Latest Odisha News

BREAKING NEWS

Browsing Category

ସନେଟ

ସନେଟ : କୃଷ୍ଣଚୂଡ଼ା

ରବି ପଣ୍ଡା  ଏ' ଯେଉଁ କୃଷ୍ଣଚୂଡ଼ା କୁରୁକୁରୁ ହସୁଛି ଖରାରେ ଫୁଲେଇଟେ ଭାରି ବୋଲି ଜଣାଏ ତା'ରଙ୍ଗର ଡହକ ମରିଚିକା ପରି ତା'ର ଆକର୍ଷଣ, ମନଟାକୁ ଆନମନା କରେ ପଥ ପ୍ରାନ୍ତେ ଠିଆ ବାରନାରୀ , ଯେପରିକି ଖୋଜଇ ଗ୍ରାହକ। ସତରେ ସେ'ଭାରି ନୀରିମାଖି, ଦୁଃଖଲାଗେ,ଭାବିଲେ ତା'କଥା ରୂପକୁ…

ସନେଟ: ଅଳସୀ

ରବି ପଣ୍ଡା  ହଳଦୀ ରଙ୍ଗରେ ରଙ୍ଗା କିଏ ଇଏ ନୂଆ ରଙ୍ଗବତୀ ଶୀତୁଆ ସକାଳେ‌ ପିନ୍ଧି ହସେଇ ହଳଦିଆ ପାଟ କଅଁଳ ଖରାକୁ ପୁଏଁ, ଶିଶିରରେ ଭିଜାଏ ତା‌' ଛାତି ହାଲକା ପଵନେ ହଲେ ପାଟଶାଢ଼ୀ ସବୁଜ ପଣତ। ଶୀତ ସହ ମିତ ବସି ଗୀତ ଗାଏ ମନ ଫୁଲାଣିଆ ସହଜେ ସୁନ୍ଦରୀମାନେ ଥା'ନ୍ତି ଟିକେ ଅଧିକ…

ସନେଟ : ମରୁର ତଟିନୀ ମୁହିଁ

ରଞ୍ଜିତା ରାଣୀ ହୋତା  ହଜେଇ ଦେଇଛି ସାଗର ଠିକଣା ମରୁର ତଟିନୀ ମୁହିଁ ଶୀର୍ଣ୍ଣ ମୋହର ତନୁକୁ ଯାଇଛି କେତେ ବାଲିଝଡ଼ ଛୁଇଁ। ପ୍ରଖର ତାପର ପରଶରେ କ୍ଷୀଣ, ମୋ ପ୍ରାଣ ପୀୟୂଷଧାର ପ୍ରୀତିପଖଳା ମୋ ହୃଦୟପଦ୍ମେ ତଥାପି ପିପାସା ଘୋର। ସେ ମଧୁ ତୃଷ୍ଣା ଯୁଗଯୁଗ ଧରି ଯୋଜିତ ତୁମରି ସାଥେ…

ସନେଟ : ଦାଦନ ଦାନବ

ମାନସ ରଞ୍ଜନ ନାୟକ ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦୀଘୋଷ ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ ଭକତ ସାନ୍ନିଧ୍ୟରେ ଜଗା ବଡଦାଣ୍ଡେ ଧୂଳିଧୂସର ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର । ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ ଉଦର ଜ୍ବାଳାରେ ମୁଣ୍ଡ…

ସନେଟ : ପାର୍ବଣ ପ୍ରାର୍ଥନା

ରବି ପଣ୍ଡା ପାର୍ବଣର ପରମ ଆରାଧ୍ୟା, ମା'ଦୁର୍ଗା ଦୁର୍ଗତି ନାଶିନୀ ରୁଦ୍ର ସ୍ୱରୂପିଣୀ ହୈମବତୀ କରୁଛନ୍ତି ଧରାବତରଣ ସଂହାରିକା ସେ ସିଂହ ବାହିନୀ ମହିଷ-ଅସୁର ମର୍ଦ୍ଦିନୀ ଯୁଗେ ଯୁଗେ ବିରାଜନ୍ତି, ଦେବାପାଇଁ ପାର୍ଥିବ ଦର୍ଶନ। ସବୁଆଡ଼େ ସବୁଜିମା, ଆକାଶ ବି ନିର୍ମେଘ ନିର୍ମଳ…

