Latest Odisha News
Browsing Category

ଶିଶୁ କବିତା

ଶିଶୁ କବିତା : ହସିବ ଆମ ଧରା

ତରୁଣ କୁମାର ମିଶ୍ର ଆସିଛି ଖରା ତାତିଛି ଧରା ବହୁଛି ଝାଞ୍ଜି ବାଆ , ଖରାକୁ ଆମେ ଯିବା ତ ନାହିଁ ମନା କରିଛି ମାଆ । ଗଛ ବୃକ୍ଷତ ପଦା ହେଲାଣି ମିଳୁନି ଟିକେ ଛାଇ , ଚଢ଼େଇଙ୍କର କିଚିରି ଶବ୍ଦ ଆଉ ତ ଶୁଭୁ ନାହିଁ। ଉପର ଓଳି ଝଡ଼ ବତାସୀ ଆସଇ କାହୁଁ ମାଡ଼ି , ବରଷା ଟିକେ ହୁଏକି…

ଶିଶୁ କବିତା : ଡାମରା କାଉ

ତରୁଣ କୁମାର ମିଶ୍ର ଡାମରା କାଉରେ ଡାମରା କାଉ , ଦେଖା ନମିଳଇ ତୋହର ଆଉ। ଆଗରୁ ପ୍ରତି ସକାଳେ ତୁ ଆସି, ଡାକି ଉଠାଉଣ ଥିଲୁ ତୁ ବସି । ତୋ ଡାକ ଶୁଣିକି ବିଛଣା ଛାଡ଼ି, ଯାଉଥିଲେ ଲୋକେ କାମରେ ଜଡ଼ି। କିଏ ଦେଉଥିଲା ଖୁଦ ଚାଉଳ, କା ପିଢ଼ାରେ ତୁହି ରାବୁ ପ୍ରବଳ। ଖୁଦ କଣିକାଏ…

ଶିଶୁ କବିତା : ଗୁଣ୍ଡୁଚି ମୂଷା

ତରୁଣ କୁମାର ମିଶ୍ର  କଉତୁକିଆ ଜୀବଟେ ମୁହିଁ ନାଆଁ ଗୁଣ୍ଡୁଚି ମୂଷା , ଗଛ କୋରଡ଼େ ଚାଳ ସନ୍ଧିରେ କରିଥାଏ ମୁଁ ବସା । ପିଠିରେ ମୋର ଆଙ୍ଗୁଳି ଛାପ ଭାରି ସୁନ୍ଦର ଦିଶେ , ଚାଲିଲା ବେଳେ ଲାଞ୍ଜକୁ ଟେକି ଯାଇ ଟିକିଏ ବସେ । ପଛ ଗୋଡ଼ରେ ଦେଇକି ଭରା ଆଗ ଗୋଡ଼ରେ ଧରି , ଖାଦ୍ଯକୁ…

ଶିଶୁ କବିତା : ଟୁଉକୁ ମୁଷି

ତରୁଣ କୁମାର ମିଶ୍ର ଟୁଉକୁ ମୁଷିରେ ଟୁକେଇ ମୁଷି , କାହିଁକି ସେଠାରେ ବସିଛୁ ରୁଷି , ମନେ ପଡ଼ୁଛି କି ପୁରୁଣା କଥା ଧାନ ଖାଉଥିଲୁ ତୁ ଲୁଚି ଲୁଚି । ଏବେତ ବିଲରେ ହେଉନି ଚାଷ , ପଡ଼ିଆ ପଡ଼ିଛି ଚାଷ ଜମି ତ , ଟଙ୍କିଆ ଚାଉଳ ମାଗଣା ମିଳୁଛି , ହଳ ଲଙ୍ଗଳ କୁ ଖାଉଛି ଖତ । ଚାଳ ଘର…

ଶିଶୁ କବିତା : ରଙ୍ଗ କରିଦେଲା ସାଙ୍ଗ

କୁଞ୍ଜ ବିହାରୀ ସାହୁ ଯୋଉ ସାଙ୍ଗ ମୋତେ ରାଗୁଥିଲା ଚାଲିବାର ବାଟ ଭାଙ୍ଗୁଥିଲା ସେହି ସାଙ୍ଗ ମୋର ପାଖକୁ ଆସିଛି - "ରାଙ୍ଗ ବୋଳି ଦେ କହିଗଲା ।" ହାତକୁ ତାହାର ଧରିଦେଲି ତାଆଠୁ ଅବିର ମୁଠେ ନେଲି କଥା ଶୁଣି ତାର ରଙ୍ଗ ବୋଳିଦେଲି ହସିଲା ଖୁସିରେ ଓଠ ମେଲି । ତା ସାଥିରେ…

