Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଇକ୍ ସହ ଧକ୍କା ହୋଇ କୂଅରେ ପଡ଼ିଲା କାର; ୧୦ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ରବିବାର ଅପରାହ୍ନରେ ଏକ କାର କୂଅରେ ଖସିପଡିଛି । ଏହି ଅଘଟଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଖବରମୁତାବକ, କାରଟି ଏକ ବାଇକ୍ ସହିତ ଧକ୍କା ହୋଇ କୂଅରେ ପଡ଼ିଗଲା। ସେମାନଙ୍କୁ ବଞ୍ଚାଇବା ପାଇଁ କୂଅ ଭିତରକୁ ଯାଇଥିବା ବ୍ୟକ୍ତି ମଧ୍ୟ ପ୍ରାଣ…

ପହଲଗାମ ଆକ୍ରମଣର ମୃତକ ପ୍ରଶାନ୍ତଙ୍କ ନାଁରେ ଚାଲିଛି ମିଛ ଅନୁକମ୍ପା ଆଦାୟ

ବାଲେଶ୍ବର:ପହଲଗାମ ଆକ୍ରମଣର ମୃତକ ବାଲେଶ୍ଵର ପ୍ରଶାନ୍ତ ଶତପଥୀଙ୍କ ନାଁରେ ମଗାଯାଉଛି ଟଙ୍କା । ତାଙ୍କ ନାଁରେ ସୋସିଆଲ ମିଡିଆରେ ଟଙ୍କା ମଗାଯାଉଛି। ଏହାକୁ ନାପସନ୍ଦ କରିଛନ୍ତି ପ୍ରଶାନ୍ତଙ୍କ ପରିବାର। ବିନା ପ୍ରଶାନ୍ତଙ୍କ ପରିବାରଙ୍କ ଅନୁମତିରେ ତାଙ୍କ ନାମରେ ଟଙ୍କା ଆଦାୟ ନେଇ ଅଭିଯୋଗ…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକୁଥିଲେ ଯୁବକ, ଗିରଫ କଲା ପୋଲିସ

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ରାଉରକେଲା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଭୁବନେଶ୍ୱରର ସଙ୍କଳ୍ପ ବିହାର ଅଞ୍ଚଳର ବାସିନ୍ଦା ଅମନ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି…

ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରଭାବ; ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ

ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ଓଡ଼ିଶା ଛାଡିଛନ୍ତି ପାକିସ୍ତାନୀ ନାଗରିକ ୫୩ ବର୍ଷୀୟ ନଗମା ୟୁସୁଫ୍‌ ।…

ଆଉ ଚାରିଧାମ ଯାତ୍ରା କରିପାରିବେନି ପାକିସ୍ତାନୀ ହିନ୍ଦୁ, ପହଲଗାମ ଆକ୍ରମଣ ପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ପାକିସ୍ତାନୀ ହିନ୍ଦୁ ଚାରିଧାମ ଯାତ୍ରା ଉପରେ ବ୍ୟାନ୍ ଲଗାଇଲା ଭାରତ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ପଦକ୍ଷେପ ନେଉଛି । ଏବେ କେନ୍ଦ୍ର ସରକାର ଆକ୍ରମଣ ସମ୍ପର୍କରେ ଆଉ ଏକ କଠୋର ନିଷ୍ପତ୍ତି ନେଇଛନ୍ତି ।…

ହିନ୍ଦୁ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରି ୮ ଜଣଙ୍କ ନାଁରେ ମାମଲା ରୁଜୁ

ବିଲାସପୁର: ଏନସିସି କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗରେ ୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଛତିଶଗଡ଼ ବିଲାସପୁର ଜିଲ୍ଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ । କେତେକ ଛାତ୍ରଛାତ୍ରୀଙ୍କୁ ଏନସିସି ଶିବିର…

ପୋଖରୀରେ ବୁଡ଼ି ଚାଲିଗଲା ୩ନାବାଳକଙ୍କ ଜୀବନ

ନୟାଗଡ଼: ରବିବାର ଘଟିଛି ଅଭାବନୀୟ ଘଟଣା । ଗୋଡ଼ିବିଡ଼ା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ପୋଖରୀରେ ଗାଧୋଉଥିବାବେଳେ ତିନି ନାବାଳକ ବୁଡି ଯାଇଥିଲେ । ଖବରମୁତାବକ, ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ…

ରୌଦ୍ର ତାପରୁ ଆଶ୍ବସ୍ତି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜଧାନୀରେ ଘୋଳଦହି ବଣ୍ଟନ ଶିବିର

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାର ମୁକାବିଲା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ତିନୋଟି ପ୍ରମୁଖ ବଜାରରେ ବ୍ୟାପକ ଘୋଳଦହି ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ସାରଦା ପ୍ରସନ…

୧୫ ସ୍ଥାନୀୟ ବାସିନ୍ଦା ଆତଙ୍କବାଦୀଙ୍କୁ କରୁଥିଲେ ଗାଇଡ୍; ଅସ୍ତ୍ରଶସ୍ତ୍ର – ଖାଦ୍ୟ ଯୋଗାଉଥିଲେ

ନୂଆଦିଲ୍ଲୀ:ପହଲଗାମରେ ହୋଇଥିବା ଆକ୍ରମଣର ତଦନ୍ତରେ ଏକ ନୂଆ ମୋଡ଼ ଆସିଛି। ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ୧୫ ଜଣ ସ୍ଥାନୀୟ ଲୋକ ଆକ୍ରମଣକାରୀଙ୍କୁ ସାହାଯ୍ୟ କରିଥିଲେ। ସେମାନେ ସମସ୍ତେ କାଶ୍ମୀର ଉପତ୍ୟକାର ବାସିନ୍ଦା। ଇଲେକ୍ଟ୍ରୋନିକ୍ ନିରୀକ୍ଷଣରୁ ଜଣାପଡିଛି ଯେ, ଏହି ଲୋକମାନେ…

ପହଲଗାମ ଆକ୍ରମଣର ତଦନ୍ତ ଯୋରଦାର କଲା ଏନଆଇଏ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, ଜାତୀୟ ତଦନ୍ତ ସଂସ୍ଥା (NIA) ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ ଭାର ବିଦ୍ଧିବଦ୍ଧ ଭାବେ ନିଜ ହାତକୁ ନେବା ପରେ ତଦନ୍ତ ତୀବ୍ର କରିଛି । ଏନଆଇଏ କହିଛି ଯେ, ବୁଧବାର ଅର୍ଥାତ୍ ଏପ୍ରିଲ ୨୩ ଠାରୁ ଆତଙ୍କବାଦୀ ଆକ୍ରମଣ…