Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଆୟୋଜିତ

ଭୁବନେଶ୍ୱର: ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା । ତେବେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଏକ ଐତିହ୍ୟ ଗଣଦୌଡ଼ର ଆୟୋଜନ ହୋଇଯାଇଛି । ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ…

ନାରାୟଣପୁର ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ମୃତ

ନାରାୟଣପୁର: ଛତିଶଗଡ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ବିସ୍ଫୋରଣରେ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜଙ୍ଗଲକୁ ଝାଡୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ଉପରେ ପଡ଼ିଗଲା ଗୋଡ଼। ବିସ୍ଫୋରଣରେ ଜଣେ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ଅନ୍ୟ…

ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି (ରବିବାର) ଶ୍ରୀରାମ ନବମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସ୍ୱତନ୍ତ୍ର ଦେବବିଧି ପାଳନ ହେବ। ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୫ ଘଣ୍ଟା ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପ୍ରିଲ ୭ ତାରିଖରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସୂଚନା ଅନୁସାରେ, ଏପ୍ରିଲ ୭ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏପ୍ରିଲ ୮ ତାରିଖରେ ଦିଲ୍ଲୀ ନିବେଶକ ସମ୍ମିଳନୀରେ…

ବିଜେଡି କନ୍ଦଳକୁ ନେଇ ଆସୁଛି ବିସ୍ଫୋରକ ବୟାନ: ନବୀନଙ୍କ ଉପରେ କାହାର ଭରସା ନାହିଁ!

ଭୁବନେଶ୍ୱର: ୱାକଫ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେବାକୁ ନେଇ ଦଳ ଭିତରେ ବଢୁଛି ଅସନ୍ତୋଷ। ପ୍ରଫୁଲ୍ଲ ସାମଲ କାର୍ଯ୍ୟାନୁଷ୍ଠାନ ଦାବି କରି ନବୀନଙ୍କୁ ଚିଠି ଲେଖିଥିବା ବେଳେ ଆଜି ପୁଣି ଥରେ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ପାତ୍ର। ୱାକଫ୍‌…

ଭୋଜି ଖାଇ ଝାଡ଼ାବାନ୍ତିରେ ୪୬ ଆକ୍ରାନ୍ତ; ଗାଁକୁ ଯିବ ମୁଖ୍ୟ ଚିକିତ୍ସାଳୟର ଏକ ସ୍ଵତନ୍ତ୍ର ଟିମ

ମୟୂରଭଞ୍ଜ: ସଙ୍କୀର୍ତ୍ତନ ଭୋଜି ଖାଇ ୪୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ାବାନ୍ତି…

ସୁନା ଦରରେ ବଡ଼ ପରିବର୍ତ୍ତନ: ଆଗାମୀ ଦିନରେ ଆହୁରି କମିପାରେ ମୂଲ୍ୟ

ଭୁବନେଶ୍ୱର: ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଥିଲା ସୁନା ଦର। ଏମିତିକି ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରୁଥିଲେ ଗ୍ରାହକ। କିନ୍ତୁ ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ଦ୍ଧିତ ସୁନା ଓ ରୂପା ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗୋଟିଏ ଦିନରେ ୨୨ କ୍ୟାରେଟ୍…

ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ

କଟକ: ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ । ଆସନ୍ତା ୧୧ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ଏନେଇ ସମୀକ୍ଷା ପରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିରଖୁଛୁ ଯେ, ତିନିଦିନିଆ…

ବିଶ୍ୱର ପ୍ରଥମ ଫ୍ରାଞ୍ଚାଇଜ୍ ଭିତ୍ତିକ ରଗବି ସେଭେନ୍ସ ଲିଗ୍ ରେ ଓଡିଶାରୁ ୪

ଭୁବନେଶ୍ବର: ଭାରତୀୟ ରଗବିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ବିଶ୍ୱର ପ୍ରଥମ ଫ୍ରାଞ୍ଚାଇଜ୍ ଭିତ୍ତିକ ରଗବି ସେଭେନ୍ସ ର ଲିଗ୍ ଜୁନ୍ ମାସରେ ଭାରତରେ ଆରମ୍ଭ ହେବାକୁ ଯାଉଛି । ଏନେଇ ରଗବି ଇଣ୍ଡିଆ ଏବଂ ଜିଏମଆର ସ୍ପୋର୍ଟସ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ୧୫ଦିନ ମଧ୍ୟରେ ଖେଳାଯିବ ୩୪ଟି…

ChatGPT ତିଆରି କରୁଛି ଫେକ୍ ଆଧାର ଓ ପାନ କାର୍ଡ! 

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରାୟ ସମସ୍ତ କ୍ଷେତ୍ରରେ ନିଜର ଏକ ଅଲଗା ପରିଚୟ ତିଆରି କରିଥିବା ବେଳେ ଏହାକୁ ନେଇ ନୂତନ ତଥ୍ୟ ଜଣାପଡିଛି। ଯାହାକି ବିପଦର କାରଣ ହୋଇପାରେ। AI ପାଖରେ ଚାଟବଟ୍ ସାହାଯ୍ୟରେ ଟେକ୍ସଟ୍ ଜେନେରେଟ କରିବା ସହ ଫଟୋ ମଧ୍ୟ ଜେନେରେଟ କରିବାର…