Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Maoists Surrender: ଲାଲବାହିନୀକୁ ପୁଣି ଏକ ଶକ୍ତ ଝଟକା, ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ନୂଆପଡ଼ା: ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ। ଛତିଶଗଡ଼ ଗରିଆବନ୍ଧ ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିବା ସୂଚନ। ଧରାଇ ଦେବାକୁ ପ୍ରତ୍ୟେକଙ୍କ ପାଇଁ ୧ ଲକ୍ଷ ଲେଖାଏଁ ପୁରସ୍କାର ଥିଲା। ୩ଜଣ ହାର୍ଡକୋର ମାଓବାଦୀ ସଂଗଠନ ଛାଡି ଛତିଶଗଡ଼ ଗରିଆବନ୍ଧ ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ…

ଏସୀୟ ଟେବୁଲ୍ ଟେନିସ ଟିମ୍ ଚାମ୍ପିଆନସିପ୍ ପାଇଁ ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ

ଭୁବନେଶ୍ୱର: ଚଳିତ ମାସ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଆନସିପ୍ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ…

ODISHA VIGILANCE: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

କୋରାପୁଟ: ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ। ବିଲ କ୍ଲିଅରାନ୍ସ ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ…

ପୋଲିସ କବଜାରେ ଆନ୍ତଃରାଜ୍ୟ କଫ ସିରଫ ରାକେଟ୍; ୧୫୦୦ ବୋତଲ ଜବତ

ବରଗଡ଼: ବରଗଡ଼ ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ ଚଢ଼ାଉ କରୁଛି । ସୋମବାର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରୁ ୧୫୦୦ କଫ ସିରଫ ଜବତ କରିବା ସହ ୫ ଦେଶୀ ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି, ୩ ଟି ଅଫୁଟା ଗୁଳି,୧୬ଟି ମୋବାଇଲ ,୫ ଚାରିଚକିଆ ଯାନ ସହ ନଗଦ ୫୭ ହଜାର ୨୦୦ ଟଙ୍କା ଜବତ କରିଛି ପୋଲିସ।…

ଓଡ଼ିଶା ପୋଲିସ ମୁଖ୍ୟାଳୟରେ ମହାରାଷ୍ଟ୍ର ପୋଲିସର ସ୍ୱତନ୍ତ୍ର ଟିମ: ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍‌ର କଲେ ସୁପରିଚାଳନା

ଭୁବନେଶ୍ୱର: ମହାରାଷ୍ଟ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୋଲିସ ମୁଖ୍ୟାଳୟ, କଟକକୁ ଗସ୍ତ କରି ଓଡ଼ିଶା ପୋଲିସ ଦ୍ୱାରା ବିକଶିତ ଏବଂ ସଫଳ ଭାବରେ ରୂପାୟିତ ହୋଇଥିବା ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟାସ ସମ୍ପର୍କରେ ଅଧ୍ୟୟନ କରିଛନ୍ତି। ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍‌ର ସୁପରିଚାଳନା…

ମେଡିସିନ୍ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା। ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ମିଳିବ ନୋବେଲ୍ ପୁରସ୍କାର। ଶରୀରରେ ପ୍ରତିରୋଧକ ଶକ୍ତି…

କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି; ଆସନ୍ତାକାଲି ସନ୍ଧ୍ୟା…

କଟକ: କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା । ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସନ୍ଧ୍ୟା ଯାଏଁ ୭ ଟା ଯାଏ କଟକଣା ବୃଦ୍ଧି କରାଯାଇଛି । ଏନେଇ ଗୃହ ବିଭାଗକୁ ପ୍ରସ୍ତାବ ଦେଇଥିଲେ ଜିଲ୍ଲାପାଳ । କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା…

ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE

କଟକ: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ। ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ। ୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍‌। ୬ ଶହ ଟଙ୍କା…

ସର୍ବକାଳୀନ ରେକର୍ଡ଼ ଛୁଇଁଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କିଛି ଦିନ ହେବ ସୁନା ଦରରେ ତୀବ୍ର ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୯,୭୦୦ ଟଙ୍କା ବୃଦ୍ଧି ପାଇ ଏହା  ୧୩୦,୩୦୦ ଟଙ୍କାରେ ପହଞ୍ଚିଛି। ତେବେ ପ୍ରବଳ ସ୍ପଟ୍ ଚାହିଦା ମଧ୍ୟରେ, ସୋମବାର ଦିନ ନୂତନ କାରବାର…

ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା; ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣା । ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ l ଗିରଫ ଅଭିଯୁକ୍ତ ହେଲେ ସଦର ବ୍ଲକ ଚାନ୍ଦିପୁର ଥାନା ତପସ୍ବୀ ଗ୍ରାମର ଯୁବକ ଚନ୍ଦନ ମଲ୍ଲିକ । ସେ ଜଣେ ଯୁବନେତା ଓ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା…