Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୋଦି ୩.୦କୁ ପୂରିଲା ୧୦୦ ଦିନ, ଭିତ୍ତିଭୂମିକୁ ୩ ଲକ୍ଷ କୋଟିର ବୁଷ୍ଟର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିକୁ ୧୦୦ ଦିନ ପୂରିଛି। କ୍ଷମତାକୁ ଆସିବା ପରେ ମୋଦି ପ୍ରଥମ ୧୦୦ ଦିନ ଭିତରେ କେଉଁ କ୍ଷେତ୍ର ପ୍ରତି ବିଶେଷ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରାଯିବ ତାର ଟାର୍ଗେଟ୍ ଧାର୍ଯ୍ୟ କରିଥିଲେ। ସେହି ଆଧାରରେ କାର୍ଯ୍ୟ କରିବା ଲାଗି…

ଯୁବ କଂଗ୍ରେସ ପକ୍ଷରୁ ମୋଦିଙ୍କ ଜନ୍ମଦିନକୁ ବିରୋଧ, ରାସ୍ତା କଡରେ ବିକିଲେ ଚା’

କେନ୍ଦୁଝର: ଆଜି ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ବିଜେପି ସେବା ଦିବସ ଭାବେ ପାଳନ କରୁଛି । ଅନ୍ୟପଟେ ଏହାକୁ ବିରୋଧ କରିଛି ଯୁବ କଂଗ୍ରେସ । କେନ୍ଦୁଝର ଜିଲ୍ଲାରେ ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ଜାତୀୟ ବେରୋଜଗାର ଦିବସ…

“ମହିଳାଙ୍କୁ ସଶକ୍ତ କରୁ ‘ସୁଭଦ୍ରା’, ମହିଳାଙ୍କ ବିକାଶ ଓଡିଶାର ବିକାଶର ମୂଳମନ୍ତ୍ର”

ଭୁବନେଶ୍ବର: ମହିଳାଙ୍କ ବିକାଶ ଓ ବଢୁଥିବା ସାମର୍ଥ୍ୟ ହିଁ ଓଡିଶା ବିକାଶର ମୂଳମନ୍ତ୍ର । ପ୍ରଭୁ ଜଗନ୍ନାଥଙ୍କ ସାଙ୍ଗରେ ଭଉଣୀ ସୁଭଦ୍ରାଙ୍କ ଉପସ୍ଥିତି ମଧ୍ୟ ଆମକୁ ଏହି ବାର୍ତ୍ତା ଦେଉଛି । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ସୁଇଚ ଚିପି ଶୁଭାରମ୍ଭ କଲେ ମୋଦି

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ସୁଇଚ ଚିପି ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଭାବେ ୫ ହଜାର ଟଙ୍କା ଆକାଉଣ୍ଟକୁ ଗଲା । ସବୁ ପ୍ରତିକ୍ଷାର ଅନ୍ତ…

ଆବାସ ହିତାଧିକାରୀଙ୍କୁ ଘର ବାଣ୍ଟିଲେ ମୋଦି, ଜନ୍ମଦିନ ଅବସରରେ ଖିରି ଖାଇଲେ

ଭୁବନେଶ୍ବର: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘଣ ଚାବି ବଣ୍ଟନ କରିଛନ୍ତି ମୋଦି । ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା…

ଚର୍ଚ୍ଚାରେ ବିରାମ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ଆତିଶି

ନୂଆଦିଲ୍ଲୀ: ଦିଲ୍ଲୀ ଶାସନ ଭାର ସମ୍ଭାଳିବେ ଆତିଶି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ପରବର୍ତ୍ତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମାରଲେନା ସିଂହ । ଏନେଇ ଆତିଶିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିଓ୍ବାଲ । ଏହାପରେ ଆପ ଦଳ ବୈଠକରେ ଆତିଶିଙ୍କ ନାଁରେ ମୋହର…

ବଢୁଛି ସୁଭଦ୍ରା ଉତ୍ସାହ: ପହଞ୍ଚିଲେ ମୋଦି, ଆଉ ମାତ୍ର କେଇଟା ମୁହୂର୍ତ୍ତ

ଭୁବନେଶ୍ବର: ଆଉ ମାତ୍ର କେଇଟା ମୁହୂର୍ତ୍ତ । କାହା ଖାତାକୁ ଯିବ ସୁଭଦ୍ରାର ପ୍ରଥମ କିସ୍ତି? ପ୍ରତିଟି ମହିଳା ଉତ୍ସାହିତ । ଏହାରି ଭିତରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଗାଡକଣ ଅଭିମୁଖେ ବାହାରିଛି ମୋଦିଙ୍କ କାରକେଡ । ଗାଡକଣ ଯାଇ ସେଠିକା ବସ୍ତିରେ ଆବାସ ଘର ଗୁଡିକରେ ଗୃହ ପ୍ରବେଶ…

ପିଏମ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଅଢେଇ ହଜାର ଦୀପକୁ ନେଇ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୨୫୦୦ ଦୀପ ବ୍ୟବହାର କରି ସେ ଏହି ବାଲୁକା କଳା କରିଛନ୍ତି। ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆକର୍ଷଣୀୟ ବାଲୁକା କଳା କରିଛନ୍ତି ସୁଦର୍ଶନ।…

କଟକରେ ଜୁଲୁସ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍‌ ପତାକା!

କଟକ: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ 'ଇଦ୍-ମିଲାଦୁନ୍ ନବି' ଅବସରରେ ପାଲେଷ୍ଟାଇନ୍‌ ପତାକା ଉଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଟକ ଦରଘାବଜାର ଥାନା ଅଞ୍ଚଳରେ ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପାଲେଷ୍ଟାଇନ ପତାକା ଉଡାଉଥିବା ଅଭିଯୋଗ ହୋଇଛି। ଏହି ବିବାଦୀୟ ପତାକା…

ଫୁଲୁଛି ନଦୀ, ବଢୁଛି ଜଳସ୍ତର: ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା

ଭଦ୍ରକ: ଉପରମୁଣ୍ଡରେ ପ୍ରବଳ ବର୍ଷା, ଫୁଲୁଛି ବୈତରଣୀ। ଆଖୁଆପଦାରେ ସତର୍କ ସୂଚନା ଟପିଲା ବୈତରଣୀ ନଦୀ। ଆଜି ବର୍ଷା କମିଛି କିନ୍ତୁ ଏବେ ବି ବିପଦ ଟଳିନି । ସତର୍କ ସୂଚନା ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୮.୧୨ ମିଟର ରହିଛି। ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ସୂଚନା…