Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚିଲିକା ଚିଲିକା ଡଙ୍ଗାବୁଡିରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ନିଖୋଜ ହେବାର ୧୯ ଘଣ୍ଟା ପରେ ମିଳିଲା ମୃତଦେହ । ଚିଲିକାରେ ଡଙ୍ଗାବୁଡ଼ି ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ବଡ଼କୂଳ ନିକଟ ଖାରିବନ୍ଧରୁ ଉଦ୍ଧାର କରାଯାଇଛି । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସ ସହାୟତାରେ ଉଦ୍ଧାର କାମ ଜାରି ରହିଥିଲା । ମୃତ ବ୍ୟକ୍ତିଙ୍କ ନାଁ ରାଜକିଶୋର ଖୁଣ୍ଟିଆ । ତାଙ୍କ ଘର ବାଲୁଗାଁ କୋଦପୁର ଗାଁରେ ବୋଲି ଜଣାପଡ଼ିଛି ।

କାଲିଥିଲା କଳା ଗୁରୁବାର। କାଳିଜାଇରେ ବୁଡିଯାଇଥିଲା ଡଙ୍ଗା ୧୨ଜଣଙ୍କ ମଧ୍ୟରୁ ୧୧ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ରହିଥିଲେ। ଏପର୍ଯ୍ୟନ୍ତି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ବେଳେ ଶେଷରେ ବ୍ୟକ୍ତିଜଣଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରାଯାଇଛି । ସେ ମା’ କାଳିଜାଇଙ୍କ ପୀଠରେ ଏକ ଦୋକାନ କରିଥିଲେ । ପ୍ରତିଦିନ ପରି ଗତକାଲି ମଧ୍ୟ ଫେରୁଥିଲେ ।

କାଳିଜାଇରେ କାଳ ହୋଇ ଛକିଥିଲା କାଳବୈଶାଖୀ ।  ଫେରିବା ବେଳେ ବୁଡ଼ିଯାଇଥିଲା ଡଙ୍ଗା । । ୮ଜଣ ପର୍ଯ୍ୟଟକଙ୍କ ସମେତ ତିନି ଜଣ ନୌକା ଚାଳକ ଓ ଦୋକାନୀ ରାଜକିଶୋର ଡଙ୍ଗାରେ ଫେରୁଥିଲେ ।  ମୃତ୍ୟୁକୁ ମାତ ଦେଇ ଅଳ୍ପକେ ବଞ୍ଚିଗଲେ ୧୧ ଯାତ୍ରୀ । ବିଳମ୍ବିତ ରାତି ଯାଏ ଉଦ୍ଧାର କାର୍ୟ୍ୟ ଜାରି ରହିଥିବାବେଳେ ଆଜି ସକାଳୁ ପୁଣି ଖୋଜାଖୋଜି କାର୍ଯ୍ୟ ଜାରି ରହିଥିଲା । ଶେଷରେ ନିଖୋଜ ହୋଇଯାଇଥିବା ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.