ଭୁବନେଶ୍ବର : ମାଲକାନଗିରି ଓ ସୁନ୍ଦରଗଡ଼ ପରେ ଆସନ୍ତାକାଲି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ବଲାଙ୍ଗିରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ଯାଇ ୩ଟି ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ଟିଟିଲାଗଡ଼ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତବେଳେ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଓ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାସହ ବିଜେଡି ମନ୍ତ୍ରୀ ଓ ନେତା ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ବିଜୁ ସ୍ବାସ୍ଥ୍ୟ ସ୍ବାର୍ଟ କାର୍ଡ ମଧ୍ୟ ବଣ୍ଟନ କରିବେ । ଏହି ଯୋଜନା ଦ୍ବାରା ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା ମିଳିବ ।
BREAKING NEWS
- ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ…
- ଟିମ୍ ଇଣ୍ଡିଆକୁ ପ୍ରଶଂସାରେ ପୋତିଲେ ପାକିସ୍ତାନ କ୍ରିକେଟ୍ ଟିମର ମୁଖ୍ୟ କୋଚ୍
- ଯମୁନା ଏକ୍ସପ୍ରେସୱେରେ ଅଗ୍ନିକାଣ୍ଡ; ବସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ
- ରାଜଧାନୀରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ତାୱାରେ ପିଟିପିଟି ମାରିଦେଲା ସ୍ୱାମୀ
- କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ
- Ganja Packed in Pickle Cans:ଆଚାର ଡବା ଭିତରେ ଗଞ୍ଜେଇ ଚାଲାଣ;୨ ଗିରଫ
- ନିର୍ବାଚନ କମିଶନଙ୍କୁ ନେଇ କ’ଣ ରହିଛି ବିବାଦ ? କିପରି ଟାର୍ଗେଟକୁ ଆସିଲେ CEC ଜ୍ଞାନେଶ କୁମାର
- ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ: ରୋହିତ, କୋହଲିଙ୍କ ଯୋଗୁ ଟିକେଟ ଚାହିଦା ବୃଦ୍ଧି
- ଓଲା, ଉବେରକୁ ଟକ୍କର ଦେବ ସ୍ୱଦେଶୀ ଆପ୍: ରାଜ୍ୟରେ ଶସ୍ତା ଓ ସୁରକ୍ଷିତ ଯାତ୍ରା ଯୋଗାଇବ ‘ଭାରତ ଟ୍ୟାକ୍ସି’
- ପିଆଜ, ଶାଗ ଓ ମୂଳାରେ ମିଳିଲା ବିପଜ୍ଜନକ ଧାତୁ: ବୈଜ୍ଞାନିକଙ୍କ ଚେତାବନୀ, ବଢ଼ିପାରେ କର୍କଟ ରୋଗର ବିପଦ

Comments are closed.