Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Odisha to install Doppler radars:ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ଆଉ ୩ ଡପଲର୍ ରାଡାର; ପାଣିପାଗର ପୂର୍ବାନୁମାନ…

ଭୁବନେଶ୍ବର:ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାଣିପାଗ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଏନେଇ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ଦୁଇଟି ଡପଲର୍ ରାଡାର କାର୍ଯ୍ୟ…

ବନ୍ୟା ଜଳରେ ବୁଡ଼ିଛି ରାସ୍ତା, ଭଦ୍ରକ-ଆରଡ଼ି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ଭଦ୍ରକ: ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ଏବେ ବି ସଙ୍ଗିନ ରହିଛି। ନଦୀ ପାଣି କମିବା ଆରମ୍ଭ ହୋଇଥିଲେ ସୁଦ୍ଧା ଜିଲ୍ଲାର ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ରହିଛି । ବିଶେଷ କରି ତଳିଆ…

ପାହାଡ଼ରୁ ଖସୁଛି ମାଟି ଓ ପଥର: ଭୁସ୍ଖଳନ ଯୋଗୁଁ କେନ୍ଦୁଝରରେ ଜାତୀୟ ରାଜପଥରେ ଯାତାୟାତ ଠପ୍

କେନ୍ଦୁଝର: ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଏବେ ପାର୍ବତ୍ୟାଞ୍ଚଳରେ ଭୁସ୍ଖଳନ ଏକ ନୂଆ ବିପଦ ଭାବେ ଉଭା ହୋଇଛି । କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଏକ ଭୟଙ୍କର ଭୁସ୍ଖଳନ…

ଲଘୁଚାପ ପରେ ଲଘୁଚାପ, ଲଗାଣ ବର୍ଷାରୁ ନାହିଁ ନିସ୍ତାର: ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାରୁ ସହଜରେ ନିସ୍ତାର ମିଳିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଗୋଟିଏ ଲଘୁଚାପର ପ୍ରଭାବ ସମ୍ପୂର୍ଣ୍ଣ ରୂପେ କମି ନଥିବା ବେଳେ ଏବେ ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଭାରତୀୟ…

ବିପଦକୁ ଡାକିଆଣିଲା ମୋବାଇଲ୍ ସେଲଫି: ୭୦ ଫୁଟ୍ ତଳକୁ ଖସିଲେ ଯୁବତୀ

ବଲାଙ୍ଗୀର : ଆଜିକାଲି ସୋସିଆଲ ମିଡିଆରେ ନିଜର ଫୋଟୋ ଭିଡିଓରେ ଅଧିକ ‘ଲାଇକ୍’ କିମ୍ବା ‘ଭ୍ୟୁଜ୍’ ପାଇବା ଆଶାରେ ଯୁବପିଢ଼ି ନିଜ ଜୀବନକୁ ବିପନ୍ନ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏବେ ରାଜ୍ୟରେ ଏଭଳି ଏକ ହୃଦୟବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଭଲ ସେଲଫି…

Maharashtra ATS Action:ATSର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ଭିଡିଓ ସେୟାର କରିବା ଅଭିଯୋଗରେ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଭାଷଣ ଥିବା କଟ୍ଟରପନ୍ଥୀ ଭିଡିଓ ଡାଉନଲୋଡ୍ ଓ ସେୟାର୍ କରିବା ଅଭିଯୋଗରେ ମହାରାଷ୍ଟ୍ର ATS ଥାନେ ଜିଲ୍ଲାର ପଡଘା ଅଞ୍ଚଳରୁ ଜଣେ ୩୫ ବର୍ଷୀୟ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଏକ ଇନଷ୍ଟାଗ୍ରାମ…

ଦୀର୍ଘଦିନର ଦାବି ପରେ ନିଲାମ ହେଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ; ବର୍ଷକୁ ରାଜସ୍ବ ବାବଦକୁ ଦେବେ ଏତିକି…

ହୁମା:ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିଲାମ ପ୍ରକ୍ରିୟାରେ ୯ ଜଣ ବ୍ୟକ୍ତି ଭାଗ ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ରବୀନ୍ଦ୍ର ନାଥ ପ୍ରଧାନଙ୍କୁ…

ଏଗ୍ରିଷ୍ଟେକ୍ ଆଇଡିକୁ ନେଇ ବଡ଼ ସ୍ପଷ୍ଟୀକରଣ, ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ

ଭୁବନେଶ୍ୱର : ଏଗ୍ରିଷ୍ଟେକ୍ ଆଇଡି ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ। ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଞ୍ଜୀକରଣରେ ଏଗ୍ରିଷ୍ଟେକ ଆଇଡିର କୌଣସି ସମ୍ପର୍କ ନାହିଁ । ଚାଷୀଙ୍କୁ ହଇରାଣ କରିବାକୁ ଚାହୁଁ ନାହାନ୍ତି ସରକାର ବୋଲି କହିଛନ୍ତି…

ମାଛ ଧରିବାକୁ ଯାଇ ବନ୍ୟାଜଳରେ ଭାସିଗଲେ ଯୁବ ଶିକ୍ଷକ

ବୈଶିଙ୍ଗା: ମାଛ ଧରିବାକୁ ଯାଇ ବନ୍ୟାଜଳରେ ଭାସିଗଲେ ଯୁବ ଶିକ୍ଷକ । ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଗଣ୍ଡର୍ଦା ଗ୍ରାମର ମନୋରଞ୍ଜନ ରାଉତଙ୍କ ୨୮ ବର୍ଷୀୟ ପୁଅ ପଙ୍କଜ ରାଉତ । ସେ ବାଲେଶ୍ୱରସ୍ଥିତ ଏକ ଘରୋଇ କଲେଜରେ ଶିକ୍ଷକତା କରୁଥିବା ଜଣାପଡ଼ିଛି । ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଯାଇ…

ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ

ଦେବଗଡ଼: ବାରକୋଟ ବ୍ଲକ ପଡିଆନାଲି ସ୍କୁଲରେ ଅଘଟଣ। ହଠାତ ଅସୁସ୍ଥ ହୋଇପଡିଲେ ୯ ଜଣ ଛାତ୍ରୀ। ଅସ୍ବାଭିକ ଆଚରଣ ସହ ଛାତ୍ରୀମାନେ କାନ୍ଦିବା ଆରମ୍ଭ କଲେ। ଏହି ଅସୁସ୍ଥ ଛାତ୍ରୀଙ୍କୁ ମେଡିକାଲ ନେଲେନି ଅଭିଭାବକ। ମେଡିକାଲ ପରିବର୍ତ୍ତେ ନିକଟସ୍ଥ ମହାମାୟୀ ମଣ୍ଡପକୁ ନେଇ କରାଗଲା ପୂଜାର୍ଚ୍ଚନା।…