Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଲି ଆସିବନି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ ବିଲ୍’, ହୋଇପାରେ ବିଳମ୍ବ…

ନୂଆଦିଲ୍ଲୀ: ଦେଶରେ ଏବେ ‘ଗୋଟିଏ ଦେଶ ଏବଂ ଗୋଟିଏ ନିର୍ବାଚନ’କୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଛି । ଏହି ନିକଟରେ ଏହି ବିଲକୁ କ୍ୟାବିନେଟ ମଞ୍ଜୁରି ମିଳିଲା ପରେ ଏବେ ଅପେକ୍ଷା କେବେ ଏହା ସଂସଦର ଉଭୟ ଗୃହରେ ପାରିତ ହେବ । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଏହି…

ପ୍ରବଳ ଥଣ୍ଡା: ସୁନ୍ଦରଗଡରେ ବର୍ଷର ପ୍ରଥମ ତୁଷାରପାତ

ସୁନ୍ଦରଗଡ: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ଅନୁଭୂତ ହେଉଛି ଶୀତର ପ୍ରକୋପ ।  ଏହାର ପ୍ରଭାବରେ ସୁନ୍ଦରଗଡ କୋଇଡାରେ ମଧ୍ୟ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ…

ଚାଲିଗଲା ଜୀବନ: ଭାରି ପଡିଲା କମ୍ପାନୀକୁ ବିରୋଧ କରିବା!

ନୂଆଦିଲ୍ଲୀ: ପୁଣି ବିଦେଶରେ ଜଣେ ଭାରତୀୟଙ୍କ ସନ୍ଦେହଜନକ ମୃତ୍ୟୁ । ସୁଚିର ବାଲାଜୀ ନାମକ ଜଣେ ଭାରତୀୟ-ଆମେରିକୀୟ ଓପନ ଏଆଇ ଗବେଷକଙ୍କର ଗତ ୨୬ ତାରିଖ ଦିନ ସାନ ଫ୍ରାନ୍ସିସ୍କୋ ଆପାଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା । ହେଲେ ୨୬ ବର୍ଷୀୟ ଓପନ ଏଆଇ ଗବେଷକଙ୍କ ମୃତ୍ୟୁ କେମିତି…

ତୁଟିଲା ବିବାଦ: ପରିଚୟ ଫେରିପାଇଲା ବିରଜା ହାଟ

ଯାଜପୁର: ପୁଣି ନିଜର ପରିଚୟ ଫେରିପାଇଲା ବିରଜା ହାଟ । ୧୧ ମାସ ଧରି ବାଦବିବାଦ ପରେ ଆଜି ପୁଣି ସେଇ ପୁରୁଣା ସ୍ଥାନରେ ପୁଣି ଥରେ ବିରଜା ଅଗ୍ନେଶ୍ୱର ହାଟ ବସିଛି । ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ଏହାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବ୍ୟବସାୟ ନହେବାରୁ ଅସନ୍ତୋଷ ଦେଖାଇଥିଲେ…

ଜାନୁଆରୀ ୧୪ ରୁ ୨୨ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା । ଆସନ୍ତା ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ତେବେ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ପ୍ରଥମ ମାସରେ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା…

ଶୀତରେ ଥରିବ ଓଡିଶା, ଖସିବ ପାରଦ: ୧୭ରେ ପୁଣି ବର୍ଷା

ଭୁବନେଶ୍ବର: ଖସିବ ପାରଦ । ବଢିବ ଶୀତ । ଏଥିପାଇଁ ରାଜ୍ୟରେ ୪୮ ଘଣ୍ଟା ପାଇଁ ଶୀତର ଲହରି ଜାରି ରହିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଆଗାମୀ ୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରୁ ଉପକୂଳ ଯାଏଁ ସବୁଠି ଶୀତର ପ୍ରକୋପ ଜାରି ରହିବ । ଏଥିସହିତ ଆଜି ପାଇଁ ଝାରସୁଗୁଡା ଓ…

ଭୁଶୁଡିଲା ଯାତ୍ରା ଗେଟ୍: ୩୦ରୁ ଅଧିକ ଆହତ

ସାଲେପୁର: ଯାତ୍ରା ଆରମ୍ଭରୁ ଘଟିଲା ବଡ ଅଘଟଣ । ଯାତ୍ରା ପାର୍ଟି ସମ୍ମୁଖରେ ଭୁଶୁଡ଼ିଲା ଲୁହାର ଏଣ୍ଟ୍ରି ଗେଟ୍ । ଲୁହାର ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ରୁ ଊର୍ଦ୍ଧ୍ବ ଦର୍ଶକ ଆହତ । ଦର୍ଶକମାନେ ଟିକେଟ କାଟି ପ୍ରବେଶ କରୁଥିବା ବେଳେ ବଡ ଅଘଟଣ ଘଟିଥିବା ବେଳେ ଆହତଙ୍କ ମଧ୍ୟରୁ ୬ ଗୁରୁତର କଟକ ବଡ଼…

ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସ ଭବନରୁ ନାଗ ସାପ ଉଦ୍ଧାର

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସ ଭବନରେ ଦେଖିବାକୁ ମିଳିଛି ନାଗ ସାପ। ସନ୍ଧ୍ୟା ୮ଟା ସମୟରେ ଏହି ନାଗ ସାପଟି ପଶି ଯାଇଥିଲା। ଖବର ପାଇ ସ୍ନେକ ହେଲ୍ପଲାଇନ ସହଯୋଗରେ ସାପଟିକୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ରାଜଭବନ  ଛକରେ ଥିବା VIIR-1…

ମାଲକାନଗିରିରେ ନିର୍ମାଣ ହେବ ସିମେଣ୍ଟ କାରଖାନା, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ମାଲକାନଗିରି: ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୪୦୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ୨୦୦୦ରୁ ଅଧିକ ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ। ଏନେଇ ଶନିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି…

ମଧୁପାଟଣା ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌। କଟକ ମଧୁପାଟଣା ଛକରେ ଘଟିଛି ଏହି ଅଘଟଣ। ବସ୍‌ଟି ଭୁବନେଶ୍ୱରରୁ କଟକ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି। କଟକ-ଭୁବନେଶ୍ବର ଯାଉଥିବା ସମୟରେ ମଧୁପାଟଣା ଛକରେ ବସରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ଏହି ବସ୍‌ଟି ଡିଜେଲ୍‌…