Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ୁଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ଫକିର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ, କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍‌କୁ ଟାର୍ଗେଟ୍‌ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।…

‘ଲଘୁଚାପ ବର୍ଷା ପରିମାଣ ଦେଖି ଡ୍ୟାମର ନିଷ୍କାସନକୁ ନେଇ ଆକଳନ କରିବାକୁ ହେବ’

ଭୁବନେଶ୍ବର: ଆଜିର ସ୍ଥିତି ଅନୁସାରେ, ବିଭିନ୍ନ ନଦୀର ଜଳସ୍ତର ସତର୍କ ଲେବୁଲରୁ କମ ଅଛି । ଲଘୁଚାପରେ ଦେଖିବାକୁ ପଡିବ କେତେ ବର୍ଷା ହେଉଛି ଓ ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତି ଦେଖିବାକୁ ପଡିବ । ସୁବର୍ଣ୍ଣରେଖାରେ ଯେଉଁ ବର୍ଷା ହେବ, ତାହା ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ନିଷ୍କାସନକୁ ନେଇ…

ତାଲା ଭାଙ୍ଗି ୫ ଜଣଙ୍କ ଘରୁ ସିରିଜ୍‌ ଲୁଟ୍‌; ଗ୍ରାମବାସୀ ଆତଙ୍କିତ

କଟକ: ଗୋଟିଏ ଘରୁ ନୁହେଁ ପାଞ୍ଚ ପାଞ୍ଚ ଜଣଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର । ବାଙ୍କୀରେ ହୋଇଛି ସିରିଜ ଚୋରି । ବୈଦେଶ୍ୱର ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ଥିବା ବୈଦେଶ୍ୱର ଗାଁରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ୍‌ ଘଟଣା ସାମ୍ନାକୁ ଆସିଛି ।…

ଏହି ରାଜ୍ୟକୁ ମିଳିଲା ନୂଆ ରାଜ୍ୟପାଳ ଏବଂ ଉପରାଜ୍ୟପାଳ….ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଦୁଇଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନ ଦ୍ୱାରା ସୋମବାର ୧୪ ଜୁଲାଇ ୨୦୨୫ରେ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି।…

ଓଲଟିଲା ଆମ୍ବ ବୋଝେଇ ଟ୍ରକ: ୯ ମୃତ, ୧୧ ଆହତ

ବିଜୟଓ୍ବାଡା: ଆନ୍ଧ୍ରପ୍ରଦେଶର ଅନ୍ନମାୟା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଆମ୍ବ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ୧୧ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ଆହତମାନଙ୍କୁ…

ମାଓବାଦୀ ରାସ୍ତାରେ ଖଞ୍ଜିଥିଲେ ଆଇଇଡି, ବିସ୍ଫୋରଣରେ ୪ ଗ୍ରାମବାସୀ ଆହତ

ଛତିଶଗଡ: ନକ୍ସଲବାଦୀଙ୍କ ଘୃଣ୍ୟ କାର୍ଯ୍ୟକଳାପ ପୁଣିଥରେ ସାମ୍ନାକୁ ଆସିଛି। ମଦେଦ ଅଞ୍ଚଳରେ ମାଓବାଦୀ ଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣ ଫଳରେ ୪ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତ ଗ୍ରାମବାସୀଙ୍କୁ ଜିଲ୍ଲା ହସ୍ପିଟାଲ ବିଜାପୁରରେ ଭର୍ତ୍ତି କରାଯାଇଛି। ଆହତ ଗ୍ରାମବାସୀଙ୍କ…

‘ବିଶେଷ କିଛି କରିପାରିବନି ଭାରତ’: ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ଉପରେ କିଛି ଏପରି କହିଲେ ଏଜି….

ନୂଆଦିଲ୍ଲୀ: ୟେମେନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଆସନ୍ତା ୧୬ ତାରିଖରେ ଫାସୀ ଦିଆଯିବ । ଏହାକୁ ନେଇ ଆଜି ସୁପ୍ରିମକୋର୍ଟରେ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବା ପାଇଁ ଦାୟର ହୋଇଥିବା ଏକ ଆବେଦନର ଶୁଣାଣି ହୋଇଥିଲା। ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ…

କୋର୍ଟକୁ ଯାଇ ସମୟ ନଷ୍ଟ କରନ୍ତୁ ନାହିଁ: କାହିଁକି ଏପରି କହିଲେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ କୋର୍ଟ ନିଜେ କହିଛନ୍ତି ଯେ କୋର୍ଟକୁ ଯାଇ ସମୟ ନଷ୍ଟ କରନ୍ତୁ ନାହିଁ। ଆହ୍ଲାବାଦ ହାଇକୋର୍ଟର ଏକ ନିଷ୍ପତ୍ତି ବିରୁଦ୍ଧରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି, ଯେଉଁଥିରେ ଆବେଦନକାରୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଡ ଖୁଲାସା: କ୍ରାସ ପୂର୍ବରୁ ୨ଥର ଫୁଏଲ୍ ସ୍ପିଚ୍ ବଦଳାଇଥିଲା ଏଆଇ….

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ସମ୍ପର୍କରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି । ରିପୋର୍ଟ…

ଇଡିରେ ହାଜର ହେଲେ ରବର୍ଟ ଭଦ୍ରା, କେଉଁ ମାମଲାରେ ତାଙ୍କୁ କରାଯାଉଛି ଜେରା?

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ତଥା ପ୍ରସିଦ୍ଧ ବ୍ୟବସାୟୀ ରବର୍ଟ ଭଦ୍ରା ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଏହି ହାଜିରା ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲା, ଯେଉଁଠାରେ ଅଧିକାରୀମାନେ ତାଙ୍କୁ…