Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ତାମ୍ପରା ହ୍ରଦ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ଗଞ୍ଜାମ: ଶୀତ ଋତୁ ଡିସେମ୍ୱର ମାସ ଓ ଜାନୁଆରୀ ନୂଆ ବର୍ଷର ଆଗମନରେ ସମସ୍ତଙ୍କ ବୁଲିବା ଓ ପିକନିକ୍ କରିବା ସମୟ । ପରିବାର ବର୍ଗଙ୍କ ସହ ହେଉ ଅବା ସାଙ୍ଗ ସାଥି ମେଳରେ ବୁଲି ଯିବା ସହ ଭୋଜି ଭାତ କରି ମଉଜ କରିବା ସହ କଲରଫୁଲ ଫଟୋ ଉଠାଇ ସାଇତି ରଖିବା ସମସ୍ତଙ୍କ ମନ । ଏଥିପାଇଁ ନିଜ ମନ ପସନ୍ଦର ସ୍ଥାନ ଚୟନ କରିଥାନ୍ତି ଲୋକେ। କୁଳୁକୁଳୁ ଶବ୍ଦରେ କୂଳ ଛୁଉଁଛି ମଧୁର ନୀଳ ଜଳ ରାଶି । ଶାନ୍ତ ମନ ଲୋଭା ପରିବେଶ ପାଖରୁ ଯେତେ ଲୋଭନୀୟ ଦୂରରୁ ସେତେ ଆକର୍ଷଣୀୟ । ସୁନ୍ଦର ଗାଲିଚା ଫୁଡ୍ ୱର୍କ୍ ପ୍ଲେସ। ଯେତେ ଦେଖିଲେ ବି ମନ ଭରୁନି ।

ଏ ହେଉଛି ଗଞ୍ଜାମର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତାମ୍ପରା ହ୍ରଦ। ତାମ୍ପରାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା ହୋଇଛି । ଘାସ ଗାଲିଚା, ପାଦ ଚଲା ରାସ୍ତା, ସେଲ୍ଫି  ପଏଣ୍ଟ ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ବ୍ୟବସ୍ଥା ମଧ୍ୟ ରହିଛି । ବୋଟରେ ବୁଲିବା, ୱାଟର ବାଇକ୍ ରାଇଡର ମଜା ନେବା ଭଳି ବ୍ୟବସ୍ଥା ମଧ୍ୟ ରହିଛି । ରାତିରେ ଏହାର ସୁନ୍ଦରତାକୁ ବଢାଇ ଦିଏ ଏହାର ଚିକ୍‌ମିକ୍‌ ଲାଇଟ୍ । ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ଏହା ଏକ ସୁନ୍ଦର ସ୍ଥାନ। ଏହି ମଧୁର ଜଳ ହ୍ରଦକୁ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ପର୍ଯ୍ୟଟଙ୍କ ସୁଅ ଛୁଟେ । ଏଠାରେ ଭୋଜିଭାତ ସାଙ୍ଗକୁ ବୋଟିଂର ମଜା ନିଅନ୍ତି ପର୍ଯ୍ୟଟକ।

ଏହା ମଧ୍ୟ ପଢନ୍ତୁ

https://odishasambad.in/gandahati-waterfall-in-paralakhemundi-attracts-tourists/

ଏହି ତାମ୍ପରା ହ୍ରଦ ଜଳକ୍ରୀଡା ନୌବିହାର ପାଇଁ ଏକ ପ୍ରଶସ୍ତ ସ୍ଥାନ। ସମୁଦ୍ରକୂଳ ନିକଟସ୍ଥ କାଜୁବଣ ବେଷ୍ଟିତ ବେଳାଭୂମିରେ ସାନ୍ଧ୍ୟାକାଳୀନ ଭ୍ରମଣ ଏକ ନିଆରା ଅନୁଭୂତି ଦେଇଥାଏ। ପରିବାର ସହିତ ଅନେକ ଲୋକ ଏଠାକୁ ବୋଟିଂର ମଜା ନେବାକୁ ଆସିଥାଆନ୍ତି । କିଏ ଜେଟିରେ ବସି ଜଳକ୍ରୀଡ଼ାର ମଜା ନିଏ ତ ଆଉ କିଏ ପ୍ୟାଡେଲ ବୋଟ୍‌ରେ ବସି ମଜା ନେଇଥାନ୍ତି । ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାଣି, ଟଏଲେଟ, ସ୍ନାକ୍ସ ବାର୍‌ ରହିଛି । ଏହି ହ୍ରଦର ପାଣି ମଧୁର ହୋଇଥିବାରୁ ସ୍ଥାନୀୟ ଧୀବରମାନେ ଏଠାକୁ ମାଛ ଧରିବାକୁ ଆସିଥାନ୍ତି ।

ତାମ୍ପରାର ଅନ୍ୟ ଏକ ଆକର୍ଷଣ ହେଉଛି ଝାଉଁ ଓ କାଜୁ ବଣ, ଯେଉଁଠାରେ ପିକନିକ କରିବା ପାଇଁ ପର୍ଯ୍ୟଟକ ଟାଣି ହୋଇ ଆସିଥାନ୍ତି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରାଶସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁ ସୁବିଧା କରାଯାଇଛି। ରାଜଧାନୀ ଭୁବନେଶ୍ୱରରୁ ବ୍ରହ୍ମପୁରର ଦୂରତା ୧୭୦ କିଲୋମିଟର। ବ୍ରହ୍ମପୁରରୁ ତାମ୍ପରାର ଦୂରତା ୩୦ କିଲୋମିଟର। ବ୍ରହ୍ମପୁରରୁ ଆପଣ ଅଟୋ, କିମ୍ବା କାର୍‌ କରି ଆପଣ ତାମ୍ପରା ହ୍ରଦ ଯାଇପାରିବେ।

Leave A Reply

Your email address will not be published.