Latest Odisha News

BREAKING NEWS

ତାମିଲନାଡୁରେ ବର୍ଷା ବିତ୍ପାତ : ୪ ମୃତ,ସ୍କୁଲ କଲେଜ ବନ୍ଦ

ଚେନ୍ନାଇ :ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୪ ଜଣଙ୍କ ଜୀବନ ଗଲାଣି। ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ଅଛି । ରାଜ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ପରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟରେ ୧୪ ଅଞ୍ଚଳକୁ ରେଡ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ଅନେକ ଲୋକ ଏବେବି ଜଳବନ୍ଦି ଅବସ୍ଥାରେ ଅଛନ୍ତି। ପାଖାପାଖି ୩୦୦ ଶହ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସହାୟତାରେ ସ୍ଥାନାନ୍ତର କରାଯାଇଛି। ଅନେକ ଗାଇ ଗୋରୁଙ୍କ ମୃତ୍ୟୁ ମଧ୍ୟ ଘଟିଛି । ସୂଚନା ମୁତାବକ ୧୬ ଟି ଗାଇଙ୍କ ମୃତ୍ୟୁ ହୋଇଯାଇଛି।

ଚେନ୍ନାଇରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।ତାମିଲନାଡୁ ,ପୁଡୁଚେରୀ ଆଦି ଅଞ୍ଚଳ ଗଭୀର ଭାବେ ପ୍ରଭାବିତ ହୋଇଛି । ମଦୁରାଇରେ ସ୍କୁଲ ,କଲେଜ ଆଦି ବନ୍ଦ ରହିଛି । ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେପଟେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାରୁ ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହି ଲଘୁଚାପ ଏକ ଡିପ୍ରେସନରେ ପରିଣତ ହୋଇ ଆସନ୍ତା ୧୧ ତାରିଖ ସକାଳେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ଡିପ୍ରେସନ ପ୍ରଭାବରେ ଆସନ୍ତା ୧୦-୧୧ ତାରିଖରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.