Latest Odisha News

BREAKING NEWS

ସ୍ବାଧୀନତା ସଂଗ୍ରାମୀ ଓ ଦେଶ ନିର୍ମାତାଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଭବ୍ୟ ସମାରୋହରେ  ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସକାଳ  ୭.୩୦ରୁ ଆରମ୍ଭ ହୋଇ  ୯୦ ମନିଟ୍‌   ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ  ।

କର୍ତ୍ତବ୍ୟ ପଥରେ ଦେଶପାଇଁ ଜୀବନ ଦେଇଥିବା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବାସାହେବ ଅମ୍ବେଦକର ଏବଂ ବୀର ସବରକର୍‌ଙ୍କ ପ୍ରତି ନାଗରିକମାନେ କୃତଜ୍ଞ ରହିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ସ୍ବାଧୀନତା ସଂଗ୍ରାମୀମାନେ ଦେଶ ନିର୍ମାଣରେ ସହାୟକ ହୋଇଥିଲେ ବୋଲି ୭୬ତମ ସ୍ବାଧୀନତା ଦିବସ ଅବସରରେ  ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସ୍ବାଧୀନତା ସଂଗ୍ରାମ କରିଥିବା ସଂଗ୍ରାମୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଥିଲେ ପ୍ରଧାନମନ୍ତ୍ରୀ ମୋଦି  ।    ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂହ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ୍‌, ଆଶଫକ୍ୟୁଲ୍ଲା ଖାଁ, ରାମପ୍ରସାଦ ବିସ୍‌ମିଲ୍‌ ଏବଂ ବ୍ରିଟିସ୍‌ ଶାସନର ମୂଳଦୁଆ ଦୋହଲାଇ ଦେଇଥିବା ଆମର ଅସଂଖ୍ୟ ବିପ୍ଳବୀମାନଙ୍କ ପ୍ରତି ଏ ଜାତି କୃତଜ୍ଞ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀ ଓ ଦେଶ ନିର୍ମାତା ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ୍‌ ନେହେରୁ, ସର୍ଦାର୍‌ ପଟେଲ, ଏସ୍‌.ପି. ମୁଖାର୍ଜୀ, ଲାଲ୍‌ ବାହାଦୁର ଶାସ୍ତ୍ରୀ, ଦୀନଦୟାଲ୍‌ ଉପାଧ୍ୟୟ, ଜେ.ପି. ନାରାୟଣ, ରାମମନୋହର ଲୋହିଆ, ବିନୋବା ଭାବେ, ନାନାଜୀ ଦେଶମୁଖ ଏବଂ ସୁବ୍ରମଣିୟମ୍‌ ଭାରତୀ ପ୍ରମୁଖଙ୍କୁ ସ୍ମରଣ କରିଥିଲେ।

ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ବିର୍ସା ମୁଣ୍ଡା,  ଆଲ୍ଲୁରି ସୀତାରାମ ରାଜୁ ଏବଂ ଗୋବିନ୍ଦ ଗୁରୁଙ୍କୁ ସ୍ମରଣ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍ବାଧୀନତା ସଂଗ୍ରାମୀ ତଥା ମହର୍ଷି ଶ୍ରୀଅରବିନ୍ଦଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତର ଏକତା ନିମନ୍ତେ ଲିଙ୍ଗଗତ ସମାନତା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ପୁଅ ଓ ଝିଅଙ୍କ ପ୍ରତି ସମାନ ବିଚାର ନ ହେଲେ ଏକତା ରହିବ ନାହିଁ। ‘ନାରୀ ଶକ୍ତି’କୁ ପ୍ରଶଂସା କରି ସେ କହିଲେ, କ୍ରୀଡ଼ା, ଅଦାଲତ ଏବଂ ସାମରିକ ‌‌କ୍ଷେତ୍ର ସମେତ ଅନେକ କ୍ଷେତ୍ରରେ ଆଜି ନାରୀମାନେ ଆଗକୁ ଆସୁଛନ୍ତି। ସେ ରାଣୀ ଲକ୍ଷ୍ମୀବାଈ, ଝଲକାରି ବାଈ, ଚେନ୍ନାମ୍ମା, ବେଗମ୍‌ ହଜ୍‌ରତ୍‌ ମହଲ୍‌ ଆଦିଙ୍କ ସାମର୍ଥ୍ୟ ସ୍ମରଣ କରବା ବେଳେ ପ୍ରତ୍ୟେକ ଭାରତୀୟ ଗର୍ବରେ ଫୁଲି ଉଠନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ  ଦୁର୍ନୀତି ଓ ପରିବାରବାଦ , ଉଇ ଖାଇଲା ଭଳି ଦୁର୍ନୀତି ମୋ ଦେଶକୁ ଖାଇ ଯାଉଛି। ଯୋଗ୍ୟତା ଭିତ୍ତିରେ ଦେଶକୁ ଆଗେଇ ନେବା ନିମନ୍ତେ ଆମ ପ୍ରତିଷ୍ଠାନଗୁଡ଼ିକର ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ନିମନ୍ତେ ଆମକୁ ‘ପରିବାରବାଦ’ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅତୀତର ସରକାରରେ ଯେଉଁମାନେ ଭାରତକୁ ଲୁଟ୍‌ କରିଛନ୍ତି ଏବେ ସେମାନେ ସେମାନଙ୍କ ପାପର ପ୍ରତିଫଳ ଭୋଗୁଛନ୍ତି। ଆମେ ସେମାନଙ୍କ ଅଧର୍ମ ବିତ୍ତ ସବୁ ବ୍ୟାଜାପ୍ତି କରୁଛୁ। ଦୁର୍ନୀତି ବିରୋଧରେ ସଂଗ୍ରାମରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି। ଦୁର୍ନୀତି ଏବଂ ଦୁର୍ନୀତିଖୋରମାନଙ୍କ ବିରୋଧରେ ଆମକୁ ସଂଗ୍ରାମ କରିବାକୁ ପଡ଼ିବ।  ଉଦ୍‌ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ଲାଲ୍‌ କିଲାରେ କିଛି ପିଲାଙ୍କ ସହିତ କଥାବାର୍ତ୍ତା କରିଥିଲେ।

Leave A Reply

Your email address will not be published.