯାପନ ସକାଶେ ପାଣି ଓ ଖାଦ୍ୟାନ୍ନ ବଦଭ୍ୟାସ ଓ ସଦଭ୍ୟାସ କରିଲେ ମନକୁ ବିବଶ ଅଭ୍ୟାସ ପାଳିବା ଅଭ୍ୟାସ ଘଟାଏ ଭାଷାର ବିନାଶ …

ଅଭୁଲା ଗୀତ : ଆଲୋ କଳାଶାରୀ!

ଗାୟନ : ତୃପ୍ତି, ଗୀତା, ଜୟଶ୍ରୀ ଓ ମୀରା ସଙ୍ଗୀତ : ଅକ୍ଷୟ ମହାନ୍ତି ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସଂସାର, ୧୯୭୩ ଆଲୋ କଳାଶାରୀ! ପ୍ରଥମ ନାୟିକା: ଆଲୋ କଳାଶାରୀ! କିଏ ତୋର ଶୁଆ ଆଲୋ କଳାଶାରୀ! କିଏ ତୋର ଶୁଆ ଆହା! ବର ସେ’ ତ କଲକତିଆ ବର ସେ’ ତ କଲକତିଆ…

ପାଠକଙ୍କ ପ୍ରତିକ୍ରିୟା ହିଁ ମୋର ପ୍ରେରଣା : ସ୍ମୃତିକଳା ମହାନ୍ତି

ଓଡ଼ିଆ ସାହିତ୍ୟ ଜଗତରେ ନୂଆ ନୂଆ ପାଦ ରଖି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସମ୍ଭାବନାମୟୀ ସ୍ମୃତିକଳା ମହାନ୍ତି ଏକ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।…

ଗଳ୍ପ : ସେଇ କାଳି ଝିଅଟି

ସୁଷମା ପରିଜା  ଏକ ନମ୍ବର ହାଟ ଲୁଗା ଦୋକାନରେ ପୁଅ ପାଇଁ ଡ୍ରେସ୍ ବାଛୁ ବାଛୁ ହଠାତ୍ ତାଙ୍କୁ ଦେଖି ହାତଟା ଅଟକି ଗଲା ସୌମିତ୍ରର। କଣେଇ କଣେଇ ଆଉ ଟିକିଏ ଭଲ କରି ଚାହିଁଲା ।  ସେ କିଛି ଦୂରରେ ଛିଡା ହୋଇ ପୋଷାକ ଦେଖୁଥିବା ମହିଳା ଜଣଙ୍କୁ । ତାଙ୍କର ଚେହେରାଟି ଦୋ ଦୋ ଚିହ୍ନା ମନେହେଉଥିଲା…