Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡାକ୍ତରଖାନାରୁ ଶିଶୁ ପୁତ୍ର ନିଖୋଜ ମାମଲା: ମିଛରେ କାନ୍ଦୁଥିଲେ ମହିଳା

ନୟାଗଡ: ଡାକ୍ତରଖାନାରୁ ନବଜାତ ଶିଶୁ ଗାଏବ ମାମଲାର ନୂଆ ମୋଡ। ଜଣାପଡିଲା ଏହି ମାମଲାର ସତ ଘଟଣା। ଦୁଇ ଦିନ ତଳେ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଥିଲା। ହେଲେ ହଠାତ ଶିଶୁଟି ଗାଏବ ହେଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି…

ଲାଗୁ ହେବ ଆୟୁଷ୍ମାନ ସୁବିଧା, ସାଢେ ୩ କୋଟିଙ୍କୁ ମିଳିବ ସ୍ବତନ୍ତ୍ର କାର୍ଡ

ଭୁବନେଶ୍ବର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ଆର୍ଥିକ ବର୍ଷ ଠାରୁ ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ…

ଏଫବିଆଇର ନୂଆ ନିର୍ଦ୍ଦେଶକ ପ୍ରବାସୀ ଭାରତୀୟ କାଶ ପଟେଲ

ନୂଆଦିଲ୍ଲୀ: ଏଫବିଆଇର ନୂଆ ନିର୍ଦ୍ଦେଶକ ହେବେ ଭାରତର ପୁଅ କାଶ ପଟେଲ । ଟ୍ରମ୍ପଙ୍କ ନିକଟତମ ସହଯୋଗୀ ତଥା ପୂର୍ବତନ ଜାତୀୟ ସୁରକ୍ଷା ସହାୟକ କାଶ ପଟେଲଙ୍କୁ ପରବର୍ତ୍ତୀ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ନିର୍ଦ୍ଦେଶକ ଭାବରେ ବାଛିଛନ୍ତି ଟ୍ରମ୍ପ । ବର୍ତ୍ତମାନ ଖ୍ରୀଷ୍ଟୋଫର…

ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି

ପୁରୀ: ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକ୍ୟାପଟର ଗର୍ଜରେ କମ୍ପୁଛି ପୁରୀ ବେଳାଭୂମି। ସତେ ଯେପରି ଲାଗୁଛି ପୁରୀ ବେଳାଭୂମିରେ ଯୁଦ୍ଧଭୂମିର କ୍ଷେତ୍ର। ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ…

୬ ତାରିଖ ଯାଏଁ କୋହଲା ପାଗ, ଆଉ ଦୁଇ ଦିନ ହାଲୁକା ବର୍ଷିବ

ଭୁବନେଶ୍ବର: ତାମିଲନାଡୁ ମୁହାଁଇଥିବା ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟରେ କୋହଲା ପାଗ ଅନୁଭୂତ ହେଉଛି । ବଙ୍ଗୋପସାଗରରୁ ରାଜ୍ୟକୁ ପବନ ବହୁଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଆଜି ମଧ୍ୟ ସମାନ ସ୍ଥିତି ବଜାୟ ରହିବ ।…

ଦୁର୍ବଳ ହେଉଛି ‘ଫେଙ୍ଗଲ’: ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ପୁଡୁଚେରୀ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଫେଙ୍ଗଲ । ଆଉ କିଛି ସମୟ ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ । ତେବେ  ଶନିବାର ରାଜି ପ୍ରାୟ ୧୧ ଟା ବେଳକୁ ପୁଡୁଚେରୀ ଉପକୂଳରେ ଲ୍ୟଣ୍ଡଫଲ୍‌ କରିଥିଲା ବାତ୍ୟା ଫେଙ୍ଗଲ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍‌…

ପୋଲିସ ମୁଖିଆ ମହାମେଳି: ଶେଷଦିନରେ କେଉଁ ସବୁ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ?

ଭୁବନେଶ୍ବର: ୩ ଦିନର ପୋଲିସ ମହାନିର୍ଦ୍ଦେଶକ ମହାମେଳିର ଆଜି ଶେଷ ଦିନ। ଶେଷ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୋଲିସ୍ ମୁଖିଆଙ୍କୁ ମନ୍ତ୍ରଣା ଦେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଦେଶ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। କିପରି ସାଇବର ଅପରାଧ,…

ରାଜ୍ୟ ବିଜେପି ମୁଖିଆଙ୍କ ଆଗରେ ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ତାଙ୍କ ପଛରେ କିଏ ଲାଗିଛି ?

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ସାମନାକୁ ଆସିଛି। ନିଜ ଭିତରେ ଥିବା ସମସ୍ତ ଅସନ୍ତୋଷକୁ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବିଜେପି ଦଳରେ ଥାଇ ମଧ୍ୟ ସେ ଦଳକୁ ତେରଛା ଟାର୍ଗେଟ କରିଛନ୍ତି। ଦିବଙ୍ଗତ…

୫ ପୂର୍ବତନ ସରପଞ୍ଚଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଭିଜିଲାନ୍ସ କୋର୍ଟ

ଭୁବନେଶ୍ବର: ଦୁର୍ନୀତିଖୋର ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ଓଡ଼ିଶା ଭିଜିଲାନ୍ସ ବିଭାଗ। ଆଜି ୧୪ ଜଣ ଦୋଷୀ ସାବ୍ୟସ୍ତ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀମାନଙ୍କ ମଧ୍ୟରେ ୫ ଜଣ ପୂର୍ବତନ ସରପଞ୍ଚ…

ବାପାଙ୍କ ଟ୍ରାକ୍ଟର ତଳେ ଚାଲିଗଲା ୪ ବର୍ଷର ପୁଅ ଜୀବନ

ବୌଦ୍ଧ: ବୌଦ୍ଧ ଥାନା ନାରାୟଣନଗର ଗାଁରେ ଘଟିଛି ବଡ ଅଘଟଣ। ବାପାଙ୍କ ଟ୍ରାକ୍ଟର ତଳେ ଚାଲିଗଲା ୪ ବର୍ଷର ଶିଶୁ ଜୀବନ। ଏହିପାରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ନାରାୟଣନଗର ଗାଁରେ। ମୃତ ଶିଶୁଟିର ନାଁ ଆହ୍ୱାନ କର୍ଣ୍ଣ ଏବଂ ତାକୁ ୪ ବର୍ଷ ହୋଇଥିଲା। ଅନୀଲ କର୍ଣ୍ଣ ପେଶାରେ ଡ୍ରାଇଭର। ସେ…