Latest Odisha News

BREAKING NEWS

କୋଲ୍ ସ୍କାମ ଘଟଣାବଳୀ: କେମିତି ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ନାଁରେ କ’ଣ ଥିଲା ଅଭିଯୋଗ ?

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନଡିଏର ସରକାରଙ୍କ ପ୍ରଥମ ମନ୍ତ୍ରୀ ଯାହାଙ୍କ ନାଁରେ କୋଲବ୍ଲକ ମାମଲାରେ ସମନ୍ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସହ ଅନ୍ୟ ୫ ଜଣଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା ।
୫ ଜଣଙ୍କ ନାଁରେ ମାମଲା
୫ ଜଣଙ୍କ ମଧ୍ୟରେ ଥିଲେ କୋଇଲା ମନ୍ତ୍ରଣାଳୟର ପୂର୍ବତନ ଆଡିସନାଲ୍ ସେକ୍ରେଟାରୀ ପ୍ରଦୀପ କୁମାର ବାନାର୍ଜୀ, କାଷ୍ଟ୍ରୋନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ।  ଦିଲ୍ଲୀପ ରାୟଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୧୨୦(ବି) (ଅପରାଧିକ ଷଡଯନ୍ତ୍ର), ୪୨୦ (ଠକେଇ) ଓ ୪୦୯ ଅନୁସାରେ ରୁଜୁ ହୋଇଥିଲା ମାମଲା ।

କ’ଣ ଥିଲା ମାମଲା ?
୧୯୯୮ରେ ଝାଡଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ । ଏହାର ମାଲିକ ହେଉଛନ୍ତି ବିଜେପିର ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତଃ ପି.କେ ଅଗ୍ରୱାଲ୍ । ପାଖରେ ଜନବସତି ଥିବାରୁ ଓ ୱାଟର ଚ୍ୟାନେଲିଂରେ ସମସ୍ୟା ଥିବାରୁ ଏମପାୱାରଡ କମିଟି ପ୍ରଥମେ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ।
ସୁପାରିଶ କରିଥିଲେ ଦିଲ୍ଲୀପ ରାୟ
ସେତେବେଳେ କେନ୍ଦ୍ରରେ ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ସିବିଆଇ ନିଜ ଚାର୍ଜସିଟରେ ଦର୍ଶାଇଥିଲା ଯେ, ଏସମ୍ପର୍କିତ ଫାଇଲ୍ ୧୯୯୯ ମସିହା ଏପ୍ରିଲ ୨୩ ତାରିଖରେ ଦିଲ୍ଲୀପ ରାୟଙ୍କ ପାଖକୁ ଆସିଥିଲା । ଏହାପରେ ୧୯୯୯, ମେ ୧୨ ତାରିଖରେ ନୂଆ ଆବେଦନ କରିଥିଲା କାଷ୍ଟ୍ରୋନ୍ ମାଇନିଂ । ଆବେଦନର ପୁନଃବିଚାର ପାଇଁ ଏମପାୱାରଡ୍ କମିଟିକୁ ଅନୁରୋଧ କରିଥିଲେ ଦିଲ୍ଲୀପ ରାୟ ।
Dillip Ray Convicted in Coal Scam
୧୯୯୯ ସେପ୍ଟେମ୍ବର ୧ ତାରିଖରେ କୋଲ୍ ବ୍ଲକ ଆବଣ୍ଟନ
ଦିଲ୍ଲୀପ ରାୟଙ୍କ ସୁପାରିଶ ଆଧାରରେ ୧୯୯୯ ସେପ୍ଟେମ୍ବରରେ ୧ ତାରିଖରେ ବ୍ରହ୍ମଡିହା କୋଲବ୍ଲକ କାଷ୍ଟ୍ରୋନ ମାଇନିଂ ଲିମିଟେଡକୁ ଦିଆଯାଇଥିଲା । ୨୦୧୨ରେ କୋଲବ୍ଲକର ବିକାଶ ହୋଇ ନ ଥିବା ଦର୍ଶାଇ ଆବଣ୍ଟନ ରଦ୍ଦ କରିଥିଲେ ୟୁପିଏ ସରକାର । ପରେ ଦୁର୍ନୀତି ନେଇ ରୁଜୁ ହୋଇଥିଲା ମାମଲା ।

କୋଲ୍ ଇଣ୍ଡିଆ ଲିମିଡଟେଡ୍ (CIL) ଏବଂ ସେଣ୍ଟ୍ରାଲ୍ ମାଇନ ପ୍ଲାନିଂ ଏଣ୍ଡ ଡିଦାଇନ୍ ଇନଷ୍ଟିଚ୍ୟୁଟ୍ ଲିମିଡିଟର (CMPDIL) ବିରୋଧ ସତ୍ତ୍ୱେ କାଷ୍ଟ୍ରୋନ୍ ମାଇନିଂକୁ ଅହେତୁକ ଅନୁକମ୍ପା ଦେଖାଇ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ନେଇ ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.