ସନେଟ : ଶରତ ସମ୍ଭାର

ରବି ପଣ୍ଡା  ଶରତର ଆକାଶରେ ତୁଳାଭିଣା ପରି ଭାସେ ଖଣ୍ଡ ଖଣ୍ଡ ମେଘ ଘରକୁ ଫେରିବା ବେଳେ ବାଟବଣା ହେଲାପରି ବୁଲେ ଏଠି ସେଠି ବିରହର ବ୍ୟଥାରେ ବତୁରା ବାରନାରୀ କପାଳରେ ଯେମିତି ଏ ନିର୍ଘାତ ନିଦାଘ ଏ ସେମିତି ଇତସ୍ତତଃ ଠାବ ଟିକେ ପାଏନାହିଁ, କିଏ ଅଛି ନବ ବା କେଉଁଠି ? ନଈପଠା, ପାଟ…

ସନେଟ : ଗାଁରୁ କହୁଛି

ରବି ପଣ୍ଡା ଘରବାଡ଼ି ସୀମା ଧାରେ ଧାଡି ଧାଡି ସିଜୁ ଆଉ କଣ୍ଟାଝଣ୍ଟା ବାଡ଼ ତାକୁ ଧରି ରଖିବାକୁ କଣି ଆଉ ପାତିଆର କାମଡା ଲାଗିଛି ବାଡ଼କୁ ଆବୋରି ଧରି ଅପରାଜିତାର ଲତା ସେସବୁକୁ କରିଛି ଉହାଡ଼ ଏଠି ସେଠି କୃଷ୍ଣ ରଙ୍ଗୀଫୁଲ ଫୁଟି, ଦେଖ ତା'ର ମୁହଁ ଦେଖାଉଛି । କୁଆଡ଼େ ହଜିଛି କାଇଁ…

ସନେଟ : ଗୁରୁ ହେ ଈଶ୍ବର ମୋର

ଅନୀତା ପାଣି  ସମୟ ସ୍ରୋତରେ ଜୀବନ ବହୁଛି ଗଲାଣି ଅନେକ ଦିନ, ଆଜି ବି ଜୀବନ୍ତ ଗୁରୁ ତୁମ ଛବି ଖୋଜେ ସେହି ପିଲା ମନ। ଚରଣେ ତୁମର କୋଟି ପ୍ରଣିପାତ ଗୁରୁ ହେ ଈଶ୍ବର ମୋର, ତୁମେତ ଖୋଲିଛ ତୃତୀୟ ନୟନ ଅଜ୍ଞାନୁ କରିଛ ଦୂର । ମାତା ପିତା ମୋତେ ସଂସାରେ ଆଣିଲେ ଗେହ୍ଲାରେ କଲେ ପାଳନ,…

ସନେଟ : ଶେଷ ଚିଠି

ରଞ୍ଜିତା ରାଣୀ ହୋତା ଲୁହରେ ବତୁରା ମୋ ଚିଠିକୁ ମାଆ ପଢ଼ିବୁ କି ଥରଟିଏ ପକାଇବୁ ମନେ ଦିନଟିଏ ପାଇଁ ହେଲାଣି ବରଷଟିଏ । ଫେରିବା ପଥକୁ ଚାହିଁଥାଉ ମୋର କେତେ ଆକୁଳତା ନେଇ ମୋ ପାଖରୁ ଆଜି କେତେ ଦୂରେ ତୁହି କେମିତି ପାରିଛୁ ରହି ? କେତେ ଯେ ଅକୁହା କଥା ଅଛି ପୁଣି ବ୍ୟଥାରାଜି…

ସନେଟ : ମହାନଦୀ

ରବି ପଣ୍ଡା  ଏ ଯେଉଁ ବାଲି ଯେ ବାଲି, ବାଲିମୟ ବିସ୍ତାରିତ ସୀମା ସାମ୍ନାରୁ ଯେତିକି ଦିଶେ, ପଛରେ ବି ସେତିକି ଲମ୍ବିଛି ନୁହେଁ ଏ ସାଗର ବେଳା, ଅବା କେଉଁ ରୁକ୍ଷ ମରୁଭୂମି କେଉଁ ଅପଦେବତାର ଶାପ ପରି ନିରିମାଖୀ ଶୁଖିଲା ପଡିଛି। ଦୀର୍ଘତମା ନୁହେଁ ଖାଲି ସୁପ୍ରସସ୍ତା, ଚିରସ୍ରୋତା…