Latest Odisha News

BREAKING NEWS

ପାଞ୍ଚ ମାସରେ ରେକର୍ଡ ସଂଖ୍ୟକ ସାଇକେଲ୍‌ ବିକ୍ରି

ନୂଆଦିଲ୍ଲୀ: ଗତ ପାଞ୍ଚ ମାସ ମଧ୍ୟରେ ଭାରତରେ ସାଇକେଲ ବିକ୍ରି ପ୍ରାୟ ଦ୍ୱିଗୁଣିତ ହୋଇଛି। ଅନେକ ସହରରେ ଲୋକଙ୍କୁ ନିଜ ପସନ୍ଦର ସାଇକେଲ କିଣିବାକୁ ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରଥମ ଥର ପାଇଁ ଲୋକମାନଙ୍କ ସାଇକେଲ ଚଲାଇବାର ଏପରି ଧାରା ଦେଖିବାକୁ ମିଳିଛି।

ତେବେ ଏହାର ଏକ ବଡ଼ କାରଣ ହେଉଛି ମହାମାରୀ କରୋନାର ପ୍ରଭାବ। କରୋନା ଭିତରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ସଜାଗ ହୋଇଯାଇଛନ୍ତି। ସେମାନଙ୍କର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଏହା ସବୁଠାରୁ ଶସ୍ତା, ସୁନ୍ଦର ଏବଂ ସ୍ଥାୟୀ ଉପାୟ ବୋଲି ମଧ୍ୟ ସେମାନେ ଅନୁଭବ କରୁଛନ୍ତି।

ଏକ ଆକଳନ ଅନୁଯାୟୀ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସାଇକେଲ ଉତ୍ପାଦନକାରୀ ଦେଶ। ଏଆଇସିଏମ୍‌ଏ (AICMA) ଅନୁଯାୟୀ, ମେ ମାସ ରୁ ସେପ୍ଟେମ୍ବର ୨୦୨୦ ଅର୍ଥାତ୍ ଏଇ ପାଞ୍ଚ ମାସ ମଧ୍ୟରେ ଦେଶରେ ମୋଟ ୪୧,୮୦,୯୪୫ ସାଇକେଲ୍‌ ବିକ୍ରି ହୋଇଛି।

ଏଆଇସିଏମ୍‌ଏର ସାଧାରଣ ସଚିବ କେ.ବି ଠାକୁର କହିଛନ୍ତି ଯେ ସାଇକେଲର ଚାହିଦା ଏଇ ପାଞ୍ଚ ମାସ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ  ବୋଧହୁଏ ଇତିହାସରେ ପ୍ରଥମ ଥର ପାଇଁ ସାଇକେଲ ବିକ୍ରିର ଏଭଳି ଧାରା ଦେଖିବାକୁ ମିଳିଛି।

ସେ କହିଛନ୍ତି ଏହି ପାଞ୍ଚ ମାସ ମଧ୍ୟରେ ସାଇକେଲ ବିକ୍ରି ୧୦୦ ପ୍ରତିଶତ ବୃଦ୍ଧି ପାଇଛି। ଅଧିକାଂଶ ସ୍ଥାନରେ ସ୍ଥାନରେ ଲୋକଙ୍କୁ ସେମାନଙ୍କର ମନ ପସନ୍ଦର ସାଇକେଲ୍‌ ପାଇବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିବାକୁ ପଡୁଛି।

Leave A Reply

Your email address will not be published.