Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡାକ୍ତରଙ୍କୁ ଲାଞ୍ଚ ମାଗି ଫଶିଲେ କ୍ଲର୍କ ଓ ପିଅନ…

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସିଡିଏମଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣୀ ଜଗଦୀଶ ପଟ୍ଟନାୟକ ଏବଂ ଜଣେ ପିଅନ ନିରଞ୍ଜନ ନାୟକଙ୍କୁ ଲାଞ୍ଚ ନେଉଥିବା ସମୟରେ ବୁଧବାର ଦିନ ଭିଜିଲାନ୍ସ ଅଧିକାରୀ ମାନେ ଗିରଫ କରିଛନ୍ତି। ସେମାନେ ଜଣେ ଯୁବ ଡାକ୍ତରଙ୍କଠାରୁ ୨୫,୦୦୦…

ମାତ୍ର ୯୯ ଦିନରେ ଆସିଲା ରାୟ; ଦୃଷ୍ଟିବାଧିତ ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା:ଗତ ମେ’ ୨ ତାରିଖ ଦୁଷ୍କର୍ମ ମାମଲାରେ ମିଳିଲା ଦଣ୍ଡ । ମାତ୍ର ୯୯ ଦିନରେ ରାୟ ଶୁଣାଇଲେ ପୋକ୍ସୋ କୋର୍ଟ । ଦୃଷ୍ଟିହୀନ ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏହି ମାମଲାର ଶୁଣାଣି କରି ମୁଖ୍ୟ ଦୋଷୀ ଗିରିଧାରୀ…

ଏବେ ଛୁଟି ଦିନ ଓ ରବିବାର ହେବ ଚାଷୀ ପଞ୍ଜୀକରଣ

ଭୁବନେଶ୍ବର: ଛୁଟି ଦିନ ଓ ରବିବାର ହେବ ଚାଷୀ ପଞ୍ଜୀକରଣ । ଏ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଟାର୍ଗେଟ୍ ପୂରଣ ହୋଇପାରୁନଥିବାରୁ ଚିନ୍ତା ପ୍ରକାଶ କରୁଛି ସମବାୟ ବିଭାଗ । ସକାଳ ୮ରୁ ରାତି ୮ଟା ଯାଏଁ ଚାଷୀ ମାନଙ୍କର ପଞ୍ଜିକରଣ କରାଯିବ । ଅଗଷ୍ଟ ୨୦ ତାରିଖରେ ଖରିଫ…

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା; କଡ଼ା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆମେରିକାରେ ହିନ୍ଦୁ ମନ୍ଦିର ମାନଙ୍କରେ ନିରନ୍ତର ଭାବରେ ଆକ୍ରମଣର ଘଟଣା ଶୁଣିବାକୁ ମିଳୁଛି। ନିକଟରେ ଅଗଷ୍ଟ ୧୦ ତାରିଖରେ ଇଣ୍ଡିଆନାର ଗ୍ରୀନଉଡ୍ ସିଟିର BAPS ସ୍ୱାମୀନାରାୟଣ ମନ୍ଦିରରେ ଆକ୍ରମଣ ହୋଇଥିଲା। ଏହିପରି ଘଟଣାକୁ ଚିକାଗୋରେ ଥିବା ଭାରତୀୟ କନସୁଲେଟ୍ କଡା ନିନ୍ଦା…

୨୦୨୭ ସୁଦ୍ଧା ପଞ୍ଚାୟତଗୁଡ଼ିକର ହେବ ପୁନର୍ଗଠନ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ସ୍ଥାନୀୟ ଶାସନକୁ ସୁଦୃଢ଼ କରିବା ପାଇଁ ୨୦୨୭ ପୂର୍ବରୁ ରାଜ୍ୟବ୍ୟାପୀ ପଞ୍ଚାୟତଗୁଡ଼ିକର ପୁନର୍ଗଠନ ଏବଂ ୨୦୨୯ ସୁଦ୍ଧା ବ୍ଲକଗୁଡ଼ିକର ପୁନର୍ଗଠନ କରିବାକୁ ଯୋଜନା କରିଛନ୍ତି। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ପରବର୍ତ୍ତୀ ପଞ୍ଚାୟତ…

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ଖୋଲିଲା ଗୁମର; ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ନେଇଥିଲେ ପ୍ରଶ୍ନପତ୍ର

କଟକ: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀର ଖୋଲିଲା ବଡ଼ ଗୁମର । କଟକରୁ ପ୍ରଶ୍ନପତ୍ର ଚୋରି ହେବା ପରେ ଜଣେ ଡ୍ରାଇଭରଙ୍କ ଜରିଆରେ ନୟାଗଡ଼ ପଠା ଯାଇଥିଲା । ରିମାଣ୍ଡରେ ଆସିଥିବା ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ର ମାନିଛନ୍ତି ଦୋଷ । ସୂଚନାଥାଉକି,…

୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।…

ବିହାରରେ ବିରୋଧୀଙ୍କ ହାତରେ ବ୍ରହ୍ମାସ୍ତ୍ର !

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଆଗରୁ ବିରୋଧୀଙ୍କ ବଡ଼ ରଣନୀତି। ଆସନ୍ତା 17ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭୋଟର ଅଧିକାର ଯାତ୍ରା। ପ୍ରାୟ ଦୁଇ ସପ୍ତାହ ଧରି ପ୍ରସ୍ତାବିତ ଏହି ଯାତ୍ରା ନେଇ ନିକଟରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୋଟ ଚୋରିକୁ ଅସ୍ତ୍ର…

କେମିତି ପ୍ରମାଣ କରିବେ, ଆପଣ ଭାରତୀୟ ନାଗରିକ?

ନୂଆଦିଲ୍ଲୀ: ଆଧାରକାର୍ଡ, ପାନ୍ କାର୍ଡ କି ଭୋଟ ପରିଚୟ ପତ୍ର ଆପଣଙ୍କ ନାଗରିକତାର ପ୍ରମାଣ ଦେବ ନାହିଁ । କେବଳ ଆଧାର କାର୍ଡ ଦର୍ଶଇ ପାରିବ ନାହିଁ ଯେ ଆପଣ ଭାରତର ନାଗରିକ । ବମ୍ବେ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏନେଇ ସ୍ପଷ୍ଟିକରଣ ରଖିସାରିଛନ୍ତି । ମଙ୍ଗଳବାର…

‘ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ; ପ୍ରକଳ୍ପର ବାସ୍ତବ ସ୍ଥିତି ସମ୍ପର୍କରେ ହେବେ ଅବଗତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ…