Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ଲଜ୍ଜା! କରମା ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣ ଦୁଷ୍କର୍ମ

ସୁନ୍ଦରଗଡ଼: ସୁନ୍ଦରଗଡ଼ କୁତ୍ରା ଥାନା ଅଞ୍ଚଳରେ ଲଜ୍ଜା। କରମା ପୂଜା ଦେଖିବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୩ ଜଣ ସଂପୃକ୍ତ ଥିବା କୁତ୍ରା ଥାନାରେ ଅଭିଯୋଗ ହୋଇଛି। ତେବେ ଏହି ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା…

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମିଳିବ ପରିଚୟପତ୍ର, ଲାଗୁ ହେବ ସ୍ୱତନ୍ତ୍ର ଡ୍ରେସ୍ କୋଡ୍: ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର: ଏଣିକି ସବୁ ମେଡିକାଲ ଶିକ୍ଷାନୁଷ୍ଠାନ ଚାରିପାଖରେ ପାଚେରି ରହିବ। ସବୁ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଓ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ରହିବ। ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କ ସୁରକ୍ଷା ନେଇ ଜାରି ହେଲା ଗାଇଡଲାଇନ୍। ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ସେବା…

ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ

ଯାଜପୁର: ଖରସ୍ରୋତା ସେତୁରୁ ନଦୀକୁ ଡେଇଁ ପଡ଼ିଲେ ମହିଳା। ସେତୁ ଉପରେ ସ୍କୁଟି, ମୋବାଇଲ୍ ଓ ଚପଲ ରଖି ଡେଇଁ ପଡ଼ି ନିଖୋଜ ଅଛନ୍ତି ଯୁବତୀ। ସଦର ଥାନା ବରୁହାଁ ନିକଟ ସେତୁରୁ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ନିଖୋଜ ମହିଳା ଶ୍ରୀବନ୍ତପପୁର ଅଂଚଳର ମନ୍ଦାକିନୀ ସାମଲ ବୋଲି ଜଣାପଡିଛି।…

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ୨୨ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ଆସନ୍ତା ୨୨ ତାରିଖରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଫଳରେ ୨୪…

ବାଲେଶ୍ୱର ବନ୍ୟାସ୍ଥିତି ଗମ୍ଭୀର, ନଦୀକୂଳରେ ରାତି କାଟିଲେ ବିପନ୍ନ

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣବର୍ଷା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି। ପାଣି ଘେରରେ ଭୋଗରାଇ ବ୍ଲକର ୪୦ ଗାଁ। କୁସୁଡା-ଗବଗା ରାସ୍ତାରେ ଚାଲିଲା ୪ ଫୁଟ୍‌ର ବନ୍ୟା ପାଣି। ଏବେ ୧୦.୮୦ ମିଟରରେ ପ୍ରବାହିତ…

ୱାଟକୋର ଏମଡି ହେଲେ ଗୁରୁ ଚରଣ ଦାସ

ଭୁବନେଶ୍ୱର: ବରିଷ୍ଠ ଟେକ୍ନୋକ୍ରାଟ ଗୁରୁ ଚରଣ ଦାସଙ୍କୁ ଓଡ଼ିଶା ସରକାର ବୁଧବାର ଦିନ ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ)ର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସେ ଅତିରିକ୍ତ ମୁଖ୍ୟ…

ଲେବାନନରେ ପେଜର ପରେ ଏବେ ୱାକି ଟକିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଲେବାନନରେ ସେପ୍ଟମ୍ବର ୧୭ରେ ପେଜରର ସିରିୟଲ ବିସ୍ଫୋରଣ ଦେଶକୁ ଥରହର କରି ଦେଇଥିଲା । ଏହା ପଛରେ ଇସ୍ରାଏଲର ହାତ ଥିବା ଲେବାନନ ସନ୍ଦେହ କରୁଛି । ପେଜର ବିସ୍ଫୋରଣ ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଇତି ମଧ୍ୟରେ ଅଲ ଜଜୀରାରେ ପ୍ରକାଶିତ ଖବର ଅନୁସାରେ ଏବେ ୱାକି…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପୁଣି ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଏଣିକି ଏକକାଳୀନ ନିର୍ବାଚନ ହେବ କି ? ଏ ପ୍ରସଙ୍ଗରେ ସବୁ ଦଳ ମଧ୍ୟରେ ସହମତି ସୃଷ୍ଟି ପାଇଁ ସଫଳ ହେବେ କି ମୋଦି ସରକାର ?  ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଏ ସଂପର୍କିତ ରାମନାଥ କୋବିନ୍ଦ କମିଟି ରିପୋର୍ଟକୁ ଅମୁମୋଦନ କରିଛନ୍ତି ।…

ପୁଅକୁ ଧରି ପୁରନ୍ତା ନଦୀକୁ ଡେଇଁଲା ମା’

ପିପିଲି: ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି-ନିମାପଡ଼ା ରାସ୍ତାର ହରିପୁରରେ । ସେଠାରେ ଥିବା ଭାର୍ଗବୀ ନଦୀ ବ୍ରିଜ୍ ଉପରୁ ମହିଳା ଜଣଙ୍କ ନଦୀକୁ ଡେଇଁ ପଡିଛନ୍ତି । ଏହା…

ଓଡିଶାର ବିଭିନ୍ନ ନଦୀ ଅବବାହିକାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ…