Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

୨୧ରେ ପ୍ରଦାନ କରାଯିବ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ଜାନକୀ ବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ- ୨୦୨୧ ଘୋଷିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୨୧ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି…

ରୁଦ୍ରରୂପା ବ୍ରହ୍ମାଙ୍କ ‘ପାହାଡ଼ ରାଣୀ’ ଓ ଚନ୍ଦ୍ରମଣି ସ୍ବାଇଁଙ୍କ ‘ଉକ୍ତିର…

ବ୍ରହ୍ମପୁର : ଓଡ଼ିଶାର ସର୍ବ ପୁରାତନ ପତ୍ରିକା ନବୀନ ପକ୍ଷରୁ ତ୍ରୟୋବିଂଶ ବିଷୁବ ମିଳନ ତଥା ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନି ଲେଖିକା ରୁଦ୍ରରୂପା ବ୍ରହ୍ମାଙ୍କ ଶିଶୁ କବିତା ସଙ୍କଳନ 'ପାହାଡ଼ ରାଣୀ' ଓ ଦିବଂଗତ…

ସାରଳା ଦାସଙ୍କର ମହାକାବ୍ୟ ସମସାମୟିକ ଜନଜୀବନର ବାସ୍ତବିକ ଛବି ପ୍ରଦାନ କରେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ( ଡିମଡ ୟୁନିଭର୍ସିଟି) ଆନୁକୂଲ୍ୟରେ ଆଦିକବି ସାରଳା ଦାସଙ୍କ ରଚିତ 'ସାରୋଳଦାସ ମହାଭାରଥ' ମହାକବ୍ୟର ଦୁଇଟି ପାଠ ଆଧାରିତ ସଂସ୍କରଣ 'ମୁସଳୀ' ଓ 'ସ୍ଵର୍ଗାରୋହଣ' ସୋଆ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଭାଷାବିତ ଡ. ଦେବୀ ପ୍ରସନ୍ନ…

ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ସୁସାହିତ୍ୟିକ ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ,…

ଭବାନୀ ଶଙ୍କର ଦାଶଙ୍କ ‘ଶେଷ ବୁନ୍ଦାକ ଲୁହ’ ଲୋକାର୍ପିତ

ବାଲିପାଟଣା : ବିଶିଷ୍ଟ ଗାଳ୍ପିକ ଡ. ଭବାନୀ ଶଙ୍କର ଦାଶଙ୍କ ଗଳ୍ପ ସଂକଳନ 'ଶେଷ ବୁନ୍ଦାକ ଲୁହ' ସ୍ଥାନିୟ ଶିଶୁ ଅନନ୍ତ ମହାବିଦ୍ୟାଳୟ ପରିସରରେ ହୋଇଯାଇଛି। ମଣିଷ ଜୀବନ ଓ ସାମାଜିକ ପ୍ରତିଛବି ଏହି ଗଳ୍ପ ସଙ୍କଳନରେ ସ୍ଥାନିତ ହୋଇଛି ବୋଲି ଗାଳ୍ପିକ ଶ୍ରୀ ଦାଶ କହିଥିଲେ। ବୈକୁଣ୍ଠ ନାରାୟଣ…

ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ 'ଶ୍ରେଷ୍ଠ କଥା ଦଶକ' ଫୁଲ ଓ ଭଗବାନ ଫାଉଣ୍ଡେସନ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ଆଚାର୍ଯ୍ୟ ତାଙ୍କର ଏହି ସ୍ୱତନ୍ତ୍ର କୃତି ପଛର କାହାଣୀ ବର୍ଣ୍ଣନା କରିଥିଲେ। ତାଙ୍କ ସାହିତ୍ୟ ସୃଷ୍ଟିର…

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…

ପଦ୍ମଶ୍ରୀ ରଜତ କୁମାର କରଙ୍କୁ ‘ମେହେର ସମ୍ମାନ’ ପ୍ରଦାନ

ଭୁବନେଶ୍ୱର : ସାପ୍ତାହିକ ଖବର କାଗଜ ଚିର ସନ୍ଧାନ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପାର୍ଥ ସାରଥୀ ଅଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ଲୋକାଯୁକ୍ତ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଥିଲେ । ଏହି…

ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର : ଏକାମ୍ର ସତ୍ୟ ସେବାଶ୍ରମରେ ସନ୍ଥ ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ ହୋଇଯାଇଛି। ଗୌରୀଶଙ୍କର ମହାନ୍ତିଙ୍କ ଅନୁବାଦିତ ଓ ଧଉଳି ପବ୍ଲିକେଶନ ଦ୍ୱାରା ସଙ୍କଳିତ ଏହି ପୁସ୍ତକର ଉନ୍ମୋଚନ ଉତ୍ସବରେ ସନ୍ଥ ବାଳକା ନନ୍ଦ ଦାସ ,ସତ୍ୟାନନ୍ଦ ଦାସ,…

ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭଦ୍ରକ : ବିଶିଷ୍ଟ ରାଜନେତା ତଥା ସାହିତ୍ୟିକ ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ 'ସମୟ କଷଟିରେ ମୋ ଜୀବନ ' ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ…