Latest Odisha News

BREAKING NEWS

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏତେଟା ଉନ୍ନତି ଦେଖାଦେଇନଥିଲା ।

ଜୁଲାଇ ମାସରେ ପ୍ରଥମେ ଲଖନୌର ଏସ୍‌ଜିପିଆଇଜି ହସ୍ପିଟାଲ ଓ ପରେ ଗୁରୁଗ୍ରାମ୍ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ନିଜ କ୍ୟାରିୟରରେ ୪୦ଟି ଦିନିକିଆ ଓ ୭ଟି ଦିନିକିଆ ମ୍ୟାଚ ଖେଳିଥିବା ଚେତନ ଚୌହାନ ନିଜ ସମୟରେ ସବୁଠୁ ସାହାସୀ ବ୍ୟାଟ୍ସମ୍ୟାନ ରୂପେ ପରିଚିତ ଥିଲେ ।

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ବି ସେ ଦିଲ୍ଲୀ କ୍ରିକେଟ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ । ତା ଛଡା ଭାରତର ଅଷ୍ଟ୍ରେଲିଆ ଗସ୍ତରେ ବି ସେ ଟିମ୍ ଇଣ୍ଡିଆର ମ୍ୟାନେଜର ଦାୟୀତ୍ୱ ତୁଲାଇଥିଲେ । ୧୯୯୧ ଓ ୧୯୯୮ରେ ଉତ୍ତରପ୍ରଦେଶର ଅମ୍ରୋହାରୁ ସେ ଦୁଇଦୁଇଥର ଲୋକସଭା ଆସନରେ ନିର୍ବାଚିତ ହୋଇଥିଲେ । ୨୦୧୮, ଅଗଷ୍ଟ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ସକ୍ରିୟ ରହିଥିଲେ ।

Leave A Reply

Your email address will not be published.