ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଓ ଏସଆଇଆର ସମ୍ପର୍କୀତ ନିଷ୍ପତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ତାଙ୍କ ନିଲମ୍ବନ ପାଇଁ ଏକ ଆବେଦନ କରାଯାଇଛି । ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି । ମଙ୍ଗଳବାର ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏହି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଉତ୍ଥାପନ କରିଥିଲେ । ଏହାପରେ ସିଜେଆଇ ଆସନ୍ତା ସପ୍ତାହରେ ମାମଲାକୁ ତାଲିକାଭୂକ୍ତ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ଅନୁସାରେ ନିର୍ବାଚନ କମିଶନରେ ସବୁ ସଦସ୍ୟଙ୍କ ମତ ଆଧାରରେ ନିଆଯିବା ଉଚିତ୍ । ବିଶେଷକରି ଏସଆଇରର ସବୁ ନିଷ୍ପତ୍ତି କେବଳ କମିଶନର ନେଉଥିଲେ ନା ସବୁ ସଦସ୍ୟ ସେ ନିଷ୍ପତ୍ତି ନେଇଛନ୍ତି ତାର ଯାଂଚ ଆବଶ୍ୟକ । ଏ ସମ୍ବନ୍ଧୀୟ ଆପତି କମିଶନର ଦୁଇ ଜଣ ସଦସ୍ୟ ଆଣିଥିବା କଥା ସାମ୍ନାକୁ ଆସିଥିଲା । ଗତ ସେପଟେମ୍ବର ୨୫ରେ ଆଇନଜୀବୀ ଶୈଳେନ୍ଦ୍ର ମଣି ତ୍ରିପାଠୀ ମଧ୍ୟ ଜ୍ଞାନେଶ କୁମାରଙ୍କ ସହ କିଛି ଅଧିକାରୀଙ୍କ ବିରୋଧରେ ଆଇନଗତ ପଦ କ୍ଷେପ ପାଇଁ ଦାବି କରିଥିଲେ । ଏବେ ମାମଲା ବିଚାରାଧୀନ ଅଛି । ଆସନ୍ତା ସପ୍ତାହରେ ଶୁଣାଣିରେ ସୁପ୍ରିମକୋର୍ଟ ଆବେଦନର ଆଇନଗତ ପକ୍ଷ ଉପରେ ଆଲୋକପାତ କରିବେ ।
BREAKING NEWS
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’
- Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…
- MKCGରେ ଦୀର୍ଘ ୭ ଦିନ ପରେ ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ…
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା

Comments are closed.