ଶିଶୁ କବିତା : ଆମ୍ବ

ନମିତା ପାଇକରାୟ  ଫାଲଗୁନ ଆଉ ଚୈତ୍ର ମାସେ ବଉଳ ଭିତରୁ ଆମ୍ବ ଦିଶେ । ପୁପୁ, ନିପା ,ଦୀପା ହୁଅନ୍ତି ଖୁସି ଖାଇବେ କିପରି ଆମ୍ବ କଷି । ମାରନ୍ତି ପଥର ଆମ୍ବ ଗଛ କୁ ଖସିପଡେ କିଛି ଆମ୍ବ ତଳକୁ । ଖୁସି ରେ ପିଲାଏ ନାଚନ୍ତି ସେଠି ପାଟି ଶୁଣି ଆଈ ଆସନ୍ତି ଉଠି । କିଏ…

ଶିଶୁ କବିତା : ଆମେ ଭାରତର ସନ୍ତାନ

ବନ୍ଦିତା ଦାଶ  ଆମେ ଭାରତ ମାଆର ସନ୍ତାନ ଆମ ମନରେ ନଦିଅ କଷଣ ଆମେ କରିବୁନି ମାନ ଅଭିମାନ ବିତୁ ନିରଳସ ଆମ ଜୀବନ। ଅମୂଲ୍ଯ ଆମ ଏ ଜୀବନ ଆମ ମାଟି ଆମପାଇଁ ମହାନ ରକ୍ଷା କରିବୁ ତାହାର ସମ୍ମାନ ଆମ ପାଇଁ ସେ ଯେ ବାସଚନ୍ଦନ। ଟେକ ରଖିବୁ ଯାବତଜୀବନ ଗରୀୟସୀ ସରଗଠୁ ମହାନ ତା'ର…

ଶିଶୁ କବିତା : କେଁ କଟର

ଜ୍ୟୋତ୍ସ୍ନା ରାଣୀ ଦେବୀ କେଁ କଟର କେଁ କଟର ସାରୁ ବୁଦା ମୂଳେ ବେଙ୍ଗ ଅଠର ହାତକୁ ଟାଣି ନାଚୁଛନ୍ତି ପରା ତା ଧିନି ଧିନି । କକର୍ କଅ କକର୍ କଅ କୁକୁଡ଼ା ଅଛନ୍ତି ସେଠାରେ ଛଅ ଚୁଳ ହଲେଇ ଗାଉଛନ୍ତି ନାଚି ଥେଇକି ଥେଇ । ମେଁ ମେଁ ସେଠି ପନ୍ଦର ଛେଳି ଠେଲାପେଲା ହୋଇ କରନ୍ତି…

ଶିଶୁ କବିତା : ଜୋତାର କଥା

ପୁଣ୍ୟପ୍ରଭା ଦେବୀ ମରାମତ ପାଇଁ ଜୋତାରୁ ପଟେ କାଲିଠୁଁ ନେଇଛି ମୋଚି ଏତେବେଳ ହେଲା ଦେଇନି ଆସି ଆଜି ଇସ୍କୁଲ ଅଛି। ରବି ପିନ୍ଧିଲାଣି ପେଣ୍ଟଜାମା ଦେଲାଣି କେବେଠୁଁ ଖାଇ ଘଡିକୁ ଘଡି ସେ ଦେଖୁଚି ବାଟ ଦେଖୁଛି ଦାଣ୍ଡକୁ ଯାଇ। ଇସ୍କୁଲ ବେଳ ହେଲାଣି ଆସି ଅଥିର ଭାବୁଛି ରବି,…

ଶିଶୁ କବିତା : କର ବ୍ୟାୟାମ

ଇତିଶ୍ରୀ ମହାନ୍ତି  ଆସରେ ପିଲାଏ କୁନା, ମୁନା ଶୁଣରେ ଦେଇ ମନ, ବ୍ୟାୟାମ କଲେ କିପରି ଆମ ଖୁସିରେ କଟେ ଦିନ । ଧନ ସମ୍ପଦ ମାନ ସମ୍ମାନ ଥାଉନା କାହିଁ ଯେତେ, ଶରୀର ଯଦି ନଲାଗେ ଭଲ ସବୁରି ପିତା ସତେ । ଶରୀର ସୁସ୍ଥ ରହିବା ଲାଗି ବ୍ୟାୟାମ ଆବଶ୍ୟକ, ଅଳସୁଆ ସିନା ଦୁଃଖ ପାଏ…