Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି’

ଭୁବନେଶ୍ବର: ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ । ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି କାମ ସଂପୂର୍ଣ୍ଣ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼…

କେଜ୍ରିଓ୍ବାଲଙ୍କ ହାତ ଛାଡିଥିଲେ, ଆଜି ପଦ୍ମ ଧରିଲେ ଗେହଲଟ

ନୂଆଦିଲ୍ଲୀ: ପଦ୍ମ ଧରିଲେ ପୂର୍ବତନ ଆପ୍ ନେତା କୈଳାଶ ଗେହଲଟ । ଆଜି ବିଧିବଦ୍ଧ ଭାବେ ବିଜେପି ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି ଗେହଲଟ । କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ…

ମୋଦିଙ୍କୁ ରାହୁଲଙ୍କ କଡା ନିଶାନା: କହିଲେ, ‘ଏକ ହେ, ତୋ ସେଫ ହେ’…ମୋଦି-ଆଦାନୀ ସଂପର୍କ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ଦିନଟେ ମାତ୍ର । ଏହାକୁ ନେଇ ସରଗରମ ହୋଇଛି ନିର୍ବାଚନ ମଇଦାନ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷଣ କରିବା ପାଇଁ ନିଜ ନିଜର ରଣନୀତି ଦେଖାଇଛନ୍ତି ବିଭିନ୍ନ ଦଳ । ଜାତୀୟ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏଠି କଡା ଟକ୍କର । ଏହାରି ଭିତରେ…

ତେଜୁଛି ବଙ୍ଗଳା ହିଂସା: କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା: ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ସାମ୍ପ୍ରଦାୟିକ ହିଂସା। ମୁର୍ସିଦାବାଦର ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହା ପରେ କର୍ତ୍ତୃପକ୍ଷଙ୍କୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛି। ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ…

ଓପିଏଚଡବ୍ଲ୍ୟୁସି ଡିଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ମଣିପୁରରେ ଭୟଙ୍କର ସ୍ଥିତି: ଆକ୍ସନ ମୋଡରେ ଗୃହମନ୍ତ୍ରୀ

ଇମ୍ଫାଲ: ଅଶାନ୍ତ ମଣିପୁର। ଲାଗି ରହିଛି ଉତ୍ତେଜନା। ଜଳୁଛି ସାରା ରାଜ୍। ଇମ୍ଫାଲରେ ବିଜେପି ବିଧାୟକ କଙ୍ଗଖାମ୍ ରବିନ୍ଦୋଙ୍କ ପୈତୃକ ବାସଭବନରେ ଶନିବାର ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଛନ୍ତି। ଏଥିସହ ମନ୍ତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅନେକ ଗାଡିରେ ମଧ୍ୟ ନିଆଁ ଲଗାଇ…

ଲାଞ୍ଚ ନେଇ ବନ୍ଧା ହେଲେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍

ମୁମ୍ବାଇ: ଲାଞ୍ଚ ନେଇ ବନ୍ଧା ହେଲେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍। ୱାଲଟିୟର ଡିଭିଜନ୍ ଡିଆରଏମଙ୍କୁ ଗିରଫ କରିଛି ସିବିଆଇ। ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ମୁମ୍ବାଇ ସ୍ଥିତ ଏକ ଘରୋଇ ଫାର୍ମ ମାଲିକଙ୍କଠାରୁ ଲାଞ୍ଚ ନେଉଥିଲେ। ଏହି ଘଟଣାରେ…

ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ: ଆଜିଠୁ ଜିଆରଏପି-୪ ଲାଗୁ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ବାୟୁ। ଦିନକୁ ଦନି ଯେତେ ଶୀତ ବଢୁଛି ବାୟୁ ପ୍ରଦୂଷଣ ସେତେ ବଢୁଛି। ଉତ୍କଟ ହେଲାଣି ବାୟୁ ପ୍ରଦୂଷଣ। ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି। ରେକର୍ଡ ଭାଙ୍ଗିଛି AQI। ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ…

ବିଦ୍ୟୁତ୍‌ ନେଲା ୩ ହାତୀଙ୍କ ଜୀବନ!

ରେଢ଼ାଖୋଲ: ଜଙ୍ଗଲରୁ ୩ଟି ହାତୀର ମୃତଦେହ ଉଦ୍ଧାର ହୋଇଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରୁ ଆଜି ସକାଳେ ୩ଟି ହାତୀର ମୃତଦେହ ଉଦ୍ଧାର ହୋଇଛି। ୨ଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି। ବାରହା ଶିକାର…

ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ହୋଇଛି। ଅଫିସ, ସରକାରୀ କ୍ବାର୍ଟସ୍ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍।…