Latest Odisha News

BREAKING NEWS

ଓଡ଼ିଶାର ଛତିଶଗଡ଼ ଟେନସନ୍; ପାଣି ଛାଡ଼ିବ ହେଲେ ଆଲୋଚନା ପାଇଁ ଦେଉନି ସମୟ

ଭୁବନେଶ୍ୱର: ଖରା ଦିନେ ପାଣି ରୋକୁଛି, ବର୍ଷା ହେଲେ ମନଇଚ୍ଛା ଛାଡ଼ି ଦେଉଛି । ମନମାନି ଚଳାଇଛି ଛତିଶଗଡ଼ । ଆଲୋଚନା ପାଇଁ ଚିଠି ଲେଖାଯାଇଥିଲେ ବି ଛତିଶଗଡ଼ ପକ୍ଷରୁ ଉତ୍ତର ମିଳୁନି । ମୌସୁମୀ ବର୍ଷା ଆରମ୍ଭ ପରେ ଗୋଟିଏ ଗୋଟିଏ ବ୍ୟାରେଜ୍ ଗେଟ୍ ଖୋଲିବାରେ ଲାଗିଛି ଛତିଶଗଡ଼ । ଆଉ ଛତିଶଗଡ଼ର ପାଣି ଓଡ଼ିଶା ମୁହାଁ ହେଉଛି । ଫଳରେ ହୀରାକୁଦରେ ଜଳସ୍ତର ବଢ଼ିବ । ଏହାପୂର୍ବରୁ ଆଲୋଚନା ପାଇଁ ବୁର୍ଲା ମୁଖ୍ୟ ଯନ୍ତ୍ରୀ ଯୁଗ୍ମ ବୈଠକ ପାଇଁ ଛତିଶଗଡ଼ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏଯାଏ ଉତ୍ତର ମିଳିନି ।

ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ହୀରାକୁଦରେ ୬୦୦.୧୨ ଫୁଟ୍ ପାଣି ଅଛି । ଅନ୍ୟପଟେ ବ୍ୟାରେଜ୍ ଗେଟ୍ ଖୋଲିବା ଆରମ୍ଭ କରିଛି ଛତିଶଗଡ଼ । ଛତିଶଗଡ଼ କଲମା ବ୍ୟାରେଜର ୬୬ରୁ ୧୦ଟି ଗେଟ୍ ୦.୫ ମିଟର ଲେଖାଏ ଖୋଲିଛି । ସେହିପରି ସାରଡ଼ିହି ବ୍ୟାରେଜର ୮୧ରୁ ୧୧ଟା ଗେଟ ୦.୨ ମିଟର ଯାଏ ଖୋଲା ହୋଇଛି । ମିରନିର ୮୧ରୁ ୯ଟି ଗେଟ୍ ୧୫.୧୫ ମିଟର ଲେଖାଏ ଖୋଲା ହୋଇଛି । ବସନ୍ତପୁର ବ୍ୟାରେଜର ୬୪ ଗେଟରୁ ୧୫ଟି ଗେଟ୍ ୦.୧୫ ମିଟର ଯାଏ ଖୋଳିଛି ପଡ଼ୋଶୀ ଛତିଶଗଡ଼ । ସବୁବେଳେ ଆମେ ଜଳସ୍ତରର ତଥ୍ୟ ଉପରେ ନଜର ରଖିଛୁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ବର୍ତ୍ତମାନ ହୀରାକୁଦରେ କମ ପାଣି ଥିବାରୁ ସେତେଟା ପ୍ରଭାବ ପଡ଼ିବ ନାହିଁ। ପାଣି ଛଡ଼ା ଯିବା ସମୟରେ ୧୪ ଜିଲ୍ଲାକୁ ସତର୍କ ମେସେଜ ଦିଆଯିବ । ହୀରାକୁଦରୁ ବରଗଡ଼ ମୁଖ୍ୟ କେନାଲ ଓ ଶାସନ ମୁଖ୍ୟ କେନାଲରେ ଆସନ୍ତକାଲିଠାରୁ ଜଳସେଚନ ପାଇଁ ପାଣି ଛଡ଼ାଯିବ । ଏଥରୁ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର କିଛି ଅଂଶ ଉପକୃତ ହେବେ ।

Leave A Reply

Your email address will not be published.