Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୨ ଯାଏଁ ବର୍ଷା ସମ୍ଭାବନା, ଅତିପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୨ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା। ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆସନ୍ତାକାଲି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

ପୁରୀ ବୀରଗୋବିନ୍ଦପୁରରେ ୪.୭୫ କୋଟି ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ସ୍ଥିତ ମାଆ ଦକ୍ଷିଣକାଳୀ ମନ୍ଦିର ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ…

ଭାରତୀୟ ବଜାରରେ ଆଉ ମିଳିବନି ଏହି ଲୋକପ୍ରିୟ କମ୍ପାନୀର ଫ୍ରିଜ୍ ଓ ୱାସିଂ ମେସିନ୍

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରଚଳିତ ହେଉଥିବା ନାମୀଦାମି କମ୍ପାନୀ ପାନାସୋନିକ ବର୍ତ୍ତମାନ୍ ନିଜ ବ୍ରାଣ୍ଡର ଫ୍ରିଜ୍ ଏବଂ ୱାସିଂ ମେସିନ୍ ଆଉ ବିକ୍ରୀ କରିବ ନାହିଁ। କିନ୍ତୁ କମ୍ପାନୀର ଅନ୍ୟ ଉତ୍ପାଦଗୁଡ଼ିକ ବଜାରରେ ଉପଲବ୍ଧ ରହିବ। ଏହି ଖବର ପରେ ବର୍ତ୍ତମାନ୍ Whirlpool ଏବଂ Voltas ୨୬…

ରଥ ଯାତ୍ରା ୨୦୨୫: ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଗଡିବ ୩୬୫ ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ସୁଗମ ଏବଂ ଆରାମଦାୟକ ଯାତ୍ରାକୁ ସୁଗମ କରିବା ପାଇଁ ସ୍ପେଶାଲ୍ ଟ୍ରେନ୍‌ ଚଳାଇବ। ରଥଯାତ୍ରା ୨୦୨୫ ଅବଧିରେ ରେକର୍ଡ ସଂଖ୍ୟକ ୩୬୫ଟି ସ୍ପେଶାଲ୍…

ରଥଯାତ୍ରା ପୂର୍ବରୁ ଖୁସି ଖବର: ସାମୟିକ କର୍ମଚାରୀ ପାଇବେ ଏକକାଳୀନ ୨.୫ ଲକ୍ଷ

ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂର୍ବରୁ ସାମୟିକ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ଅନ୍ତର (Cessation of Service ) ସମୟରେ ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା। ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ…

ବାଲୁକା କଳାରେ ମଧ୍ୟରେ ବିଶ୍ୱବାସୀଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ରାତି ପାହିଲେ ରଥଯାତ୍ରା। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳାରେ ମଧ୍ୟରେ ବିଶ୍ୱବାସୀଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀର ବାଲିଆପଣ୍ଡା ସ୍ବର୍ଣ୍ଣଭ…

୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଆରଆଇ ଓ ଅମିନ

ଭୁବନେଶ୍ୱର: ଗୁରୁବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ କଟକ ଜିଲ୍ଲାର କନ୍ଦରପୁର ରାଜସ୍ୱ ନିରୀକ୍ଷକ (ଆରଆଇ) ମନୋଜ କୁମାର ବେହେରା ଏବଂ ଅମିନ ବିଚିତ୍ରାନନ୍ଦ ଶତପଥୀଙ୍କୁ ୧୨,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଘରବାରି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ।…

ଲଦାଖରେ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ, ବିଜ୍ଞାନ ସହ ପ୍ରକୃତିର ସୌନ୍ଦର୍ଯ୍ୟର ଭରପୂର ମଜା

ଲଦାଖ:କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ (Astro Festival in Leh) ଆୟୋଜନ କରିବାକୁ ଯାଉଛି। ଲଦାଖ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରଥମ ଥର ପାଇଁ ଆଷ୍ଚ୍ରୋ ଫେଷ୍ଟିଭାଲର ଆୟୋଜନ କରାଯାଉଛି । ଆସନ୍ତା ଜୁନ ୨୭ ଓ ୨୮ ତାରିଖରେ ଏହା ଅନୁଷ୍ଠିତ ହେବ । ଏଥିରେ…

ଆକ୍ସିଅମ୍-୪ ମିଶନ: ମହାକାଶରେ ପହଞ୍ଚିବା ପରେ ଶୁଭାଂଶୁଙ୍କ ପ୍ରଥମ ଭିଡିଓ କଲ୍‌, ରହିବେ ୧୪ ଦିନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚି ସାରିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଏକ ଭିଡିଓ କଲ କରିଥିଲେ। ସେ ଦେଶକୁ ନମସ୍ତେ କହିଥିଲେ ଏବଂ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ। ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର…

ଦୁଇ ଚକିଆ ଯାନ ଉପରେ ଟୋଲ୍ ଟ୍ୟାକ୍ସ ନେବେ କି ସରକାର; ଜାଣନ୍ତୁ କଣ କହିଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ଜାତୀୟ ରାଜପଥରେ ଦୁଇ ଚକିଆ ଯାନକୁ ଟୋଲ୍ ଟିକସ ଦେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ଲୋକ ସ୍କୁଟର ଏବଂ ବାଇକରେ ଦୀର୍ଘ ଦୂରତା ଯାତ୍ରା କରିବା ପାଇଁ…