Latest Odisha News

BREAKING NEWS

ଅଣ ମୁସଲୀମ ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସିଏଏ ଅର୍ଥାତ ସିଟିଜେନସିପ ଆମେଣ୍ଡେମେଣ୍ଟ ଆକ୍ଟ । ଏହି ବିଜ୍ଞପ୍ତି ସହିତ ଦେଶରେ ସିଏଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହା ଦ୍ବାରା ତିନି ପଡ଼ୋଶୀ ଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ବ । ଅଣ ମୁସଲୀମ ଶରଣାର୍ଥୀ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ପାଇଁ ଏହି ନିୟମ ଲାଗୁ ହୋଇଛି । ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଇ, ପାରସୀଙ୍କୁ ମିଳିବ ଏହି ନାଗରିକତ୍ବ । ଏଥିରେ ମୁସଲମାନମାନେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି । ଏହା ଦ୍ବାରା ୨୦୧୪ ପୂର୍ବରୁ ଶରଣ ନେଇଥିବା ଲୋକଙ୍କୁ ମିଳିବ ସୁବିଧା । ପ୍ରାୟ ୩୦ ହଜାର ଶରଣାର୍ଥୀ ଏହା ଦ୍ବାରା ଉପକୃତ ହୋଇପାରିବ । ୨୦୧୯ ଡିସେମ୍ବରରେ ସଂସଦରେ ପାରିତ ହୋଇଥିଲା ସିଏଏ ।

ଗୃହମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି କହିଛନ୍ତି ଆବେଦନକୁ ସଂପୂର୍ଣ୍ଣ ଭାବେ ଅନଲାଇନ ମୋଡରେ କରାଯିବ । ଯାହା ପାଇଁ ୱେବସାଇଡ ଉପଲବ୍ଧ କରାଯାଇଛି । କୌଣସି କାଗଜ ପତ୍ର ନଥାଇ ମଧ୍ୟ ଏମାନଙ୍କୁ ନାଗରିକତ୍ବ ପ୍ରଦାନ କରାଯିବ ।

୨୦୧୯ ଡିସେମ୍ବରରେ ପାରିତ ହୋଇଥିଲା ସିଏଏ । ଯାହାକୁ ରାଷ୍ଟ୍ରପତି ମଞ୍ଜୁର କରିଥିଲେ । ଏହାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହା ପରେ ଏହାକୁ ଲାଗୁ କରାଯାଇନଥିଲା । ସିଏଏ ଆଜିଠାରୁ କାର୍ଯ୍ୟକାରୀ ହେବା ପରେ ଦେଶର ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଚି । ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

 

Leave A Reply

Your email address will not be published.