Latest Odisha News

BREAKING NEWS

Browsing Category

ସନେଟ

ସନେଟ : ପାର୍ବଣ ପ୍ରାର୍ଥନା

ରବି ପଣ୍ଡା ପାର୍ବଣର ପରମ ଆରାଧ୍ୟା, ମା'ଦୁର୍ଗା ଦୁର୍ଗତି ନାଶିନୀ ରୁଦ୍ର ସ୍ୱରୂପିଣୀ ହୈମବତୀ କରୁଛନ୍ତି ଧରାବତରଣ ସଂହାରିକା ସେ ସିଂହ ବାହିନୀ ମହିଷ-ଅସୁର ମର୍ଦ୍ଦିନୀ ଯୁଗେ ଯୁଗେ ବିରାଜନ୍ତି, ଦେବାପାଇଁ ପାର୍ଥିବ ଦର୍ଶନ। ସବୁଆଡ଼େ ସବୁଜିମା, ଆକାଶ ବି ନିର୍ମେଘ ନିର୍ମଳ…

ସନେଟ : ଶରତ ସମ୍ଭାର

ରବି ପଣ୍ଡା  ଶରତର ଆକାଶରେ ତୁଳାଭିଣା ପରି ଭାସେ ଖଣ୍ଡ ଖଣ୍ଡ ମେଘ ଘରକୁ ଫେରିବା ବେଳେ ବାଟବଣା ହେଲାପରି ବୁଲେ ଏଠି ସେଠି ବିରହର ବ୍ୟଥାରେ ବତୁରା ବାରନାରୀ କପାଳରେ ଯେମିତି ଏ ନିର୍ଘାତ ନିଦାଘ ଏ ସେମିତି ଇତସ୍ତତଃ ଠାବ ଟିକେ ପାଏନାହିଁ, କିଏ ଅଛି ନବ ବା କେଉଁଠି ? ନଈପଠା, ପାଟ…

ସନେଟ : ଗାଁରୁ କହୁଛି

ରବି ପଣ୍ଡା ଘରବାଡ଼ି ସୀମା ଧାରେ ଧାଡି ଧାଡି ସିଜୁ ଆଉ କଣ୍ଟାଝଣ୍ଟା ବାଡ଼ ତାକୁ ଧରି ରଖିବାକୁ କଣି ଆଉ ପାତିଆର କାମଡା ଲାଗିଛି ବାଡ଼କୁ ଆବୋରି ଧରି ଅପରାଜିତାର ଲତା ସେସବୁକୁ କରିଛି ଉହାଡ଼ ଏଠି ସେଠି କୃଷ୍ଣ ରଙ୍ଗୀଫୁଲ ଫୁଟି, ଦେଖ ତା'ର ମୁହଁ ଦେଖାଉଛି । କୁଆଡ଼େ ହଜିଛି କାଇଁ…

ସନେଟ : ଗୁରୁ ହେ ଈଶ୍ବର ମୋର

ଅନୀତା ପାଣି  ସମୟ ସ୍ରୋତରେ ଜୀବନ ବହୁଛି ଗଲାଣି ଅନେକ ଦିନ, ଆଜି ବି ଜୀବନ୍ତ ଗୁରୁ ତୁମ ଛବି ଖୋଜେ ସେହି ପିଲା ମନ। ଚରଣେ ତୁମର କୋଟି ପ୍ରଣିପାତ ଗୁରୁ ହେ ଈଶ୍ବର ମୋର, ତୁମେତ ଖୋଲିଛ ତୃତୀୟ ନୟନ ଅଜ୍ଞାନୁ କରିଛ ଦୂର । ମାତା ପିତା ମୋତେ ସଂସାରେ ଆଣିଲେ ଗେହ୍ଲାରେ କଲେ ପାଳନ,…

ସନେଟ : ଶେଷ ଚିଠି

ରଞ୍ଜିତା ରାଣୀ ହୋତା ଲୁହରେ ବତୁରା ମୋ ଚିଠିକୁ ମାଆ ପଢ଼ିବୁ କି ଥରଟିଏ ପକାଇବୁ ମନେ ଦିନଟିଏ ପାଇଁ ହେଲାଣି ବରଷଟିଏ । ଫେରିବା ପଥକୁ ଚାହିଁଥାଉ ମୋର କେତେ ଆକୁଳତା ନେଇ ମୋ ପାଖରୁ ଆଜି କେତେ ଦୂରେ ତୁହି କେମିତି ପାରିଛୁ ରହି ? କେତେ ଯେ ଅକୁହା କଥା ଅଛି ପୁଣି ବ୍ୟଥାରାଜି…

