Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖୁବଶୀଘ୍ର ଭାରତ ଓ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ଆସନ୍ତା ମାସଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଭାରତ ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିମାନ ସେବା ବନ୍ଦ ହେବା…

୨୨କୁ ଘୁଞ୍ଚିଲା କଂଗ୍ରେସ ପକ୍ଷରୁ ହେବାକୁ ଥିବା ବାଲେଶ୍ବରରେ ନାରୀ ନ୍ୟାୟ ଯାତ୍ରା

ଭୁବନେଶ୍ୱର: ନିକଟ ଅତୀତରେ ଓଡ଼ିଶାରେ ଦିବଂଗତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ବରରେ ପିସିସି ପକ୍ଷରୁ ନାରୀ ନ୍ୟାୟ ପଦଯାତ୍ରା ହେବାର ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚାଇ…

ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ-୨୦୨୫: ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ରେ ଓଡିଶାକୁ ସର୍ବଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ-୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ଓ ସମ୍ମାନପତ୍ର ଦିଲ୍ଲୀ…

ବୁଲା କୁକୁରଙ୍କ ଉପରେ କଡ଼ା ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ଦେଲେ ଜନ୍ ଆବ୍ରାହମ, ସୁପ୍ରିମକୋର୍ଟଙ୍କୁ ଲେଖିଲେ…

ମୁମ୍ବାଇ: ବୁଲା କୁକୁର ଆକ୍ରମଣରେ ବଢୁଥିବା ଘଟଣା ଏବଂ ରେବିଜ୍ ଯୋଗୁଁ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି, ସୋମବାର ସୁପ୍ରିମକୋର୍ଟ କର୍ତ୍ତୃପକ୍ଷଙ୍କୁ ଏହି ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଠାରେ ସେମାନଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଅନେକ…

ଅଭୟଚାନ୍ଦପୁର ଥାନାରେ ଦୁଷ୍କର୍ମ ଅଭିଯୋଗ କଲେ ନାବାଳିକା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ୟା । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଭୟଚାନ୍ଦପୁର ଥାନା ଅଞ୍ଚଳରେ । ଅଭୟଚାନ୍ଦପୁର ଥାନାରେ ନାବାଳିକା କଲେ ଅଭିଯୋଗ । ଘରେ କେହି ନ ଥିବା ବେଳେ ୧୭ ବର୍ଷୀୟା ନାବାଳିକାକୁ…

ନାବାଳିକାକୁ ବ୍ଲାକମେଲ କରୁଥିବା ଯୁବକକୁ ବିଜୟୱାଡାରୁ ଉଠାଇ ଆଣିଲା ପୋଲିସ

ପାରାଦ୍ଵୀପ: ପାରାଦ୍ଵୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବ୍ଲାକମେଲିଂ ଅଭିଯୋଗ ହୋଇଛି । ଏହି ଘଟଣାରେ ଲକ୍ ଥାନା ପୋଲିସ ବିଜୟ‌ଓ୍ବାଡାରୁ ସମ୍ପୃକ୍ତ ଯୁବକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳରେ ଥିବା ନିଜ ମାଉସୀ ଘରକୁ ଯାଇଥିବା ବେଳେ ଯୁବକ…

ଆଉ ହେବନି ‘ହରିଜନ’ ଶବ୍ଦର ବ୍ୟବହାର

ଭୁବନେଶ୍ୱର: ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ 'ହରିଜନ' ଶବ୍ଦ ଆଉ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ 'ହରିଜନ' ଶବ୍ଦଟି କୌଣସି…

ଧରାଲି ବିପର୍ଯ୍ୟୟରେ ୬୬ ନିଖୋଜ;ତାଲିକାରେ ରହିଛନ୍ତି ୨୪ ନେପାଳୀ ନାଗରିକ

ଡେରାଡୁନ:୫ ଅଗଷ୍ଟ ୨୦୨୫ରେ ଉତ୍ତରକାଶୀର ଧରାଲିରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟର ଆଜି (୧୨ ଅଗଷ୍ଟ ମଙ୍ଗଳବାର) ୮ମ ଦିନରେ ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର ଧାରାଲି ବିପର୍ଯ୍ୟୟରେ ନିଖୋଜ ଏବଂ ମୃତ ବ୍ୟକ୍ତିଙ୍କ ଏକ ନୂତନ ତାଲିକା ପ୍ରକାଶ କରିଛି।…

ଓଡ଼ିଶାରେ ୪୨ ଲକ୍ଷ ଭୋଟ୍ ଚୋରୀ ହୋଇଛି: କଂଗ୍ରେସ

ପୁରୀ: ଓଡ଼ିଶା ସମେତ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଚୋରୀ ହୋଇଛି । ଓଡ଼ିଶାରେ ୪୨ ଲକ୍ଷ ଭୋଟ ଚୋରୀ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ତଳସରା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ବୁଥରେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଲିଷ୍ଟ ଠାରୁ ଅଧିକ ମତଦାନ ହୋଇଛି…

ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସହିତ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାର ଆକଳନ କରିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି…