Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତ କେତୋଟି ବିମାନ ହରାଇଲା ତାହା କିପରି ଜାଣିଲା ପାକିସ୍ତାନ? ବୈଦେଶିକ ମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଏବେ ଜୋର ଧରିଛି ରାଜନୀତି। ରାହୁଲ ଗାନ୍ଧୀ ପୁଣି ଥରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ସାଂସଦ ସୋମବାର କହିଛନ୍ତି ଯେ ବୈଦେଶିକ ମନ୍ତ୍ରୀ (EAM) ଜୟଶଙ୍କର ନୀରବ ଅଛନ୍ତି, ଏବଂ ଏହି ନୀରବତା ବହୁତ କିଛି କହୁଛି। ଏହି…

ପୂର୍ଣ୍ଣ ପେନସନ ପାଇବେ ହାଇକୋର୍ଟର ଅବରସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ୍ ପାଇବେ । ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ସେମାନଙ୍କୁ ପୂର୍ଣ୍ଣ ପେନସନ୍ ମିଳିବ । ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନସନ୍ ପାଇବେ । ଏଥିସହିତ ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ…

ପାକିସ୍ତାନୀ ସ୍ପାଏ ଜ୍ୟୋତିଙ୍କ ଉପରେ ଆଉ ଏକ ଆକ୍ସନ: ଇନଷ୍ଟାଗ୍ରାମ ସସପେଣ୍ଡ

ନୂଆଦିଲ୍ଲୀ: ଖୋଲୁଛି ପାକିସ୍ତାନୀ ଗୁପ୍ତଚର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁମର । ରିମାଣ୍ଡରେ ନେଇ ଏବେ ପୋଲିସ୍ ତାଙ୍କୁ ଜେରା କରୁଛି । ଏହା ଭିତରେ ଏବେ ତାଙ୍କ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମେଟା ଜ୍ୟୋତି ମାଲହୋତ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସସପେଣ୍ଡ…

ହାଇଦ୍ରାବାଦରେ ବିସ୍ଫୋରଣର ଷଡଯନ୍ତ୍ର, ଆଇଏସଆଇଏସ ସହ ଜଡିତ ୨ ସନ୍ଦିଗ୍ଧ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି । ଆତଙ୍କବାଦୀ ସଂଗଠନ ISIS ସହ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରି, ପୋଲିସ ଏକ ବଡ଼ ଘଟଣା ଘଟିବା ପୂର୍ବରୁ ତାହାକୁ ଏଡାଇ ଦେଇଛି । ସୂଚନା ଅନୁଯାୟୀ, ଉଭୟ ଯୁବକ ହାଇଦ୍ରାବାଦରେ ବିସ୍ଫୋରଣ କରିବାକୁ…

ବିଦେଶରେ ଖୋଲିବ ପାକିସ୍ତାନ ପୋଲ୍: ଯିବାକୁ ମନା କରିଦେଲେ ୟୁସୁଫ୍ ପଠାନ୍….

ନୂଆଦିଲ୍ଲୀ: ସାଂସଦ ପ୍ରତିନିଧିମଣ୍ଡଳୀ ସହ ବିଦେଶ ଯିବେନି ୟୁସୁଫ୍ । ବିଦେଶରେ ପାକିସ୍ତାନର ମୁଖା ଖୋଲିବା ପାଇଁ ଭାରତ ଜାରି କରିଥିବା ସାଂସଦଙ୍କ ପ୍ରତିନିଧିମଣ୍ଡଳୀଙ୍କ ସହ ୟୁସୁଫ ଯୋଗ ଦେବେ ନାହିଁ । ପୂର୍ବତନ କ୍ରିକେଟର ତଥା ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ, ଯାହାଙ୍କୁ ସରକାର…

ଆସନ୍ତା ୪ ଦିନ ଯାଏଁ ଝଡ଼ବର୍ଷା ଚେତାବନୀ, ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପୂର୍ବ ଅପେକ୍ଷା ଖରାର ପ୍ରକୋପ ହ୍ରାସ ପାଇଛି ସତ ହେଲେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ଆଖପାକ ଅଞ୍ଚଳଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ଆର୍ଦ୍ରତା…

ପାକିସ୍ତାନ ନିଶାନାରେ ଥିଲା ସ୍ୱର୍ଣ୍ଣ ମନ୍ଦିର, ଏମିତି ପଣ୍ଡ କରିଥିଲା ଭାରତୀୟ ସେନା….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ନଅଟି ସ୍ଥାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପରେ ପ୍ରତିଆକ୍ରମଣ କରିଥିଲା ପାକିସ୍ତାନ। ଭାରତର ୨୬ଟି ସହର ଉପରକୁ କ୍ଷେପଣାସ୍ତ୍ର ଛାଡିଥିଲା। ଏହା ମଧ୍ୟରେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ମଧ୍ୟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସହିତ…

କାଠଯୋଡ଼ିରେ ୨ ଇଞ୍ଜିନିୟର ବୁଡିଯିବା ଘଟଣା; ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: ଗାଧୋଇବାବେଳେ କଟକ କାଠଯୋଡିରେ ବୁଡି ୨ ଇଞ୍ଜିନିୟର ନିଖୋଜ ଘଟଣା । ତେବେ ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଇଞ୍ଜିନିୟର୍ ହେଲେ ରୁତିକେସ ମାତାଲ (୨୫) ଏବଂ ଋତିକ୍‌ ବ୍ରିଜନେ (୨୫) । ଉଭୟ ମହାରାଷ୍ଟ୍ରର ବାସିନ୍ଦା ବୋଲି…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର, ଦୁଃଖ ପ୍ରକାଶ କଲେ ଟ୍ରମ୍ପ

ଓ୍ବାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ହୋଇଥିବା ଜଣାପଡିଛି । ନିକଟରେ, ବାଇଡେନ୍ ମଧ୍ୟ ତାଙ୍କର ପ୍ରୋଷ୍ଟେଟ୍ କ୍ୟାନସର ବିଷୟରେ ପ୍ରକାଶ କରିଥିଲେ । ଯାହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କର…

ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର

ମୁରାଦାବାଦ: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥବା ଅଭିଯୋଗରେ ଉତ୍ତର ପ୍ରଦେଶ ATS ଟିମ୍ ରାମପୁର ବ୍ୟବସାୟୀ ଶହଜାଦଙ୍କୁ ମୁରାଦାବାଦରୁ ଗିରଫ କରିଛି । ଗିରଫ ବ୍ୟବସାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ କସମେଟିକ୍ ସାମଗ୍ରୀ, ପୋଷାକ, ମସଲାର ବେଆଇନ ବ୍ୟବସାୟ କରୁଥିଲା । କୁହାଯାଉଛି ଯେ…