କୋଲକାତା: ଗୋଚାଲାଣ ମାମଲାରେ ତୃଣମୂଳ କଂଗ୍ରେସର ବାହୁବଳୀ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଛି । ସେ ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ମାମଲାରେ ସିବିଆଇକୁ ସହଯୋଗ କରୁ ନ ଥିବା ଅଭିଯୋଗ ଆସିଥିଲା । ୨ ଥର ସମନ ପଠାଇବା ପରେ ସେ ହାଜର ନ ହେବାରୁ ସିବିଆଇ ବାଧ୍ୟ ହୋଇ ଗିରଫ କରିଛି । ୧ ଘଂଟାରୁ ଊର୍ଦ୍ଧ୍ୱ ସମୟ ପଚରା ଉଚରା କରାଯିବା ପରେ ହେଲଥ ଚେକଅପ ପାଇଁ ଅନୁବ୍ରତଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସିବିଆଇ ୫ ଓ ୮ ଅଗଷ୍ଟରେ ସମନ ଜାରୀ କରିଥିଲା । ବିଜେପି ସାଂସଦ ଦୀଲିପ ଘୋଷ କହିଛନ୍ତି ଅନୁବ୍ରତଙ୍କ ପରି ରାକ୍ଷସଙ୍କୁ ଜେଲରେ ରଖିବା ଉଚିତ । ସୂଚନାଯୋଗ୍ୟ, ୨୦୨୦ରେ ଭାରତ-ବାଂଲାଦେଶ ସୀମାରେ ଗୋଚାଲାଣ କରା ଯାଉଥିଲା । ବିଏସଏଫ ୨୦୦୦୦ ପଶୁଙ୍କ ମୁଣ୍ଡ ଜବତ କରିଥିଲା । ସିବିଆଇ ଏଥିରେ ସମ୍ପୃକ୍ତ ଥିବା ନେଇ ବିଏସଏଫ କମାଣ୍ଡାଂଟ ସତୀଶ କୁମାରଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ କେଦ ରୁଜୁ କରିଥିଲା । ନିକଟରେ ମଣ୍ଡଳଙ୍କ ୧୩ ସ୍ଥାନ ଉପରେ ସିବିଆଇ ଚଢ଼ାଉ କରି ୧୭ ଲକ୍ଷ ଟଙ୍କା ଓ ୧୦ ମୋବାଇଲ ଫୋନ ଜବତ କରିଥିଲା ।
BREAKING NEWS
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର

Comments are closed.