Latest Odisha News

ଅଦ୍ଭୁତ କୂଅ, ଯାହାର ପାଣିରେ ସ୍ନାନ କଲେ ଭଲ ହୁଏ ବିଭିନ୍ନ ରୋଗ

ବିହାର: ସାଧାରଣତଃ ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳରେ ଅନେକ କୂଅ ଥିବା ନିଶ୍ଚୟ ଆପଣ ଦେଖିଥିବେ । ହେଲେ ବିହାରରେ ଏମିତି ଏକ କୂଅ ଅଛି, ଯାହାର ପାଣିରେ ଗାଧୋଇଲେ ଶରୀରରେ ଥିବା ବିଭିନ୍ନ ରୋଗ ଭଲ ହୋଇଥାଏ । ଏଥିଲାଗି ପ୍ରତ୍ୟେକ ଦିନ ଏହି କୂଅ ନିକଟରେ ଲୋକଙ୍କ ଭିଡ଼ ଜମିଥାଏ ।

ବିହାରର ଚିତ୍ରକୋଟଠାରୁ ୧୫ କିମି ଦୂର ଭରତକୁପ ଗ୍ରାମରେ ରହିଛି ଏକ ବିରାଟ କୂଅ । ଏହାର ନାମ ହେଉଛି ଭରତ କୂଅ । ଏହି କୂଅ ଖୁବ୍ ଚର୍ଚ୍ଚାରେ । କାରଣ ଏହି କୂଅର ପାଣିରେ ସ୍ନାନ କଲେ ରୋଗ ଭଲ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିଲାଗି କାହିଁ ଦୂରଦୂରାନ୍ତରୁ ବହୁ ଲୋକ ଏଠାକୁ ଆସିଥାନ୍ତି । ଦିନସାରା ଭରତକୁପ ଗ୍ରାମରେ ଏକ ମେଳା ଆୟୋଜନ କରାଯାଏ ।

ସ୍ଥାନୀୟ ଲୋକଙ୍କ କହିବା କଥା, ଭଗବାନ ରାମଙ୍କୁ ଅଯୋଧ୍ୟାର ରାଜା ଭାବରେ ସମ୍ମାନିତ କରିବା ପାଇଁ ଭରତ ମନାଇବାରେ ବିଫଳ ହୋଇଥିଲେ । ପରେ ମହର୍ଷି ଅତ୍ରି ସମସ୍ତ ପବିତ୍ର ସ୍ଥଳରୁ ଜଳ ସଂଗ୍ରହ କରି ଏହି କୂଅରେ ରଖିବାକୁ ଭରତଙ୍କୁ କହିଥିଲେ । ମହର୍ଷିଙ୍କ ଆଦେଶକୁ ମାନି ଭରତ ବିଭିନ୍ନ ସ୍ଥାନରୁ ଜଳ ସଂଗ୍ରହ କରି ଏହି କୂଅରେ ଢାଳିଥିଲେ । ତେଣୁ ଏହି କୂଅର ଜଳରେ ସ୍ନାନ କରିବା ସମସ୍ତ ତୀର୍ଥସ୍ଥାନରେ ସ୍ନାନ କରିବା ସହିତ ସମାନ ବୋଲି ଲୋକଙ୍କ ବିଶ୍ୱାସ । ଏଠାରେ ୪ ଭାଇ ରାମ,ଲକ୍ଷ୍ମଣ,ଭରତ,ଶତ୍ରୁଘ୍ନଙ୍କ ଏକ ମନ୍ଦିର ରହିଛି ।

Leave A Reply

Your email address will not be published.