Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Pakistan High Commission: ୩ ଦିନରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ବୁଲିଲା ବୁଲଡୋଜର…ହାଇ କମିଶନ ବାହାରୁ…

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ କୂଟନୈତିକ ତିକ୍ତତା ବଢ଼ିଛି। ଇସଲାମାବାଦରେ ଭାରତୀୟ ହାଇ କମିଶନ୍‌ ବାହାରେ ଥିବା ସୁରକ୍ଷା ବ୍ୟବସ୍ଥା ହଟାଯିବାର ମାତ୍ର ୩ ଦିନ ପରେ ନୂଆଦିଲ୍ଲୀରେ ପାକିସ୍ତାନ ହାଇ କମିଶନ୍‌ ବାହାରେ ଭାରତ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ପାକିସ୍ତାନ…

ପୁଣି ବଢିଲା ଅଶୋଧିତ ତୈଳ ମୂଲ୍ୟ; ଭାରତରେ ପଡିବ ପ୍ରଭାବ…

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଶେଷ ହେବାର କୌଣସି ଆଶା ଦେଖାଯାଉନାହିଁ। ଫଳରେ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶ୍ୱ ତୈଳ ବଜାରରେ ଅଶୋଧିତ ତୈଳ $୯୨ ଅତିକ୍ରମ କରିଛି। ଇରାନ ଉପରେ ଆର୍ଥିକ ଚାପ ପ୍ରୟୋଗ ପାଇଁ ଆମେରିକାର ନୂଆ ଧମକ ତୈଳ ବଜାରରେ ଅସ୍ଥିରତା ବୃଦ୍ଧି…

ଲୋୟର ପିଏମଜିରେ ହଙ୍ଗାମା; ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣାରେ ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି ହୋଇଛି। ୧୧୩ ଜଣଙ୍କୁ ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଖାରବେଳ ନଗର ଥାନାରେ ୭ଟି ମାମଲା ରୁଜୁ ହୋଇଥିବା ବେଳେ ୩୫୪…

କଟକରୁ ୭୦ କୁଇଣ୍ଟାଲର ନକଲି ପନିର ଜବତ

କଟକ: କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC) ର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଦିନ କଟକ ଲିଙ୍କ୍ ରୋଡ୍‌ରେ ପ୍ରାୟ ୧୭.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୭୦୦୦ କିଲୋଗ୍ରାମ୍ ଭେଜାଲ୍ ପନିର ଜବତ କରିଛନ୍ତି। ଶ୍ରାବଣ ମାସରେ ପନିର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବା…

Homi Bhabha Cancer Hospital:ଜଟଣୀରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଅତିରିକ୍ତ ଅର୍ଥ ଯୋଗାଇବେ ରାଜ୍ୟ…

ଭୁବନେଶ୍ୱର:ଜଟଣୀ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ହୋମିଭାବା କ୍ୟାନସର୍ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଆବଶ୍ୟକ ଅତିରିକ୍ତ ଅର୍ଥ ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୀତିଗତ ନିଷ୍ପତ୍ତି…

ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ

ଚଣ୍ଡିଖୋଲ:ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବଡ଼ଚଣା ବ୍ଲକର ଟିଗିରିଆ ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଗାଁ ଲୋକ ଜଳବନ୍ଦୀ…

ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁଏଇର ବଡ଼ ନିଷ୍ପତ୍ତି: ତେହେରାନ ସହିତ ସମସ୍ତ ବାଣିଜ୍ୟିକ ସମ୍ପର୍କ ଛିନ୍ନ

ନୂଆଦିଲ୍ଲୀ: ଯୁକ୍ତ ଆରବ ଏମିରେଟ୍ସ (UAE) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇରାନ ସହିତ ସମସ୍ତ ବାଣିଜ୍ୟ, ବ୍ୟବସାୟିକ କାରବାର ଏବଂ ଆର୍ଥିକ କାରବାରକୁ ସ୍ଥଗିତ ରଖିଛି। ଇରାନ ସହ ଜଡ଼ିତ କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ଏକ ନୂତନ ବିବାଦ ପରେ UAE ଏହି ନିଷ୍ପତ୍ତି ନେଇଛି। ଏହା ଉଭୟ ଦେଶ ମଧ୍ୟରେ…

MMDR ବିଲକୁ ବିରୋଧୀଙ୍କ ବିରୋଧ: ଜବାବ ରଖିଲେ ଖଣିମନ୍ତ୍ରୀ

ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଏହି ବିଲ୍ ବିରୋଧରେ ବିରୋଧୀ…

Dowry-free Odisha:’ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’

ଭୁବନେଶ୍ୱର:'ଘରୋଇ ହିଂସା ମହିଳା ସୁରକ୍ଷା ଆଇନ' (PWDVA) ଏବଂ 'ଯୌତୁକ ନିରୋଧ ଆଇନ' ଉପରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଆଞ୍ଚଳିକ ତଥା ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗଦେଇ ମହିଳାମାନଙ୍କ ସୁରକ୍ଷା ଓ ଆଇନଗତ ଅଧିକାର…

ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ: ୪୦୦ରୁ ଅଧିକ ଅଟୋର ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜଧାନୀର ହାର୍ଟ କୁହାଯାଉଥିବା ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ ନାଁରେ ରାସ୍ତାରୋକ କରିବା ସହ କ୍ରୁଟ୍ ପରିଚାଳିତ ‘ଆମ ବସ୍’ ଭଙ୍ଗାରୁଜା କରିବା ଘଟଣାରେ ପୋଲିସ ଏବଂ ପରିବହନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସହରରେ ଆଇନଶୃଙ୍ଖଳା ବିପନ୍ନ କରିବା ଏବଂ ବ୍ୟାପକ…