Latest Odisha News

ନୌସେନା ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ

ବେଜିଂ : ଚୀନ୍‌ରେ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ଶନିବାର ଏକ ନୌସେନା ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ୱଂସ ହୋଇଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ  ହୋଇନଥିବାର ଜଣାପଡିଛି। ଘଟଣା ପରେ ଜଣେ ଅଧିକାରୀ କହିଛନ୍ତି, ଦୁର୍ଘଟଣା ସମୟରେ ପାଇଲଟ ବିମାନରୁ ସୁରକ୍ଷିତ ବାହାରି ଯାଇଥିଲେ । ନୌସେନା ଦ୍ୱାରା ଜାରି ବୟାନ ଅନୁସାରେ ଏହି ଯୁଦ୍ଧ ବିମାନଟି ଦକ୍ଷିଣ ଥିଏଟର କମାଣ୍ଡର ଥିଲା।

ଏହି ବିମାନଟି ଶନିବାର ମଧ୍ୟାହ୍ନରେ ହୈନାନର ଦକ୍ଷିଣ ଦ୍ୱୀପରେ ଜିୟାଲାୟି ସହର ନିକଟସ୍ଥ ଏକ ଖୋଲାସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଂକଂ ସ୍ଥିତ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ପାଇଲଟ ବିମାନରୁ ସଫଳତା ପୂର୍ବକ ବାହାରକୁ ବହାରିଯାଇଥିଲା।  ଏହା ସହିତ ଭୂଭାଗରେ ବିମାନ ଦୁର୍ଘଟଣା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବାର କୁହାଯାଇଛି। ଅନ୍ୟପଟେ ପ୍ୟୁପିଲସ୍ ଲିବରେସନ ଆର୍ମି (ପିଏଲଏ) ଏହି ଦୁର୍ଘଟଣାର ଯାଞ୍ଚ କରିବ ବୋଲି ସୂଚନା ମିଳିଛି।

Comments are closed.