Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ହୃଷୀକେଶ ମଲ୍ଲିକ ହେଲେ ଓଡିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାରିଟି ଏକାଡେମୀର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସାହିତ୍ୟ ଏକାଡେମୀର ସଭାପତି ଭାବେ ହୃଷୀକେଶ ମଲ୍ଲିକ, ଉପ ସଭାପତି ଭାବେ ସଂଗ୍ରାମ ଜେନା ଓ ସଚିବ ଭାବରେ ପ୍ରବୋଧ କୁମାର ରାଉତଙ୍କୁ ମନୋନୀତ କରାଯାଇଛି।…

ସାହିତ୍ୟରେ କବିତାର ସ୍ଥାନ ସବୁବେଳେ ଶୀର୍ଷରେ : ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ମିତ ସ୍ମୃତି କମିଟି ପକ୍ଷରୁ କବୀ ଆଦ୍ୟଶା ପ୍ରିୟଦର୍ଶିନୀ ଦାସଙ୍କ ପ୍ରଥମ କବିତା ସଙ୍କଳନ 'ଝର୍କା ସେପାଖ' ଉନ୍ମୋଚିତ ହୋଇ ଯାଇଛି। ୱେବିନାର ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

ଚିନ୍ମୟୀ ପଣ୍ଡାଙ୍କ ଗଳ୍ପ ସଙ୍କଳନ ‘ମରୁମେଘ’ ଲୋକାର୍ପିତ

ଭୁବନେଶ୍ୱର : ତୀର ତରଙ୍ଗ ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ଗାଳ୍ପିକା ଚିନ୍ମୟୀ ପଣ୍ଡାଙ୍କ ପ୍ରଥମ ଗଳ୍ପ ସଙ୍କଳନ 'ମରୁମେଘ' ଅନଲାଇନ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ତଥା ପୂର୍ବତନ ପୁଲିସ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର , ବିଶିଷ୍ଟ କବି ରବି ନାରାୟଣ…

ସାହିତ୍ୟିକ ଚିନ୍ତାମଣି ବେହେରାଙ୍କ ପରଲୋକ

ଉମରକୋଟ : ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟକାର ଚିନ୍ତାମଣି ବେହେରାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଗଳା କର୍କଟ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ବେହେରା କୋରାପୁଟିଆ ଭାଷାରେ କମଳୀ ନାମକ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ…

ପରଲୋକରେ ସାହିତ୍ୟିକ ଘନଶ୍ୟାମ ଧଳ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଘନଶ୍ୟାମ ଧଳଙ୍କର ଭୁବନେଶ୍ୱରସ୍ଥିତ ବାସ ଭବନରେ ପରଲୋକ ଘଟିଛି। ଦୁଇମାସ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଲକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସ୍ୱର୍ଗତଃ ଧଳ ବାଲେଶ୍ଵର ସ୍ବର୍ଗତ ଧଳ ବାଲେଶ୍ୱର ଫକୀରମୋହନ କଲେଜରୁ ସ୍ନାତକ ଶିକ୍ଷାଲାଭ ପରେ ଓଡିଶା…

ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ 'ବିନ୍ଦୁ ସାହିତ୍ୟ ସମାଜ' ପକ୍ଷରୁ ଶିକ୍ଷାବିତ ତଥା ଲେଖକ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୬୯ ତମ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସାଂସଦ ତଥା କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି…

‘କୋଠଘର ଆମ ସାହିତ୍ୟ ପରିବାର’ର କବିତା ସଙ୍କଳନ ‘କୋଠଘର’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ 'କୋଠଘର ଆମ ସାହିତ୍ୟ ପରିବାର'ର ବାର୍ଷିକ ଉତ୍ସବ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ସ୍ୱରଚିତ କବିତା ସଙ୍କଳନ 'କୋଠଘର' ଉନ୍ମୋଚିତ ହୋଇଯାଇଛି। ଏହି ଭରଚୁଆଲ ଉତ୍ସବକୁ ବିଶିଷ୍ଟ ସାହିତ୍ୟିକ…

ଆଇଆଇଏମସି ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : 'ଭାରତୀୟ ଜନ ସଂଚାର ସଂସ୍ଥାନ' (ଆଇଆଇଏମସି) ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହି ସଭାରେ ଅଧ୍ୟକ୍ଷତାରେ କରି କହିଥିଲେ ଯେ ମନୋଜ ଦାସଙ୍କ ପରି ଲେଖକ…

ମନୋଜ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକର ଦ୍ଵାଦଶାହ ଉପଲକ୍ଷେ ସାହିତ୍ୟ ଚର୍ଚ୍ଚା ଏବଂ ଆମେ ଓଡ଼ିଆ-ଆମ ଓଡ଼ିଶା ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ସ୍ମୃତିସଭା ଆୟୋଜିତ ହୋଇଯାଇଛି । ଏହି ବିଶେଷ ସ୍ମୃତି ସଭାରେ ଦେଶ ବିଦେଶର ଅନେକ ମନୋଜ ପ୍ରେମୀ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ…

ସାହିତ୍ୟ ପତ୍ରିକା କାହାଣୀର ‘ମନୋଜ ଦାସ ବିଶେଷାଙ୍କ’ ଲୋକାର୍ପିତ

ଭୁବନେଶ୍ୱର : ସମ୍ପାଦକ ବିଜୟ ନାୟକଙ୍କ ଦ୍ୱାରା ସମ୍ପାଦିତ ଅଗ୍ରଣୀ ସାହିତ୍ୟ ପତ୍ରିକା ' କାହାଣୀ ' ର 'ମନୋଜ ଦାସ ବିଶେଷାଙ୍କ' ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସମ୍ମାନିତ ଅତିଥି ଭାବରେ…