Latest Odisha News

BREAKING NEWS

Browsing Category

Uncategorized

ମହିଳା ବିଶ୍ୱକପ: ଶତକୀୟ ଇନିଂସ ଖେଳିଲେ ସ୍ମୃତି ଓ ହରମନପ୍ରୀତ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ମହିଳା ବିଶ୍ୱକପରେ କମାଲ କଲେ ଭାରତୀୟ ଖେଳାଳି ସ୍ମୃତି ମାନ୍ଧାନା ଓ ହରମନପ୍ରୀତ କୌର । ଧୂଆଁଧାର ବ୍ୟାଟିଂ କରି ଶତକୀୟ ଇନିଂସ ଖେଳିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ୩୧୮ରନ୍ ଟାର୍ଗେଟ ଠିଆ କରିଛି ଟିମ୍ ଇଣ୍ଡିଆ । ସ୍ମୃତି ମାନ୍ଧାନା ୧୧୯ ବଲରୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ମୋବାଇଲ ମେକାନିକ ଲାଭ ସିଂ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍‌’) ସପକ୍ଷରେ ଯାଉଥିବା ‌ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନି ନିର୍ବାଚନ ଲଢ଼ୁଥିବା ଉଭୟ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ଚମକୌର ଏବଂ ଭଦୌରରୁ ଚନ୍ନି ହାରିଥିବା ବେଳେ…

[ଦେଖନ୍ତୁ ଭିଡିଓ] ୫ଟି ରାଜ୍ୟରେ ଭୋଟ୍‌ ଗଣନା : ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି

ଦିଲ୍ଲୀ: ଆଜି ୫ଟି ରାଜ୍ୟରେ ଭୋଟ୍‌ ଗଣନା ଚାଲିଥିବା ବେଳେ ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି ଜଣାପଡ଼ିଛି । ପଞ୍ଜାବରେ ‘ଆପ୍‌’ ସଂଖ୍ୟାଗରିଷ୍ଠତା ହାସଲ ଦିଗରେ ଅଗ୍ରସର ହେଉଥିବା ଟ୍ରେଣ୍ଡ୍‌ରୁ ଆଭାସ ମିଳୁଛି । ସେହିପରି ଉତ୍ତର ପ୍ରଦେଶରେ ବିଜେପି ଆଗୁଆ ରହିଛି ।…

ପୁରୀ ବେଳାଭୂମିରେ ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା

ପୁରୀ: ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ମାନେ ଏକ ସୁନ୍ଦର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଦିବସର ଉପଲବ୍ଧି କରି ସମସ୍ତ ମହିଳା ଏହି ଦିବସକୁ…

କିଟରେ ଅନ୍ତର୍ଜାତୀୟ ମହିଳା ଦିବସ: ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ

ଭୁବନେଶ୍ୱର: କିଟ ଓ କିସ୍‍ ପକ୍ଷରୁ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ,…

ଖୁବଶୀଘ୍ର ୟୁକ୍ରେନ ରାଜଧାନୀ କିବ୍‌କୁ ଅକ୍ତିଆର କରିବ ଋଷ ସେନା

ମସ୍କୋ : ସଫଳ ହେବାରେ ଲାଗିଛି ଋଷର ମିସନ କିବ୍ । ଖୁବଶୀଘ୍ର ୟୁକ୍ରେନ ରାଜଧାନୀ କିବ୍‌କୁ ଅକ୍ତିଆର କରିପାରନ୍ତି ଋଷ ସୈନ୍ୟ । ଋଷର ଘନଘନ ଆକ୍ରମଣକୁ ନେଇ ହାତ ଟେକିଦେଲେଣି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ ଚାଲିଥିବା ବେଳେ ଶକ୍ତିଶାଳୀ…

ୟୁକ୍ରେନରୁ ଫେରିବେ ଓଡ଼ିଆ: ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ପାଇକମାନେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ "ଓଡ଼ିଶାରେ ପାଇକ ବିଦ୍ରୋହ" ଶୀର୍ଷକରେ ଏକ ସମ୍ପାନ ଅଭିଲେଖ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର ମୁଖବକ୍ତା ଭାବରେ , ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପାଇକମାନେ ରାଷ୍ଟ୍ର…

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଚଢାଉ ହୋଇଛି । ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬…

[ଦେଖନ୍ତୁ ଭିଡିଓ] ବାଜିଲାଣି ପୌର ନିର୍ବାଚନ ବିଗୁଲ୍,ଆଶାୟୀ ପ୍ରାର୍ଥୀଙ୍କ ରଣନୀତି ପ୍ରସ୍ତୁତ

କଟକ: ବାଜିଲାଣି ପୌର ନିର୍ବାଚନ ବିଗୁଲ୍ । ଏ ନେଇ ସରକାରଙ୍କ ପକ୍ଷରୁ ନିର୍ବାଚନ କମିସନରଙ୍କୁ ପୌର ପରିଷଦ,ଵିଜ୍ଞାପିତ ଅଞ୍ଚଳ, ମହାନଗର ନିଗମ ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେବା ପରେ କଟକରେ ଦେଖାଗଲାଣି ନିର୍ବାଚନୀ ହାୱା । ଆଉ ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇବା ପାଇଁ…