Latest Odisha News

ବ୍ୟକ୍ତିଙ୍କ ଉପରେ ଚଢିଗଲା ୩ଟି ଟ୍ରକ୍

ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ ଉପରେ ତିନୋଟି ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରୁ । ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଖବର ମୁାତବକ, ଗତକାଲି ପଳାସୁଣୀ ଛକରେ ରାତି ପ୍ରାୟ ୧.୩୦ ସମୟରେ ବ୍ୟକ୍ତି ଜଣକ ରାସ୍ତା ପାର ହେଉଥିବା ସମୟରେ ବାଣୀବିହାର ପାର୍ଶ୍ୱରୁ କଟକ ପାର୍ଶ୍ୱକୁ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ବ୍ୟକ୍ତି ଜଣଙ୍କ ପ୍ରାୟ ୨୦ ଫୁଟ୍ ଦୂରରେ ଛିଟିକି ପଡ଼ିଥିଲେ । ଏହି ସମୟରେ ଆଉ ଦୁଇଟି ଦ୍ରୁତଗାମୀ ଟ୍ରକ୍ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ଉପରେ ଚଢ଼ି ପଳାଇ ଯାଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବ୍ୟକ୍ତିଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ବିକୃତ ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

Comments are closed.