ସନେଟ : ମହାନଦୀ

ରବି ପଣ୍ଡା  ଏ ଯେଉଁ ବାଲି ଯେ ବାଲି, ବାଲିମୟ ବିସ୍ତାରିତ ସୀମା ସାମ୍ନାରୁ ଯେତିକି ଦିଶେ, ପଛରେ ବି ସେତିକି ଲମ୍ବିଛି ନୁହେଁ ଏ ସାଗର ବେଳା, ଅବା କେଉଁ ରୁକ୍ଷ ମରୁଭୂମି କେଉଁ ଅପଦେବତାର ଶାପ ପରି ନିରିମାଖୀ ଶୁଖିଲା ପଡିଛି। ଦୀର୍ଘତମା ନୁହେଁ ଖାଲି ସୁପ୍ରସସ୍ତା, ଚିରସ୍ରୋତା…

ସନେଟ୍ : ମାଆ

ବିଦ୍ୟାଧର ପଣ୍ଡା ମାଆ ଏକ ଚଞ୍ଚଳ ଚିରସ୍ରୋତା ଝରଣା ମମତାବୋଳା ରାଗିଣୀର ଅପୂର୍ବ ମୂର୍ଚ୍ଛନା ମାଆ ଅନାବିଳ ଶ୍ରଦ୍ଧାର ମଧୁର ସମ୍ବୋଧନ ମା'ଡାକରେ କେତେ ସ୍ନେହ ଆଉ ସମ୍ମୋହନ। ମାଆ ଏକ ଶୀର୍ଣ୍ଣକାୟା ନଦୀର ନମ୍ର ଧାର କାହାକୁ ନ ଚାହିଁ ଆଗକୁ ବଢେ ନିରନ୍ତର। ମାଆ ଏକ ପାଞ୍ଜି ଯା'ର…

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ, ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ । ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ, କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି । ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ, ସୁନାରୀ ଅପ୍ସରୀ…

ସନେଟ : ଅକ୍ଷୟ କଳସୀ

ଅନୀତା ପାଣି  କୋଟି ପୂଣ୍ୟଦାୟୀ ଅକ୍ଷୟ ତୃତୀୟା କଳନା ନ ଥାଏ ଏଠି, ପାହାନ୍ତି ପ୍ରହରୁ କ୍ଷେତ ଅନୁକୁଳ ପୂଜା ହେବେ ମାଆ ମାଟି । ଝୋଟି ପିଠାପଣା ବାସେ ଧୂପଝୁଣା ହଳଦୀ ପାଣି ଅଗୁରୁ , ଶୁଭ ଲଗନରେ ବିଜେ ହେବେ ଲକ୍ଷ୍ମୀ ବୈକୁଣ୍ଠ ଲାଗଇ ଘର । ନୀଳାଚଳ ରାଜା ମାମୁଁ ଘର ଯିବେ ରଥକାଠ…

ସନେଟ : ବିରହ-କେଳୁଣୀ ମୁହାଣ

କାମଦେବ ମହାରଣା  (ଏକ) ନଈ ଏପାଖର ଦୁଃଖ ଡାକରେ ସେପାଖ ଓଠରେ ଓ.. ଏପାଖ ତୁଣ୍ଡରେ ଓଁକାର ନାଚେ ସେ ପାଖରେ ଘୋଘୋ ଏପାଖ ଆଖିରେ ଲୁହ ଜୁଆରେ ଲୋ ସେପାଖ ଛାତିରେ ବଢ଼ି ବେନିପାଖେ ବାଜେ ବିରହ ବଂଶୀ ବେନି ଦେହ ଭିଡ଼ିମୋଡ଼ି। ନୀଳ ଗହଳ ଏ ନହକା ଦେହରେ କଅଁଳ କାମନା ନିଆଁ ଉଗ୍ର ଆତୁର…