Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଥର ଆଗୁଆ ଆସିପାରେ ମୌସୁମୀ, ମେ’ ୧୩ରେ ଛୁଇଁବ ଆଣ୍ଡାମାନ!

ଭୁବନେଶ୍ୱର: ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟ ପୂର୍ବରୁ ପହଞ୍ଚୁଛି। ଏବେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ…

ମେ ୯ରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ଋଷିଆ 

ଭୁବନେଶ୍ୱର: ପ୍ରତିବର୍ଷ ମେ ୯ରେ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ଋଷିଆ। ୧୯୪୦ ଦଶକର ପ୍ରାରମ୍ଭରେ ଷ୍ଟାଲିନଗ୍ରାଡ୍ ଅପରେସନ୍ ସମୟରେ ତାଙ୍କ ସାହସିକ ଅବଦାନକୁ ସ୍ୱୀକୃତି ଦେଇ ନୂଆଦିଲ୍ଲୀସ୍ଥିତ ଋଷ ଦୂତାବାସ ସମ୍ମାନିତ କରିବାକୁ ଯାଉଛି। ଦ୍ୱିତୀୟ…

ଦୀଘା ମନ୍ଦିରକୁ ଧାମ କହିବା ଠିକ୍‌ ନୁହେଁ: ଶଙ୍କରାଚାର୍ଯ୍ୟ

ଭୁବନେଶ୍ବର: ବର୍ତ୍ତମାନ ବିବାଦର ମୋଡ ନେଉଥିବା ଦୀଘା ଜଗନ୍ନାଥ ଧାମ ନାମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ଯ୍ୟ । ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରନନ୍ଦ ସରସ୍ବତୀ କହିଛନ୍ତି ଯେ, ଦୀଘା ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଉଚିତ୍ ନୁହେଁ । ସେ ଆହୁରି…

ନକଲି କ୍ଷୀର ଗୋଦାମରେ ରେଡ୍, ଅପମିଶ୍ରିତ କ୍ଷୀର ଓମ୍‌ଫେଡ୍‌କୁ ହେଉଥିଲା ସପ୍ଲାଏ

ଜଗତସିଂହପୁର: ନକଲି କ୍ଷୀର ଗୋଦାମରେ ରେଡ୍। ତରାସାହିର ବାଲିସାହିରେ ନକଲି କ୍ଷୀର ନେଇ ଚଢ଼ାଉ ହୋଇଛି। ତରାସାହିର ବାଲିସାହିରେ ଥିବା ଏହି ଗୋଦାମରେ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଚଢାଉ କରାଯାଇଛି। ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା…

ଯୁଦ୍ଧ ପୂର୍ବରୁ ରାଜକୋଷ ଖାଲି !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ପାକିସ୍ତାନକୁ ଆର୍ଥିକ ଚୋଟ ଦେଇ ଚାଲିଛି ଭାରତ । କୁଟନୈତିକ ପଦକ୍ଷେପ ଯୋଗୁଁ ଦୋହଲିବାରେ ଲାଗିଛି ପାକିସ୍ତାନର ଅର୍ଥନୀତି । ଭାରତର ଜବାବୀ ଆକ୍ରମଣ ଭୟରେ ହାଇ ଆଲର୍ଟରେ ରହିଛି ପାକିସ୍ତାନୀ ସେନା। ତେବେ କେବଳ ଆଲର୍ଟ ରହିବା ଓ ସେନା ଶକ୍ତିର…

କାହା ବୟକଟ ଓ ନାଲି ଆଖି ପୁରୀରେ କାମ ଦେବନି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଜୋର ଧରିଛି। ଏ ନେଇ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯିଏ ଯିଏ ବୟକଟ ପୁରୀ କଥା କହିଛନ୍ତି ତା ଦ୍ୱାରା ପୁରୀ ଆଉଥରେ ଫୋକସକୁ ଆସିଛି। ପୁରୀ ପର୍ଯ୍ୟଟନ ଏହା ଦ୍ୱାରା ବିଲକୁଲ ବି…

୧୦ କିମ୍ବା ୧୧ରେ ପାକିସ୍ତାନ ଉପରେ ହମଲା !

ନୂଆଦିଲ୍ଲୀ: କେବେ ଆକ୍ରମଣ କରିବ ଭାରତ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭୟରେ ପାକିସ୍ତାନ । ଭାରତର ଜବାବୀ ଆକ୍ରମଣ ନେଇ ପାକିସ୍ତାନୀ ନେତା, ଡିପ୍ଲୋମାଟ ଓ ପତ୍ରକାର ଭିନ୍ନ ଭିନ୍ନ ତାରିଖ ଦେଉଛନ୍ତି । ଦିଲ୍ଲୀରେ ଉଚ୍ଚାୟୁକ୍ତ ରହିଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବ୍ଦୁଲ ବାସିତ୍…

ସିଭିଲ ଡିଫେନ୍ସ ମକ୍ ଡ୍ରିଲରେ ଏହି ଜିନିଷଗୁଡ଼ିକ ପ୍ରତି ଧ୍ୟାନ ରଖିବେ..

ନୂଆଦିଲ୍ଲୀ:ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ବୁଧବାର ଦେଶର ୨୪୪ଜିଲ୍ଲାରେ ଏକ ମକ୍ ଡ୍ରିଲ୍ କରାଯିବ। ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ମକ୍ ଡ୍ରିଲ୍ ସମୟରେ, ନାଗରିକମାନଙ୍କୁ…

ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ସଦ୍ୟ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଘଟଣା ଏବେ ବିବାଦର ମୋଡ ନେଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ…

ପହଲଗାମ୍ ଆକ୍ରମଣ ପଛରେ ଲସ୍କର, UNରେ କାମ ଦେଲାନି ପାକିସ୍ତାନ ଚାଲ୍ 

ନୂଆଦିଲ୍ଲୀ: ଭାରତ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ହୋଇଥିଲା। କିନ୍ତୁ ସେଠାରେ ବି କାମ ଦେଲାନି ପାକିସ୍ତାନ ଚାଲ୍। ମେ ୫ରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ସଦସ୍ୟ ଦେଶମାନେ ପାକିସ୍ତାନକୁ କଡ଼ା ପ୍ରଶ୍ନ…