Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଢିଲା ଡେଡଲାଇନ; ଡିସେମ୍ବର ୧୪ ଯାଏଁ ମାଗଣାରେ କରିପାରିବେ ଆଧାର ଅପଡେଟ୍

ନୂଆଦିଲ୍ଲୀ: ଡିସେମ୍ବର ୧୪ ଯାଏଁ ମାଗଣାରେ କରିପାରିବେ ଆଧାର ଅପଡେଟ୍। UIDAI ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ପୂର୍ବରୁ ଏହି ଡେଡଲାଇନ ସେପ୍ଟେମ୍ବର ୧୪ ରହିଥିଲା। କେବଳ myAadhaar ପୋର୍ଟାଲରେ ଏହି ମାଗଣା ସେବା ଉପଲବ୍ଧ। ଆଗାମୀ ଡିସେମ୍ବର ୧୪ ପର୍ଯ୍ୟନ୍ତ ଆପଣ ମାଗଣାରେ ନିଜ ଆଧାର ଅପଡେଟ୍…

ଜେଲ୍ ଭିତରେ ମୋବାଇଲ ବ୍ୟବହାର କରି ନିଲମ୍ବିତ ହେଲେ ୱାର୍ଡର

ବାରିପଦା: କର୍ତ୍ତବ୍ୟରେ ଅବେହେଳା କାରଣରୁ ନିଲମ୍ବିତ ହେଲେ ଦୁଇ ୱାର୍ଡର । ଡ୍ୟୁଟି ସମୟରେ ଜେଲ ଭିତରେ ଥାଇ ମୋବାଇଲ ବ୍ୟବହାର କରୁଥିଲେ ଓ୍ବାର୍ଡର ସ୍ବାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତି । ଏନେଇ ଉଭୟଙ୍କୁ ନିଲମ୍ବନ କରାଯାଇଛି । ଏଭଳି ଘଟଣା ଘଟିଛି କରଞ୍ଜିଆ ଉପକାରାଗାରରେ । ଏନେଇ ସୂଚନା…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ଥିବା ମୃତ ଅଧିକାରୀଙ୍କ ନାଁ ହଟିଲା

ଭୁବନେଶ୍ଵର: ଓଡିଶାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ମୋଦିଙ୍କ ସୁରକ୍ଷା ନିମନ୍ତେ ବହୁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ହେଲେ ଏହା ଭିତରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ।…

ମମତାଙ୍କ ଶେଷ ପ୍ରଚେଷ୍ଟା: ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟି କହିଲେ ମନର କଥା………

କୋଲକାତା: କୋଲକାତା ମେଡିକାଲ କଲେଜ ଦୁଷ୍କମ ଓ ଆନ୍ଦୋଳନକୁ ୩୩ ଦିନ ବିତିଗଲାଣି । ଏବେ ବି ନିଜର ଆକ୍ରୋଶ ଭରା ହୃଦୟରେ ବିକ୍ଷୋଭ କରୁଛନ୍ତି ଜୁନିୟର ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ଯାଇନଥିଲେ ଜୁନିୟର ଡାକ୍ତରମାନେ । ଏହାକୁ…

୧୭ରେ ଦୁର୍ଗ-ବିଶାଖାପାଟନମ ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ଵର: ଆସନ୍ତା ୧୭ ତାରିଖରେ ଗଡିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରହଣି କରି ବିଶଖାପାଟଣାରେ ପହଞ୍ଚିବ ।…

ଆଉ ମାତ୍ର ୩ ଦିନ ପରେ ମହିଳାଙ୍କ ଖାତାକୁ ଚଢିବ ପ୍ରଥମ କିସ୍ତି, ହେଲାଣି ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ

ଭୁବନେଶ୍ବର: ବଢୁଛି ସୁଭଦ୍ରା କ୍ରେଜ୍ । ଦିନ ଯେତେ ଗଡି ଗଡି ଯାଉଛି ସେତିକି ପଞ୍ଜୀକରଣ ମଧ୍ୟ ବଢି ବଢି ଯାଉଛି । ଗତ ୧୨ ତାରିଖ ସୁଦ୍ଧା ପ୍ରାୟ ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇସାରିଲାଣି  । ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଓଡିଶା ଗସ୍ତ କରି ତାଙ୍କ ସ୍ବହସ୍ତରେ ସୁଭଦ୍ରାର…

କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ଜୀବିତ

ନୂଆଦିଲ୍ଲୀ: କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ହମଜା ଜୀବିତ। ଗୁଇନ୍ଦା ରିପୋର୍ଟ ଅନୁସାରେ, ହମଜା ଓ ତା’ର ଭାଇ ଅବଦୁଲ୍ଲା ବିନ ଲାଡେନ ସହ ମିଶି ଆତଙ୍କବାଦର ନେଟୱର୍କ ବିସ୍ତାର କରିବାରେ ଲାଗିଛି। କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ ୧୧ ସେପ୍ଟେମ୍ବର ୨୦୦୧ରେ…

ରବିବାର ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଜାଣନ୍ତୁ କାହିଁକି…..

ପୁରୀ: ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ରବିବାର ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି ତଥା ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ଦ୍ୱାଦଶୀ । ଦ୍ବାଦଶୀରେ ମହାପ୍ରଭୁଙ୍କର ବାବନ ଜନ୍ମ ନୀତି । ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ।…

ପୁଣି ସିବିଆଇକୁ ସୁପ୍ରିମକୋର୍ଟଙ୍କ କଟାକ୍ଷ: କହିଲେ ‘ପଞ୍ଜୁରୀର ଶୁଆ’ ହେବା ଗୁଣ ଛାଡ

ନୂଆଦିଲ୍ଲୀ: ପୁଣି ସିବିଆଇକୁ କଟାକ୍ଷ କରି କହିଲେ ସୁପ୍ରିମକୋର୍ଟ । ୧୧ ବର୍ଷ ପରେ ସିବିଆଇକୁ ମନେପକାଇଦେଲେ ପଞ୍ଜୁରୀ ଭିତରେ ଶୁଆ ପ୍ରସଙ୍ଗ । କହିଲେ ‘ପଞ୍ଜୁରୀ ଭିତରେ ଶୁଆ’ ଗୁଣ ଛାଡ । ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜମାନତ ଉପରେ ଶୁଣାଣି କରି ଜଷ୍ଟିସ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା, ଜାଣନ୍ତୁ କେମିତି ହେବ ସମ୍ଭବ

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଏବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଅଛନ୍ତି। ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା ଓ ବୁଚ୍। ନଭେମ୍ବର ୨୦୨୪ରେ ଆମେରିକାରେ ହେବାକୁ…