Latest Odisha News

BREAKING NEWS

କିଙ୍ଗ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟ ଖେଳାଳି ସମ୍ମାନ

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାରଙ୍କ ନାମ ଘୋଷଣା କରିଛି । ଟିମ୍ ଇଣ୍ଡିଆର ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ସେହିପରି ଦିନିକିଆରେ ମଧ୍ୟ ସେ ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । କୋହଲି ଏହି ଦଶ ବର୍ଷ ମଧ୍ୟରେ ୬୧ରୁ ଊର୍ଦ୍ଧ୍ୱ ଆଭରେଜରେ ୧୦,୦୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ଏଥିରେ ୩୯ ଶତକ, ୪୮ ଅର୍ଦ୍ଧଶତକ ସାମିଲ । ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ଖେଳାଳି ଭାବେ ଚୟନ ହୋଇଛି ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇସିସି ସ୍ପିରିଟ ଅଫ କ୍ରିକେଟ ଆୱାର୍ଡ ହାତେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଫଗାନିସ୍ତାନର ରଶିଦ ଖାଁ ଟି୨୦ କ୍ରିକେଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ମହିଳା ଖେଳାଳିଙ୍କ ମଧ୍ୟରେ ବାଜି ମାରିଛନ୍ତି ଏଲିସ ପେରୀ । ସେ ଦଶନ୍ଧିର ଶ୍ରେଷ୍ଠ ମହିଳା କ୍ରିକେଟର ସମେତ ଅନ୍ୟ ସବୁ ପୁରସ୍କାର ହାସଲ କରିଛନ୍ତି ।

Leave A Reply

Your email address will not be published.