ଭୁବନେଶ୍ବର:ଶୀତ ଦିନରେ ହାଟମାନଙ୍କରେ ଫୁଲକୋବି ଅଧିକ ପରିମାଣରେ ମିଳେ । ଏହି ସମୟରେ ଫୁଲକୋବି ଭଜା, ତରକାରୀ, ଚିଲି, ପକୁଡି ରାନ୍ଧି ଖାଇଥାଉ । ତେବେ ଜାଣିଛନ୍ତି କି ଏହି ଫୁଲକୋବି ନାଡ, ପତ୍ରରେ ମଧ୍ୟ ଅନେକ ପୋଷକତତ୍ତ୍ବ ଭରି ରହିଛି । ଏଥିରେ ଭିଟାମିନ୍ ଏ , ଫାଇବର୍ , ପ୍ରୋଟିନ୍ , କ୍ୟାଲସିୟମ୍ ଏବଂ ଫସଫରସ୍ ରହିଛି । ତେଣୁ ଏହି ନାଡକୁ ଆପଣ ଭଜା, ସୁପ୍ ରେ ଖାଇପାରିବେ ଯାହା ଦେହ ପାଇଁ ବେଶ୍ ଲାଭକାରୀ ।
ଫୁଲକୋବି ନାଡ,ପତ୍ରରେ ଭିଟାମିନ୍ ଏ ଥାଏ । ଯାହା ଆଖି ପାଇଁ ଭଲ । ସେହିପରି ଡାଏବେଟିସ୍ ରୋଗୀଙ୍କ ପାଇଁ ବି ଏହା ଭଲ । ଏଥିରେ କାର୍ବୋହାଇଡ୍ରେଟ କମ୍ ସହ ପ୍ରୋଟିନ୍ ଏବଂ ଫାଇବରର ମାତ୍ରା ଅଧିକ ଥାଏ । ଫଳରେ ବ୍ଲଡ୍ ସୁଗରର ଲେବଲ୍ କଣ୍ଟ୍ରୋଲରେ ରହେ ।
ଆଇରନ ବି ପ୍ରଚୁର ମାତ୍ରାରେ ଫୁଲକୋବି ନାଡ,ପତ୍ରରେ ରହିଛି । ଫଳରେ ଶରୀରରେ ଏନିମିଆ ରୋଗୀଙ୍କ ପାଇଁ ଖୁବ୍ ଭଲ । ସେହିପରି କ୍ୟାଲସିୟମରେ ଭରପୂର ଫୁଲକୋବିର ପତ୍ର ଖାଇଲେ ହାଡ଼ ଟାଣ ହୋଇଥାଏ । ଫୁଲକୋବିର ପତ୍ରରେ ହାଇ ଫାଇବର ଏବଂ ଫ୍ୟାଟର ମାତ୍ରା କମ୍ ହେବା କାରଣରୁ ଏହା ହାର୍ଟ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ।
Comments are closed.